ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ ସହ ସିଭିଲ୍‌ ମ୍ୟାରେଜ କରି ଅଭିନେତ୍ରୀ ତାଙ୍କ ଜୀବନରେ ଏକ ନୂତନ ଆରମ୍ଭ କରିଛନ୍ତି । ଏହି ବିବାହରେ ବଲିଉଡର ଅନେକ ଷ୍ଟାର ଯୋଗ ଦେଇଥିଲେ । ତେବେ ସାତ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ଉଭୟ ବର୍ତ୍ତମାନ ସ୍ୱାମୀ ଏବଂ ସ୍ତ୍ରୀ ହୋଇଛନ୍ତି । ତେବେ ସୋନାକ୍ଷୀଙ୍କ ଘରେ ସ୍ୱତନ୍ତ୍ର ବିବାହ ନିୟମ ଅନୁଯାୟୀ ଏହି ଦମ୍ପତି ବିବାହ ହୋଇଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହ ଲୋକମାନେ ମଧ୍ୟ ଏହି ଦୁଇ ଜଣଙ୍କ ଯୋଡିକୁ ବହୁତ ପସନ୍ଦ କରୁଛନ୍ତି । କିନ୍ତୁ ଏହି କଲପଙ୍କୁ ପସନ୍ଦ ନକରୁଥିବା ଲୋକାମାନେ ମଧ୍ୟ ଅଛନ୍ତି । ଯେଉଁମାନେ ସୋନାକ୍ଷୀ ଏବଂ ଜାହିରଙ୍କ ବିବାହକୁ ନେଇ ଅନେକ ପ୍ରକାରର କଥା ମଧ୍ୟ କହୁଛନ୍ତି ।

ଶତ୍ରୁଘ୍ନ ସିହ୍ନା ମଧ୍ୟ ସୋନାକ୍ଷୀଙ୍କ ବିବାହରେ ଯୋଗ ଦେଇ ତାଙ୍କ ଝିଅ ସୋନାକ୍ଷୀ ଏବଂ ଜ୍ୱାଇଁ ଜାହିରଙ୍କୁ ଆଶୀର୍ବାଦ ଦେଇଥିଲେ । ତେବେ ଏହି ସମୟରେ ଭେଟେରାନ ଅଭିନେତା ମଧ୍ୟ କାହା ଉପରେ ରାଗିଥିବାର ନଜର ଆସିଥିଲେ । ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଶତ୍ରୁଘ୍ନ ସିହ୍ନାଙ୍କ ଏହି ଭିଡିଓକୁ ନେଇ ଚର୍ଚ୍ଚା ଚାଲିଛି । ଯେଉଁଥିରେ ଅଭିନେତା କାରରେ ବସିଥିବାର ନଜର ଆସିଛନ୍ତି ।

ସୋନାକ୍ଷୀ ଏବଂ ଜାହିରଙ୍କ ବିବାହକୁ ନେଇ ଅନେକ ଖବର ଆସୁଛି । ଏପରି ମଧ୍ୟ କୁହାଯାଉଛି ଯେ ଏହି ବିବାହରେ ସିହ୍ନା ପରିବାର ଖୁସି ନଥିଲେ । ଉଭୟ ସୋନାକ୍ଷୀଙ୍କ ଭାଇ ଲବ ଏବଂ କୁଶ ତାଙ୍କ ଉପରେ ରାଗିଥିଲେ । କିନ୍ତୁ ଏହା ପରେ ମଧ୍ୟ ପୂରା ପରିବାର ଏହି ବିବାହରେ ଯୋଗ ଦେଇଥିଲେ । ଉଭୟ ସୋନାକ୍ଷୀଙ୍କ ଭାଇ ଲବ ଓ କୁଶ ଏହି ବିବାହରେ ଯୋଗ ଦେଇଥିଲେ କିନ୍ତୁ ବିବାହର ଗୋଟିଏ କାର୍ଯ୍ୟରେ ଉଭୟଙ୍କୁ ଦେଖିବାକୁ ମିଳି ନଥିଲା । ଯେଉଁ କାରଣରୁ ଅନୁମାନ କରଯାଇଛି ଉଭୟ ଭାଇ ସେମାନଙ୍କ ଉପରେ ରାଗିଛନ୍ତି ।

ରେଜିଷ୍ଟର ମ୍ୟାରେଜ୍‌ ସୋନାକ୍ଷୀ ତାଙ୍କ ମା’ଙ୍କ ଆଇବରି କଲର ଶାଢୀ ପିନ୍ଧିଥିଲେ । ଏହା ସହିତ ସେ ନିଜ ମା’ଙ୍କ ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଯେତେବେଳେ ସୋନାକ୍ଷୀ ଲିଗଲ ମ୍ୟାରେଜ ପାଇଁ ଏଣ୍ଠ୍ରି କରୁଥିଲେ, ସେତେବେଳେ ସେ ଫୁଲର ଏକ ଚାଦରର ସହିତ ଆସିଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ଦୁଇ ଭାଇ ନଜର ଆସି ନଥିଲେ । ଯେଉଁ କାରଣରୁ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି ।

କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ସୋନାକ୍ଷୀଙ୍କୁ ଅନ୍ୟ ଧର୍ମରେ ବିବାହ କରିବାକୁ ପସନ୍ଦ କରୁ ନାହାନ୍ତି । ଯେଉଁ ଦିନଠାରୁ ଖବର ଆସିଲା ଯେ ସୋନାକ୍ଷୀ ଜାହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି, ସେ ଅନ୍ୟ ଧର୍ମରେ ବିବାହ କରିଥିବାରୁ ତାଙ୍କୁ ଟ୍ରୋଲ କରାଯାଉଥିଲା । ତେବେ ଲୋକମାନେ ଏହାକୁ ନେଇ ସମାଲୋଚନା କରୁଛନ୍ତି । କେହି କେହି କହୁଛନ୍ତି ଯେ କିଛି ସମୟ ପରେ ଅଭିନେତ୍ରୀଙ୍କୁ ସୁଟକେସ୍, ଫ୍ରିଜ୍ କିମ୍ବା କୁକରରେ ମିଳିବେ । କେତେକ କହୁଛନ୍ତି ଯେ ସେମାନେ ଶୀଘ୍ର ଛାଡପତ୍ର ହୋଇଯିବ । କିନ୍ତୁ ଏବେ ଅଭିନେତ୍ରୀ ଯେତେବେଳେ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ସେତେବେଳେ ସେ ତାଙ୍କ କମେଣ୍ଟ ସେକ୍ସନ୍‌ ବନ୍ଦ କରି ଦେଇଛନ୍ତି । କେବଳ ସୋନାକ୍ଷୀ ନୁହଁନ୍ତି ଜାହିର ମଧ୍ୟ ତାଙ୍କର କମେଣ୍ଟ ସେକ୍ସନ୍‌ ବନ୍ଦ କରିଛନ୍ତି । ଏହାର ଅର୍ଥ ହେଉଛି, ବର୍ତ୍ତମାନ ଟ୍ରୋଲରମାନେ ଅଶ୍ଳୀଳ ମନ୍ତବ୍ୟ ଦେଇ ଅଭିନେତ୍ରୀଙ୍କୁ ଟ୍ରୋଲ କରିପାରିବେ ନାହିଁ ।

You might also like