ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା ଏବଂ ତାପସୀ ପନ୍ନୁଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ସୋନାକ୍ଷୀ ସିହ୍ନା ବହୁତ ଦିନ ଧରି ଜହିର ଇକବାଲଙ୍କୁ ଡେଟ କରୁଛନ୍ତି । ଏବେ ଦୁହେଁ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି । ତେବେ ଏପର୍ଯ୍ୟନ୍ତ ସୋନାକ୍ଷୀ କିମ୍ବା ସିହ୍ନା ପରିବାର ଏହି ବିଷୟ ଉପରେ ଖୋଲାଖୋଲି କିଛି କହି ନାହାଁନ୍ତି । ତେବେ ଏହା ମଧ୍ୟରେ ମ୍ୟାରେଜ କାର୍ଡ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ବିବାହ ପୂର୍ବରୁ ସୋନାକ୍ଷୀ ସିହ୍ନା ତାଙ୍କ ଶାଶୁ ଘର ଲୋକଙ୍କ ସହ ସମୟ ବିତାଉଥିବାର ନଜର ଆସିଛନ୍ତି ।

ଜୁନ୍ ୧୬ରେ ଫାଦର୍ସ ଡେ ଥିଲା । ଏହି ଅବସରରେ ଜହିର ଇକବାଲଙ୍କ ଭଉଣୀ ସନମ ରତାନସୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ଫଟୋ ସେୟାର କରିଛନ୍ତି । ତେବେ ପ୍ରଥମ ଫଟୋରେ ସନମଙ୍କୁ ତାଙ୍କ ବାପାଙ୍କ ସହ ଦେଖିବାକୁ ମିଳୁଛି । ଏହି ଫଟୋ ସେୟାର କରିବାବେଳେ ସନମ ତାଙ୍କ ବାପାଙ୍କୁ ଫାଦର୍ସ ଡେ’ ର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଦ୍ୱିତୀୟ ଫଟୋରେ ତାଙ୍କର ପୂରା ପରିବାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋରେ ତାଙ୍କ ବାପା ଓ ମା ଏବଂ ଭାଇ ଜହିର ଇକବାଲ ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫଟୋରେ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦେଖିପାରିବେ । ତେବେ ପିଙ୍କ୍‌ କଲର କୋ-ଅର୍ଡ ସେଟ୍ ରେ ସୋନାକ୍ଷୀ ତାଙ୍କ ହେବାକୁ ଥିବା ଶଶୁରଙ୍କ ପାଖରେ ଠିଆ ହୋଇ ହସୁଥିବା ଫଟୋ ଉଠାଉଛନ୍ତି । ଏହି ଫଟୋରେ, ବିବାହ ପୂର୍ବରୁ ସୋନାକ୍ଷୀଙ୍କର ଶଶୁର ଘର ଲୋକଙ୍କ ସହିତ ଏକ ଭଲ ବଣ୍ଡ ଦେଖିବାକୁ ମିଳିଛି । ତେବେ ଦବଙ୍ଗ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ତେବେ ଜହିର ଇକବାଲ ଜଣେ ବିଜ୍‌ନେସ୍‌ମ୍ୟାନ୍‌ ଫ୍ୟାମିଲର । ତାଙ୍କ ପିତା ଇକବାଲ ରତାସୀ ଜଣେ ଜଣାଶୁଣା ଅଳଙ୍କାର ବ୍ୟବସାୟୀ । ଜହିରଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୨୦୧୯ରେ ଫିଲ୍ମ ‘ନୋଟବୁକ୍’ ସହିତ ଡେବ୍ୟୁ କରିଥିଲେ । ଏହା ସହ ସୋନାକ୍ଷୀ ପ୍ରଥମ ଥର ପାଇଁ ଫିଲ୍ମ ‘ଡବଲ୍ ଆକ୍ସେଲ’ରେ ଜହିରଙ୍କ ସହ କାମ କରିଥିଲେ । ତେବେ ଦୁହେଁ ପ୍ରଥମେ ସଲମାନ ଖାନଙ୍କ ଏକ ପାର୍ଟୀରେ ଦେଖା ହୋଇଥିଲେ । ଯାହା ପରେ ସେମାନେ ପ୍ରଥମେ ଫ୍ରେଣ୍ଡ ହେଲେ ଏବଂ ପରେ ପରସ୍ପରକୁ ଭଲ ପାଇଲେ । ଯଦିଓ ଏହି ଦମ୍ପତି ସର୍ବଦା ନିଜ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିଛନ୍ତି ।

Leave A Reply

Your email address will not be published.