ବଲିଉଡ୍ କପଲ୍ ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲ୍ ବର୍ତ୍ତମାନ ସେମାନଙ୍କ ଲାଇଫର ବେଷ୍ଟ୍ ଫେଜରେ ଅଛନ୍ତି । ବିବାହକୁ ୫ ମାସ ପୂରା ହୋଇଛି । ଯେବେଠାରୁ ଦୁହିଁଙ୍କର ବିବାହ ହୋଇଛି, ସେବେଠାରୁ କପଲ୍ ବିଭିନ୍ନ ଜାଗା ବୁଲୁଛନ୍ତି । ଏବେ ସେମାନେ ଇଟାଲୀରେ ଭ୍ରମଣର ମଜା ନେଉଛନ୍ତି ।
ବିବାହକୁ ୫ ମାସ ପୂରଣ ହେବା ଖୁସିରେ ସୋନାକ୍ଷୀ ଓ ଜହିର ଏହି ଟ୍ରପ୍ ପ୍ଲାନ କରିଥିଲେ । ଇଟାଲୀର ଫ୍ଲୋରେନ୍ସରୁ ନୂଆ ଫଟୋଗୁଡ଼ିକ ସେମାନେ ସେୟାର କରିଛନ୍ତି । ଇଟାଲୀର ସୁନ୍ଦର ଦୃଶ୍ୟପଟ ମଧ୍ୟରେ କପଲଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି । ସୋନାକ୍ଷୀ ଓ ଜହିର ଜଣେ ଜଣଙ୍କ ପ୍ରେମରେ ବୁଡ଼ିଯାଇଛନ୍ତି ।
ଦୁହିଁଙ୍କ ସମ୍ପର୍କକୁ ୭ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ସେମାନଙ୍କ କେମିଷ୍ଟ୍ରୀ ଏବଂ ଭଲ ପାଇବାରେ ଏବେ ମଧ୍ୟ ନୂତନତ୍ଵ ରହିଛି । ଫଟୋଗୁଡ଼ିକରେ କପଲ୍ ପରସ୍ପରରେ ବାହୁରେ ହଜିଯାଇଛନ୍ତି । ଫ୍ୟାନମାନେ ଏହି ଫଟୋଗୁଡ଼ିକୁ ଖୁବ୍ ପସନ୍ଦ କରିଛନ୍ତି ।
ଇଟଲୀରେ ଡିନର ଡେଟରେ ବହୁତ ଚିଲ୍ କରିଥିଲେ ସୋନାକ୍ଷୀ ଓ ଜହିର । ଏଠାରେ ପତ୍ନୀଙ୍କୁ ଟିଜ୍ କରୁଥିବାର ଭିଡିଓ ମଧ୍ୟ ଜହିର ସେୟାର କରିଛନ୍ତି । ଫ୍ୟାନମାନେ ଏହି ଦୁଇ ଜଣଙ୍କୁ ସୁନ୍ଦର କପଲ୍ ବୋଲି କହିଛନ୍ତି । କିନ୍ତୁ ପଚାରିଛନ୍ତି କି, କେବେ ସରିବ ଏମାନଙ୍କ ହନିମୁନ? ଜଣେ ଲେଖିଛନ୍ତି, ଏତେ ଥର କିଏ ହନିମୁନ ଯାଏ? । ଆଉ ଜଣେ ଲେଖିଛନ୍ତି, ବାସ୍ ଏଞ୍ଜୟ କର, ମସ୍ତ ରୁହ ।