ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ, ହରର୍ କମେଡି ଫିଲ୍ମରେ କରିବେ କାମ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ କ୍ଯାରିଅରକୁ ନେଇ ଭିନ୍ନ ଭିନ୍ନ ଟେଷ୍ଟିଂ କରିବାରେ ଲାଗିଛନ୍ତି। ଅନେକ ଆକ୍ସନ ଫିଲ୍ମରେ କାମ କରିଥିବା ସୋନାକ୍ଷୀ ଏବେ ହରର ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ରୋନି ସ୍କ୍ରୁୱାଲା ଏହି ଫିଲ୍ମର ନିର୍ମାଣ କରୁଛନ୍ତି ।

ଖବର ଅନୁଯାୟୀ, ଏଥିରେ ମୁଖ୍ୟ କଳାକାର ଭୂମିକାରେ ସୋନାକ୍ଷୀ ଅଭିନୟ କରୁଥିବା ବେଳେ ତାଙ୍କ ସହିତ ପ୍ରଥମ ଥର ପାଇଁ ନଜର ଆସିବେ ରିତେଶ ଦେଶମୁଖ । ଦୁହେଁ ଏହି ଫିଲ୍ମ ସାଇନ କରିଥିବାର ଜଣାପଡିଛି । ସୋନାକ୍ଷୀଙ୍କ ଏହା ହେଉଛି ପ୍ରଥମ ହରର୍ କମେଡି ଫିଲ୍ମ ।

ପୂର୍ବରୁ ରୋନି ସ୍କ୍ରୁୱାଲା ‘ସ୍ତ୍ରୀ’ ଏବଂ ‘ରୁହୀ’ ର ଭଳି ହରର ଫିଲ୍ମ କରିସାରିଛନ୍ତି। ଏବେ ଏହି ଫିଲ୍ମର ଥିମ ଏପରି ରହିବ । ସୋନାକ୍ଷୀ ଓ ରିତେଶ ପୂର୍ବରୁ ଏପରି କୌଣସି ଫିଲ୍ମ କରିନାହାନ୍ତି । ତେଣୁ ଦୁହିଁଙ୍କ ପାଇଁ ଏହା ନୂଆ ଥିମ୍ ରହିବ ବୋଲି କୁହାଯାଉଛି । ମିଡିଆ ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ରାଜସ୍ଥାନରେ କରାଯିବ । ସବୁକିଛି ଠିକ୍ ହୁଏ ତେବେ ଏହାର ଶୁଟିଂ ଚଳିତ ମାସ ସେପ୍ଟେମ୍ବର ଆଡକୁ ଆରମ୍ଭ ହୋଇଯିବ । ତେବେ ଫିଲ୍ମ ବ୍ୟତୀତ ସୋନାକ୍ଷୀ ୱେବ୍ ସିରିଜ୍ ରେ ବି ନଜର ଆସି ସାରିଛନ୍ତି । ନିକଟରେ ତାଙ୍କର ଦୁଇଟି ୱେବ୍ ସିରିଜ୍ ରିଲିଜ୍ ହୋଇଥିଲା ‘ଭୁଜ୍’,’ବୁଲ୍ ବୁଲ୍’ । ରୋନି ସ୍କ୍ରୁୱାଲାଙ୍କ କଥା ଯଦି କହିବା ତେବେ ସେ ‘କେଦାରନାଥ’ ଏବଂ ‘ଉରୀ’ ଭଳି ହିଟ୍ ଫିଲ୍ମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.