ବାହାଘର ପରେ ପ୍ରଥମ ଇଦ୍ ପାଳିଲେ ସୋନାକ୍ଷୀ-ଜାହିର, ସେୟାର କଲେ ସୁନ୍ଦର ଫଟୋ

ବିବାହ ପରେ ବି-ଟାଉନର ସବୁଠାରୁ ଫେମସ୍ ଯୋଡ଼ି ମଧ୍ୟରୁ ଜଣେ ସୋନାକ୍ଷୀ-ଜାହିର । ଗତକାଲି ଉଭୟ ପତି-ପତ୍ନୀ ଭାବରେ ସେମାନଙ୍କର ପ୍ରଥମ ଇଦ୍ ପାଳନ କରିଛନ୍ତି । ଗତବର୍ଷ ବିବାହ କରିଥିବା ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ସେମାନଙ୍କର କ୍ୟୁଟ୍ ରିଲେସନ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଉଭୟଙ୍କ ବିବାହ ମଧ୍ୟ ସମସ୍ତଙ୍କର ଖୁବ ଧ୍ୟାନ ଆକର୍ଷଣ କରିଥିଲା କାରଣ ଉଭୟ ଭିନ୍ନ ଧର୍ମର ଥିଲେ । ଲୋକମାନେ ଏହି କପଲଙ୍କର ରୋମାଣ୍ଟିକ ଫଟୋ ଏବଂ ମଜାଦାର ଭିଡିଓଗୁଡ଼ିକୁ ବହୁତ ପସନ୍ଦ କରନ୍ତି ।

ଅଭିନେତ୍ରୀ ଏହି ବିଶେଷ ଦିନରେ ତାଙ୍କ ଫ୍ୟାନ୍ସମାନଙ୍କୁ ଶୁଭେଚ୍ଛା ଜଣାଇ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିବା ଫଟୋଗୁଡ଼ିକ ଏବେ ଲୋକଙ୍କ ହୃଦୟ ଜିତିନେଇଛି । ଏଥିରେ ସେ ପୁରା ଦେଶୀ ଲୁକରେ ନଜର ଆସିଛନ୍ତି । ତାଙ୍କର ପ୍ରଥମ ଫଟୋରେ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଶୁଭ ଗୁଡ଼ି ପାଡ଼ୱା, ବୈସାଖୀ, ଉଗାଡି, ଚେଟି ଚନ୍ଦ, ନବରାତ୍ରୀ ଏବଂ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

ସେୟାର କରାଯାଇଥିବା ଦ୍ୱିତୀୟ ଫଟୋରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ଦେଖାଯାଇଥିଲେ । ତାଙ୍କର ୨୦୨୫ ଇଦ୍ ଫଟୋ ଏବେ ଖୁବ ଭାଇରାଲ ହେଉଛି । ସୋନାକ୍ଷୀ ଏବଂ ଜାହିରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ଏକାଠି ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ସୋନାକ୍ଷୀ ସମ୍ପୂର୍ଣ୍ଣ କଳା ପୋଷାକରେ ଅଛନ୍ତି ଏବଂ ଜାହିର ବ୍ଲାକ୍-ହ୍ୱାଇଟ୍ ପୋଷାକରେ ଅଛନ୍ତି ।

ଅଭିନେତ୍ରୀ ଜଣକ ଏକ ନେକପିସ୍ ସହିତ ତାଙ୍କର ଇଦ୍ ଲୁକ୍ କମ୍ପ୍ଲିଟ୍ କରିଥିଲେ । ଅଭିନେତ୍ରୀଙ୍କ ପ୍ରଫେସନାଲ ଲାଇଫ ବିଷୟରେ କହିବାକୁ ଗଲେ, ସେ ଖୁବ୍ ଶୀଘ୍ର ସାଉଥ ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୋନାକ୍ଷୀ ଫିଲ୍ମ ‘ଜଟାଧାରା’ ସହିତ ତେଲୁଗୁ ସିନେମାରେ ଡେବ୍ୟୁ କରିବେ । ମାର୍ଚ୍ଚ ୮ ତାରିଖରେ ସେ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଥିଲେ, ଯେଉଁଥିରେ ତାଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଥିଲା । ଭେଙ୍କଟ କଲ୍ୟାଣଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନାଙ୍କ ସହ ସୁଧୀର ବାବୁ ମଧ୍ୟ ନଜର ଆସିବେ ।

Also read: କଜିନ୍ ବାହାଘରରେ ଏକାଠି ନଜର ଆସିଲେ ଅଭିଷେକ-ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କ ସହ ଦେଲେ ପୋଜ୍