ମନୋରଂଜନ

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି ମଧ୍ୟ କୁହାଯାଉଛି ଯେ ଉଭୟ ଜୁନ୍ ୨୩ ରେ ବିବାହ କରିବାକୁ ଯାଉଛନ୍ତି । ଏଥି ସହିତ ଅଭିନେତ୍ରୀଙ୍କ ପିତା ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ସେ ଏହି ବିୟେରେ କିଛି ଜାଣିନାହାନ୍ତି ଏବଂ ଝିଅ ଏହି ବିଷୟରେ କେବେ କହିବେ ତାହାକୁ ନେଇ ଅପେକ୍ଷା କରିଛନ୍ତି । ଏହା ବ୍ୟତୀତ ସୋନାକ୍ଷୀଙ୍କ ଭାଇ କହିଛନ୍ତି ଯେ ଏହି ବିବାହ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ତେବେ ସୋନାକ୍ଷୀ ଏବଂ ଜାହିର ଇକବାଲ ମଧ୍ୟ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସେମାନଙ୍କ ବିବାହର ଅଡିଓ କାର୍ଡ ଭାଇରାଲ ହୋଇଛି ।

ଭାଇରାଲ ହେଉଥିବା ଅଡିଓ କାର୍ଡ ଅନୁଯାୟୀ ଉଭୟ ଜୁନ୍ ୨୩ରେ ବିବାହ କରିବାକୁ ଯାଉଛନ୍ତି, ଯାହା ପାଇଁ ଉଭୟ ବହୁତ ଉତ୍ସାହିତ ଅଛନ୍ତି । ଏହି ବିବାହ କାର୍ଡରେ ଏକ ଅଡିଓ QR କୋଡ୍ ମଧ୍ୟ ରହିଛି । ଯେଉଁଥିରେ ସୋନାକ୍ଷୀ ଏବଂ ଜାହିରଙ୍କ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି । ତେବେ ଏହି ଅଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହା ପରେ ସେମାନଙ୍କୁ ଅନେକ ଶୁଭେଚ୍ଛା ମିଳିବାରେ ଲଗିଛି ।

ତେବେ ଲିକ୍ ହୋଇଥିବା ନିମନ୍ତ୍ରଣ କାର୍ଡ ଅନୁଯାୟୀ ମୁମ୍ବାଇର ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟରେ ଏହି ପାର୍ଟି ଅନୁଷ୍ଠିତ ହେବ । ସନ୍ଧ୍ୟାର ଡ୍ରେସ୍ କୋଡ୍ ଆନୁଷ୍ଠାନିକ ଏବଂ ଉତ୍ସବର ଅଟେ ଏହା କାର୍ଡରେ ଲେଖା ଯାଇଛି । ତେବେ ଏପରି ମଧ୍ୟ କୁଯାହାଉଛି ଯେ ଏହି ଗୁଜବ ସତ୍ୟ ।

ସୋନାକ୍ଷୀଙ୍କ ବିବାହକୁ ନେଇ ନେଟେନିଜେନ୍ସ ବହୁତ ଉତ୍ସାହିତ ଅଛନ୍ତି । ତେବେ ଜଣେ ୟୁଜର ଏଥିରେ ଲେଖିଛନ୍ତି, ‘ଏହା ବହୁତ ସୁନ୍ଦର !! ତାଙ୍କୁ ଅଭିନନ୍ଦନ !! ‘ଅନ୍ୟ ଜଣେ ୟୁଜର ଲେଖିଛନ୍ତି,’ ସୋନାକ୍ଷୀ ସୁନ୍ଦର, ମୁଁ ତାଙ୍କ ଆଉଟ୍‌ଫିଟ୍‌ ଦେଖିବାକୁ ଅପେକ୍ଷା କରିପାରିବି ନାହିଁ । ‘

ସୂଚନା ମୁତାବକ, ଜୁନ୍‌ ୨୩ରେ ଉଭୟଙ୍କ ବିବାହ ଏବଂ ରିସେପ୍ସନ୍ ପାର୍ଟି ହେବାକୁ ଯାଉଛି । ତେବେ ଜହିର ଇକବାଲ ଜଣେ ବିଜ୍ନେସ୍ମ୍ୟାନ୍ ଫ୍ୟାମିଲର । ତାଙ୍କ ପିତା ଇକବାଲ ରତାସୀ ଜଣେ ଜଣାଶୁଣା ଅଳଙ୍କାର ବ୍ୟବସାୟୀ । ଜହିରଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୨୦୧୯ରେ ଫିଲ୍ମ ‘ନୋଟବୁକ୍’ ସହିତ ଡେବ୍ୟୁ କରିଥିଲେ । ଏହା ସହ ସୋନାକ୍ଷୀ ପ୍ରଥମ ଥର ପାଇଁ ଫିଲ୍ମ ‘ଡବଲ୍ ଆକ୍ସେଲ’ରେ ଜହିରଙ୍କ ସହ କାମ କରିଥିଲେ । ତେବେ ଦୁହେଁ ପ୍ରଥମେ ସଲମାନ ଖାନଙ୍କ ଏକ ପାର୍ଟୀରେ ସାକ୍ଷାତ ହୋଇଥିଲେ । ଯାହା ପରେ ସେମାନେ ପ୍ରଥମେ ଫ୍ରେଣ୍ଡ ହେଲେ ଏବଂ ପରେ ପରସ୍ପରକୁ ଭଲ ପାଇଲେ । ଯଦିଓ ଏହି ଦମ୍ପତି ସର୍ବଦା ନିଜ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିଛନ୍ତି ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago