ସୋନାକ୍ଷୀ ସ୍ୱାମୀ ଜାହିରଙ୍କ ସହ ସେୟାର କଲେ ରୋମାଣ୍ଟିକ୍‌ ଫଟୋ, ଫ୍ୟାନ୍ସ ଦେଲେ ଭଲ ପାଇବା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ଦୁଇ ମାସ ପୂର୍ବେ ଜୁନ୍ ୨୩ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟେ ହିନ୍ଦୁ କିମ୍ବା ମୁସଲମାନ ରୀତିନୀତି ଛାଡି କୋର୍ଟରେ ବିବାହ କରିଥିଲେ । ଏହା ବ୍ୟତୀତ ଏହି କପଲ ବହୁତ ଦିନ ହେବ ଡେଟ୍‌ ମଧ୍ୟ କରୁଥିଲେ । ଦୁହେଁ ସୋସିଆଲ ମିଡିଆରେ ନିଜ ବିବାହ ଫଟୋ ସେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିଲେ । କିନ୍ତୁ ଟ୍ରୋଲ ଏବଂ ନକାରାତ୍ମକତା କଥାକୁ ଏଡାଇବା ପାଇଁ ସେମାନେ ନିଜ ବିବାହ ଫଟୋଗୁଡ଼ିକର କମେଣ୍ଟ ବକ୍ସ ବନ୍ଦ କରିଦେଇଥିଲେ । ବିବାହ ପରେ ଦୁହେଁ ବର୍ତ୍ତମାନ ବିବାହିତ ଦମ୍ପତି ଭାବରେ ନିଜ ଜୀବନକୁ ଉପଭୋଗ କରିବାରେ ଏବଂ ଖୁସିର ସମୟ ବିତାଇବାରେ ବ୍ୟସ୍ତ ଅଛନ୍ତି । ସୋନାକ୍ଷୀ ପ୍ରାୟତଃ ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ ତାଙ୍କର ଲବିଡବି ଫଟୋ ସେୟାର କରନ୍ତି ଏବଂ ପୁଣି ଥରେ ସେ ଏପରି ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି ।

ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ ଜାହିର ପରସ୍ପରର ପ୍ରେମରେ ବୁଡି ରହିଥିବାର ନଜର ଆସିଛନ୍ତି । ଶନିବାର ଦିନ ସୋନାକ୍ଷୀ ସିହ୍ନା ନିଜର ଏହି ରୋମାଣ୍ଟିକ ଫଟୋକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି । ଏଥିରେ ନବ ବିବାହିତ ଦମ୍ପତି ସେଲଫି ପାଇଁ ପୋଜ୍ କରିଛନ୍ତି । ଫଟୋରେ ସୋନାକ୍ଷୀ ବହୁତ ସୁନ୍ଦର ଲାଗୁଥିବା ବେଳେ ଜାହିର ଏକ ଧଳା ଟି-ସାର୍ଟ ଉପରେ ଚେକେଡରେ ସୁନ୍ଦର ଦେଖାଯାଉଥିଲେ ।

ଫଟୋକୁ ଅତି ନିକଟରୁ ଦେଖିଲେ, ସେଥିରେ ଏକ GIF ମଧ୍ୟ ଦେଖିବାକୁ ମିଳିବ । ଯେଉଁଥିରେ ଏକ ପ୍ଲେନ୍‌ ଦେଖିବାକୁ ମିଳିଛି, ଯେଉଁଥିରୁ ଜଣାପଡିଛି ଯେ ଏହି କପଲ ପୁଣି ବାହାରକୁ ବୁଲିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଏହି ଦମ୍ପତି ସେମାନଙ୍କର ଏକ ମାସକ ବିବାହ ବାର୍ଷିକୀ ପାଳନ କରିଥିଲେ, ଯେଉଁଥିପାଇଁ ଦୁହେଁ ଫିଲିପାଇନ୍ସ ଯାଇଥିଲେ । ଦୁହେଁ ପ୍ରାୟତଃ ସୋସିଆଲ ମିଡିଆରେ ଏକାଠି ଫଟୋ ସେୟାର କରନ୍ତି ଏବଂ ପରସ୍ପର ପ୍ରତି ଥିବା ଭଲ ପାଇବାକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ ।

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ମୁମ୍ବାଇରେ ବହୁତ କମ୍‌ ଲୋକଙ୍କ ମଧ୍ୟରେ ବିବାହ କରିଥିଲେ । ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ । ତେବେ ବାନ୍ଧିବା ପୂର୍ବରୁ ଦୁହେଁ ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ । ତେବେ ଉଭୟେ ବିଭିନ୍ନ ଧର୍ମର ହୋଇଥିବାରୁ ଉଭୟଙ୍କୁ ସେମାନଙ୍କ ବିବାହକୁ ନେଇ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା । ଏପରିକି ଶତ୍ରୁଘ୍ନ ସିହ୍ନାଙ୍କୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଟ୍ରୋଲର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ବିବାହ ପରେ ଉଭୟ ସୋନାକ୍ଷୀ ଏବଂ ଜାହିର ବହୁତ ଖୁସିର ସହିତ ନିଜ ଜୀନବ ବିତାଉଛନ୍ତି । ଏହା ସହ ଫ୍ୟାନ୍ସ ମଧ୍ୟ ଏହି କପଲଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like