କରୋନା ସହିତ ଲଢେଇ କରିବା ପାଇଁ ସୋନାକ୍ଷୀ ନେଲେ ଏପରି ପଦକ୍ଷେପ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆରମ୍ଭ କଲେ ଏହି ଅଭିଯାନ

କରୋନା ଭାଇରସ ଲଢେଇରେ ସମଗ୍ର ଭାରତବାସୀ ସାମିଲ ହୋଇଛନ୍ତି। ଖାସ୍‌କରି ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ। ଅକ୍ଷୟ କୁମାର ଠାରୁ ଆରମ୍ଭ କରି ସଲମାନ ଖାନ, ବିଗ ବିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଲଢେଇରେ ସାମିଲ। ଏବେ ଏହି ଲଢେଇରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ କରୋନା ସ୍ୱାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍‌ ପ୍ରଦାନ କରିବା ପାଇଁ ଆଗେଇ ଆସିଛନ୍ତି। ସୋନାକ୍ଷୀଙ୍କ କହିବାନୁଯାୟୀ, ସ୍ୱାସ୍ଥ୍ୟ କର୍ମୀ ଏହି ମହାମାରୀ ସହିତ ଲଢିବା ପାଇଁ ଦିନରାତି ଆପ୍ରାଣ ଉଦ୍ୟମ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସେମାନେ ଲୋକଙ୍କ ସେବା କରୁଛନ୍ତି। କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ପିପିଇ କିଟ୍‌ ଅତ୍ୟନ୍ତ ଆବଶ୍ୟକ ରହିଛି, ଯାହା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ନାହିଁ।

 

View this post on Instagram

 

Its time for us to become warriors in this #WarAgainstCovid19… woh bhi ghar baithe baithe! Lets come together and make sure we can provide our healthcare workers with what they need the most at this time – PPE (Personal Protective Equipment) kits. I have partnered with Tring (Instagram @tring.india) #ManishMundra and @atulkasbekar to raise donations for 1000 PPE kits which are in immediate need across India for our doctors and medical staff. Log onto www.tring.co.in and go to my profile to donate. LINK IN BIO! You can donate as an individual, as a family or even as a group of friends in this quest to save the world! Let’s all join the #WarAgainstCovid19 and #UniteForHumanity #IndiaFightsCorona

A post shared by Sonakshi Sinha (@aslisona) on

ଏଥିପାଇଁ ସୋନାକ୍ଷୀ ଏକ ଯୋଜନା କରୁଛନ୍ତି, ଯାହା ମାଧ୍ୟମରେ ସେ ନିଜ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସମସ୍ତ ଲୋକଙ୍କ ପାଇଁ ପିପିଇ କିଟ୍‌ ପ୍ରଦାନ କରିବା ପାଇଁ ଅପିଲ କରୁଛନ୍ତି। ଏହି ଯୋଜନାରେ ଯିଏ ୨୫ରୁ ୧୦୦ଟି ପିପିଇ କିଟ୍‌ ପ୍ରଦାନ କରିବ ତାଙ୍କୁ ନିଜ ତରଫରୁ ଧନ୍ୟବାଦ ଜଣାଇବେ ସୋନାକ୍ଷୀ। ଆଉ ଯେଉଁ ଲୋକ ୧୦୦ରୁ ୨୦୦ କିଟ୍‌ ଦାନ କରିବେ, ତାଙ୍କୁ ଭିଡିଓ ସନ୍ଦେଶ ଜରିଆରେ ଧନ୍ୟବାଦ ଅର୍ପଣ କରିବେ। ଆଉ ଯେଉଁମାନେ ୨୦୦ରୁ ଉର୍ଦ୍ଧ୍ୱ ପିପିଇ କିଟ୍‌ ଦାନ କରିବେ ସେମାନଙ୍କୁ ଭିଡିଓ କଲ ଜରିଆରେ ଧନ୍ୟବାଦ ଜ୍ଞାପନ କରିବେ ବୋଲି ସୋନାକ୍ଷୀ କହିଛନ୍ତି।

ଏହାକୁ ନେଇ ସୋନାକ୍ଷୀ କହିଛନ୍ତି, ଆମ ଦେଶର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ନିଜର ଜୀବନକୁ ବିପଦରେ ପକାଇ ରୋଗୀଙ୍କ ସେବା କରୁଛନ୍ତି। ଯେଉଁମାନେ ନିଜର ଚିନ୍ତା ନ କରି ଅନ୍ୟର ସେବା କରୁଛନ୍ତି, ତାଙ୍କୁ କେବେ ବି କିଛି ହେବନାହିଁ। ଏଥିପାଇଁ ସମସ୍ତଙ୍କୁ ଅପିଲ କରି ପିପିଇ କିଟ୍‌ ଦାନ କରିବାକୁ ସୋନାକ୍ଷୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.