Categories: ମନୋରଂଜନ

କେବିସିରେ ଏତେ ସହଜ ପ୍ରଶ୍ନର ଦେଇପାରିଲେନି ଉତ୍ତର, ଆଉ ହୋଇଗଲେ ଟ୍ରୋଲ୍‌, ଜାଣନ୍ତୁ କଣ ପଚରାଯାଇଥିଲା ସୋନାକ୍ଷୀଙ୍କୁ

ଅମିତାଭ ବଚ୍ଚନଙ୍କ ଶୋ ‘କୌନ ବନେଗା କରୋଡପତି’ ଏବେ ଘରେ ଘରେ ବହୁତ ଲୋକପ୍ରିୟତା ପାଉଛି। ଏହି ଶୋ ବହୁତ ଲୋକପ୍ରିୟ ସାଉଁଟିଛି। ଚଳିତ ବର୍ଷର ସିଜନ ୧୧ ପ୍ରତ୍ୟେକ ଦିନ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସୁଛି। କାଲି ଅର୍ଥାତ ୨୦ ସେପ୍ଟେମ୍ବରରେ ସିଧାପ୍ରସାରଣ ହେଉଥିବା କେବିସି ୧୧ର ଏପିସୋଡକୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଚର୍ଚ୍ଚାକୁ ନେଇଆସିଛନ୍ତି।

ଏହି ଏପିସୋଡରେ କରୋଡପତି ହେବାର ଆଶା ରଖି ରାଜସ୍ଥାନ ବାଡମେରର ରୁମା ଦେବୀ ଆସିଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ହଟସିଟରେ ବସିଥିଲେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସୋନାକ୍ଷୀ ବହୁତ ପ୍ରଶ୍ନର ଉତ୍ତର ଦେଇଥିଲେ କିନ୍ତୁ ଗୋଟିଏ ବହୁତ ସହଜ ପ୍ରଶ୍ନ ଉତ୍ତର ନଦେଇପାରି ତାଙ୍କ ହାଲ୍‌ ବେହାଲ ହୋଇଗଲା।

ବିଗ ବି ଅମିତାଭ ବଚ୍ଚନ ଶୋରେ ପ୍ରଶ୍ନ କରିଥିଲେ ଯେ ରାମାୟଣ ଅନୁଯାୟୀ ହନୁମାନ କାହା ପାଇଁ ସଞ୍ଜୀବନୀ ବୁଟୀ ଆଣିଥିଲେ ? ଅପସନରେ ଥିଲା ସୁଗ୍ରୀବ, ଲକ୍ଷ୍ମଣ, ସୀତା ଏବଂ ରାମ। କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେଇ ନପାରି ନେବାକୁ ପଡିଲା ଲାଇଫ ଲାଇନ୍‌।

ଏହାସହ ପଢନ୍ତୁ : ଟ୍ରାଫିକ ଚେକିଂରୁ ରକ୍ଷା ପାଇବା ପାଇଁ ମେଟ୍ରୋରେ ଯାତ୍ରା କଲେ ଖିଲାଡି ଷ୍ଟାର ଅକ୍ଷୟ, ମାତ୍ର ଚିହ୍ନିପାରିଲେନି ଲୋକେ

ଯେତେବେଳେ ପ୍ରଶ୍ନର ଉତ୍ତର ଦେବାର ସମୟ ଆସିଲା ସେତେବେଳେ ସୋନାକ୍ଷୀଙ୍କ ଅବସ୍ଥା ଦେଖି ଦର୍ଶକ ଆଶ୍ଚଯ୍ୟର୍ ହୋଇଗଲେ। ତାଙ୍କୁ ଏହି ସହଜ ପ୍ରଶ୍ନର ଉତ୍ତର ଜଣାନଥିଲା। ଏଥିପାଇଁ ତାଙ୍କୁ ଲାଇଫଲାଇନର ସାହାରା ନେବାକୁ ପଡିଲା। ଏହାପରେ ସୋନାକ୍ଷୀ ସିହ୍ନା ଠିକ୍‌ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହେଲେ। ଏହି ସହଜ ପ୍ରଶ୍ନର ଉତ୍ତର ଦେଇନପାରିବାରୁ ସୋନାକ୍ଷୀ ଏବେ ଟ୍ରୋଲର ଶିକାର ହୋଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ‘ଏହି କଳାକାରଙ୍କୁସତରେ ଆମ ସଂସ୍କ୍ରୁତି ବିଷୟରେ ଜ୍ଞାନ ନାହିଁ। ’ ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି, ‘ମୋତେ ଲାଗୁଥିଲା ଯେ ବଲିଉଡ୍‌ ଇତିହାସରେ ଅନନ୍ୟା ପାଣ୍ଡେ ସବୁଠାରୁ ଖରାପ ଅଭିନେତ୍ରୀ କିନ୍ତୁ ସୋନାକ୍ଷୀ ସିହ୍ନା ଏହାକୁ ଭୁଲ ପ୍ରମାଣ କରିଦେଲେ। ଏମିତି କରି ସେ ଆଲିଆ ଭଟ୍ଟ ଲଏବଂ ଅନନ୍ୟା ପାଣ୍ଡେଙ୍କୁ କଡା ଟକ୍କର ଦେଇଛନ୍ତି।

ଅଭିତାଭ ନିଜେ ସୋନାକ୍ଷୀଙ୍କୁୂ ଟ୍ୟୁସନ କରିଛନ୍ତି। ସୋନାକ୍ଷୀଙ୍କ ବାପାଙ୍କ ନାମ ଶତ୍ରୁଘ୍ନ ସିହ୍ନା, ସେହିପରି ତାଙ୍କର ଅନ୍ୟ ଚାଚାଙ୍କ ନାମ ରାମ, ଲକ୍ଷ୍ମଣ ଏବଂ ଭରତ। ସେହିଭଳି ତାଙ୍କ ଘରର ନାମ ରାମାୟଣ। ସେହିପରି ସୋନାକ୍ଷୀଙ୍କ ଭାଇଙ୍କ ନାମ ହେଉଛି ଲବ ଏବଂକୁଶ। ଏତେ ସବୁ ପରେ ମଧ୍ୟ ସେ ଏହି ସହଜ ପ୍ରଶ୍ନୀ ଉତ୍ତର ଦେଇପାରିଲେ ନାହିଁ।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

40 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago