ମନୋରଂଜନ

କ’ଣ ସତରେ ନିର୍ବନ୍ଧ କରି ନାହାନ୍ତି ସୋନାକ୍ଷୀ ସିହ୍ନା! ଏବେ ସାମ୍ନାକୁ ଆସିଲା ପ୍ରକୃତ ସତ…

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିକଟରେ ନିଜର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ପରେ ଅଭିନେତ୍ରୀ ନିର୍ବନ୍ଧ କରିଥିବା ନେଇ ଖବର ବିଜୁଳି ବେଗରେ ପ୍ରଚାରିତ ହୋଇ ଯାଇଥିଲା। କିନ୍ତୁ ଏବେ ଯେଉଁ କଥା ସାମ୍ନାକୁ ଆସିଛି, ତାହା ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ। ସୋନାକ୍ଷୀ ନିଜର ଯେଉଁ ତାଜା ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି, ସେଥିରୁ ନିର୍ବନ୍ଧ ଖବର ମିଥ୍ୟା ବୋଲି ଅନୁମାନ କରାଯାଉଛି। କାହିଁକି ନା, ଏହି ଫଟୋ ଏବଂ ଭିଡିଓ ଦେଖିଲେ ସୋନାକ୍ଷୀଙ୍କର ଅଲଗା ଉଦ୍ଦେଶ୍ୟ କଥା ସ୍ପଷ୍ଟ ହୋଇଯାଉଛି। ବାସ୍ତବରେ, ଅଭିନେତ୍ରୀ ଦୁଇଦିନ ତଳେ ନିଜର ଫଟୋଗୁଡ଼ିକୁ ଯେଭଳି ଅନ୍ଦାଜରେ ସେୟାର କରିଥିଲେ ଏବଂ କ୍ୟାପସନ ଦେଇଥିଲେ, ସେଥିରୁ ସେ ନିର୍ବନ୍ଧ କରିଥିବା ନେଇ ସ୍ପଷ୍ଟ ଜଣାପଡ଼ୁଥିଲା। ହେଲେ ଏବେ କଥା କିଛି ଅଲଗା ବାହାରିଛି।

କହି ରଖୁଛୁ କି, ସୋନାକ୍ଷୀ ନିଜ ହାତରେ ମୁଦି ଫ୍ଲଣ୍ଟ୍‌ କରି ଜଣେ ମିଷ୍ଟ୍ରିମ୍ୟାନଙ୍କ କାନ୍ଧ ଉପରେ ହାତ ପକାଇ ପୋଜ୍‌ ଦେଇଥିଲେ। ଏଥି ସହିତ ଫଟୋ କ୍ୟାପସନ ଦେଇଥିଲେ ଯେ ‘ଯେଉଁ ବଡ଼ ଦିନକୁ ମୁଁ ଅପେକ୍ଷା କରିଥିଲି, ତାହା ଆସି ଯାଇଛି’। ଅଭିନେତ୍ରୀଙ୍କ ଏହି ପୋଷ୍ଟ୍‍ ପରେ ଫ୍ୟାନମାନଙ୍କ ମଧ୍ୟରେ ନିର୍ବନ୍ଧକୁ ନେଇ ଗୁଜବ ପ୍ରଚାରିତ ହୋଇ ଯାଇଥିଲା। ଏପରି କି, ସମସ୍ତେ କମେଣ୍ଟ କରି ଶୁଭେଚ୍ଛା ଦେବାରେ ମଧ୍ୟ ଲାଗି ପଡ଼ିଥିଲେ।

ଏବେ ତାଜା ପୋଷ୍ଟ୍‍ ଅନୁସାରେ, ଅଭିନେତ୍ରୀ ନିଜର ନୂଆ ଆର୍ଟିଫିସିଆଲ ନେଲ୍‌ ବ୍ରାଣ୍ଡ ଆଣୁଛନ୍ତି। ପୂର୍ବ ଫଟୋରେ ସେ ନିଜର ସୁନ୍ଦର ନଖ ଦେଖାଇଥିବାର ନଜର ଆସିଥିଲେ। ସୋନାକ୍ଷୀଙ୍କର ନୂଆ ବ୍ରାଣ୍ଡର ନାଁ ‘SOEZI’ ବୋଲି ଜଣାପଡ଼ିଛି। ଏହି ବିଉଟିକେୟାର ବ୍ରାଣ୍ଡ ଅଧୀନରେ ସୋନାକ୍ଷୀ ଆହୁରି କ’ଣ କ’ଣ ନେଇକି ଆସୁଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ନିଜର ଏହି ପଦକ୍ଷେପ ଦ୍ୱାରା ସେ ବଲିଉଡ୍‌ର ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି, ଯେଉଁମାନେ ଫିଲ୍ମ ବ୍ୟତୀତ ଅନ୍ୟାନ୍ୟ ବିଜିନେସ୍‌ ଚଲାଉଛନ୍ତି।

ଏମିତି ଅଭିନେତ୍ରୀଙ୍କ ମଧ୍ୟରେ ଅନୁଷ୍କା ଶର୍ମା, କ୍ୟାଟ୍ରିନା କୈଫ୍‌ଙ୍କଠାରୁ ଆରମ୍ଭ କରି ଆଲିଆ ଭଟ୍ଟଙ୍କ ପର୍ଯ୍ୟନ୍ତ, ଅନେକଙ୍କ ନାମ ରହିଛି। ଅନୁଷ୍କା ‘ନୁଶ୍‌’ ନାମକ ପୋଷାକ ବ୍ରାଣ୍ଡ ଚଲାଉଥିବା ବେଳେ ସେପଟେ ସୋନମ୍‌ କପୁର ଓ ରିୟା କପୁରଙ୍କର ‘ରିଜନ୍‌’ ନାମକ ପୋଷାକ ବ୍ରାଣ୍ଡ ରହିଛି। କ୍ୟାଟ୍ରିନା କୈଫ୍‌ ‘କେ ବିଉଟି’ ନାମକ କସ୍‌ମେଟିକ ବ୍ରାଣ୍ଡର ମାଲିକାଣୀ ଅଛନ୍ତି। ସେଠି ଆଲିଆ ଭଟ୍ଟ ମଧ୍ୟ ଭଟ୍ଟ ପ୍ରଡକ୍ସନ ହାଉସ୍‌ ଛଡ଼ା ଏକ ପୋଷାକ ବ୍ରାଣ୍ଡ ବି ଚଲାଉଛନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago