ମୁମ୍ବାଇ ରାସ୍ତାରେ ବାଇକ ଚଲାଇ ସୁଟିଂ ସେଟ୍‌ରେ ପହଞ୍ଚିଲେ ସୋନାକ୍ଷୀ ସିହ୍ନା, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୋନାକ୍ଷୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁଇଚକିଆ ବୁଲେଟ୍‌ ଚଲାଉଥିବା ଦେଖିବାକୁ ମିଳିଛି। ଗହଳି ଭିତରେ ଅନ୍ୟ ଗାଡ଼ିଗୁଡ଼ିକୁ କାଟି ସୋନାକ୍ଷୀ ଖୁବ୍‌ ସହଜରେ ବୁଲେଟ୍‌କୁ ନେଇ ଯାଉଥିବା ନଜର ଆସିଛନ୍ତି। ଭିଡିଓରେ ସୋନାକ୍ଷୀଙ୍କ ଦବଙ୍ଗ ଅନ୍ଦାଜ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଛି। ସୋନାକ୍ଷୀଙ୍କର ଏହି ବୁଲେଟ୍‌ ରାଣୀ ଭିଡିଓକୁ ଭାଇରାଲ ଭୟାନି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ନୂଆ ନୂଆ ବାଇକ ଚଲାଇବା ଶିଖିଥିବା ସୋନାକ୍ଷୀ ଗାଡ଼ି ଚଲାଇ କରୀନାଙ୍କ ଶୋ’କୁ ଯାଉଛନ୍ତି। ଭିଡିଓରେ ସୋନାକ୍ଷୀ ଗାଡ଼ି ରୋକନାହିଁ ବୋଲି କହୁଥିବା ଦେଖାଯାଇଛି। ସୋନାକ୍ଷୀ ବାଇକ ଚଲାଇ କରୀନା କପୁରଙ୍କ ଶୋ’ ରୋଡିଓକୁ ଯାଉଥିବା ଜଣାଯାଇଛି। ଇଣ୍ଟରୁଭ୍ୟୁ ବେଳେ ସୋନାକ୍ଷୀ ଏକ ଧଳା ଆଉଟ୍‌ଫିଟ୍‌ରେ ନଜର ଆସିଥିବା ବେଳେ କରୀନା କପୁର ପିଙ୍କ କଲରର ଡ୍ରେସ୍‌ ପିନ୍ଧିଥିଲେ।

ସୂଚନାଯୋଗ୍ୟ ଯେ ସୋନାକ୍ଷୀଙ୍କୁ ଶେଷ ଥର ପାଇଁ ସଲମାନ ଖାନ୍‌ଙ୍କ ସହ ଦବଙ୍ଗ ୩ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ସାଇ ମଞ୍ଜେସକର ବଲିଉଡ୍‌ରେ ପାଦ ଥାପିଥିଲେ। ମାତ୍ର ସିଏଏକୁ ବିରୋଧ ଯୋଗୁ ଏହି ଫିଲ୍ମଟି ଏତେଟା ଭଲ ପ୍ରଦର୍ଶନ କରିପାରିନଥିଲା। କିନ୍ତୁ ସଲମାନଙ୍କ ଯୋଗୁ ଦବଙ୍ଗ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଥିଲା।

Leave A Reply

Your email address will not be published.