ଫିଲ୍ମ ପରେ ଡିଜିଟାଲ ଜଗତରେ ମଧ୍ୟ ଦବଙ୍ଗ ଗାର୍ଲ ସାଜିବେ ସୋନାକ୍ଷୀ, ସାମ୍ନାକୁ ଆସିଲା ୱେବସିରିଜର ଫାଷ୍ଟ ଲୁକ୍

ବଲିଉଡର ଦବଙ୍ଗ ଗାର୍ଲ ତଥା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଡିଜିଟାଲ ଜଗତରେ ପାଦ ଦେବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମାଜନ୍ ପ୍ରାଇମ ଭିଡିଓ ପକ୍ଷରୁ ଏକ ୱେବସିରିଜର ଫାଷ୍ଟ ଲୁକ୍ ଜାରି କରାଯାଇଛି । ଏଥିରେ ସୋନାକ୍ଷୀ ଲିଡ ରୋଲରେ ନଜର ଆସିବେ। ୱେବ୍ ସିରିଜରେ ତାଙ୍କୁ ଜଣେ ଦବଙ୍ଗ ପୁଲିସ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ସୋନାକ୍ଷୀଙ୍କ ବ୍ୟତୀତ ବିଜୟ ଶର୍ମା, ଗୁଲଶନ୍ ଦେବୟା ଓ ସୋହମ୍ ଶାହ ଏଥିରେ ଗୁରୁତ୍ୱପୂର୍ଣ୍ଣ ରୋଲରେ ଆସିବେ । ଏହି ୱେବସିରିଜ୍କୁ ରିତେଶ ସିଧୱାନି, ଫରହାନ୍ ଅଖତର, ଜୋୟା ଅଖତର ଓ ରିମା କାଟ୍ଗୀ ପ୍ରଯୋଜନା କରୁଛନ୍ତି । ରିମା କାଟ୍ଗୀ ଓ ରୁଚିରା ଓବରୟ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି।

‘ସୋନାକ୍ଷୀ ହେଉଛନ୍ତି ଏଭଳି ଜଣେ କଳାକାର ଯିଏକି ସବୁପ୍ରକାର ଭୂମିକା ପାଇଁ ଫିଟ୍ ହୋଇପାରିବେ। ଏହି ୱେବ୍ସିରିଜ୍କୁ ସେ ନ୍ୟାୟ ଦେଇପାରିବେ ବୋଲି ବିଶ୍ୱାସ’ ବୋଲି ରିମା କାଟ୍ଗୀ କହିଛନ୍ତି।

Leave A Reply

Your email address will not be published.