ବଢୁଛି ଜ୍ୟାକଲିନଙ୍କ ଅଡୁଆ, ନାଗାର୍ଜୁନଙ୍କ ଫିଲ୍ମ ‘ଦ ଘୋଷ୍ଟ’ରୁ ବି ଆଉଟ୍

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସମୟ ଏବେ ଖରାପ ଚାଲିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଅଭିନେତ୍ରୀଙ୍କ ନାମ ଜଡିତ ହେବା ଦିନଠାରୁ ତାଙ୍କ ନିଦ ହଜିଯାଇଛି। ସୁକେଶଙ୍କ ଯୋଗୁଁ ଇଡିର ଆଖି ପ୍ରତି ମୁହୂର୍ତ୍ତରେ ଜ୍ୟାକଲିନଙ୍କ ଉପରେ ରହିଛି। ଏହି ସମୟରେ ଅନେକ ପ୍ରୋଜେକ୍ଟ ମଧ୍ୟ ତାଙ୍କ ହାତରୁ ଚାଲି ଯାଉଛି। କିଛି ସପ୍ତାହ ପୂର୍ବରୁ, ସେ ସଲମାନ ଖାନଙ୍କ ଦ ବ୍ୟାଙ୍ଗ ଟୁର୍ ଠାରୁ ଦୂରେଇ ଯାଇଥିଲେ। ଏବେ ଶୁଣିବାକୁ ମିଳୁଛି ନାଗାର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଘୋଷ୍ଟ’ରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଛି। ଏହି ୧୦୦ କୋଟି ଫିଲ୍ମରେ ଜ୍ୟାକଲିନ ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ, କିନ୍ତୁ ବର୍ତ୍ତମାନ ସୋନଲ ଚୌହାନ ଏହି ବଡ ବଜେଟ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି।
ବଲିଉଡ ଅଭିନେତ୍ରୀ ସୋନଲ ଚୌହ୍ଵାନ ଇମ୍ରାନ ହାସମୀଙ୍କ ସହିତ ଫିଲ୍ମ ଜନ୍ନତ ଜରିଆରେ ଲୋକପ୍ରିୟତା ହାସିଲ କରିଥିଲେ। ‘ଦ ଘୋଷ୍ଟ’ର ମେକର୍ସ ଭାବୁଛନ୍ତି କି ସୋନଲ ଏବଂ ନାଗାର୍ଜୁନଙ୍କ ଯୋଡି ପରଦାରେ ବେଶ୍ କମାଲ କରିବ। ଦୁହିଁଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ।
View this post on Instagram
ଜ୍ୟାକଲିନଙ୍କ ପୂର୍ବରୁ ଜଣାଶୁଣା ସାଉଥ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ ନିର୍ମାତା ଅପ୍ରୋଚ୍ କରିଥିଲେ। ଗର୍ଭାବସ୍ଥାରେ କାଜଲ ଅଗ୍ରୱାଲଙ୍କୁ ଏହି ଫିଲ୍ମ ଛାଡିବାକୁ ପଡିଲା।
ଦିଲ୍ଲୀରେ ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପଚରାଉଚରା କରିଥିଲା। ଏହି ମାମଲାରେ ଇଡି ୫ ଘଣ୍ଟା ଜେରା କରି ଜ୍ୟାକଲିନ୍ଙ୍କ ବୟାନ ରେକର୍ଡ କରିଥିଲା। ଅର୍ଥ ହେରଫେର ମାମଲା ଦାଖଲ ହୋଇଥିବା ମୁକେଶ ଚନ୍ଦ୍ରଶେଖରଙ୍କ ସହ ଏହି ମାମଲା ଜଡିତ।
ଅଗଷ୍ଟ ୨୩ରେ ତିହାର ଜେଲ ଭିତରୁ ଆଜି ପର୍ଯ୍ୟନ୍ତ ୨୦୦ କୋଟି ବଟି ଆଦାୟ ମାମଲାରେ ମୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ଲୀନା ପଲଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରିଥିଲା। ଚଢ଼ଉରେ ଇଡି ବିପୁଳ ପରିମାଣର ଅର୍ଥ ଜବତ କରିବା ସହ ୧୫ଟି ଦାମି କାର ବି ଜବତ କରିଥିଲା। ଦାଦା ବଟି ଆଦାୟ କରିବା ଓ ଲୋକଙ୍କୁ ବିଭିନ୍ନ କୋର୍ଟ କଚେରୀ ମାମଲାରେ ସହାୟତା ଯୋଗାଇ ଦେବାକୁ କହି ଚନ୍ଦ୍ରଶେଖର ଅନେକ ଲୋକଙ୍କ ଠାରୁ ଶହ ଶହ କୋଟି ଟଙ୍କା ଠକି ନେଇଛନ୍ତି। ଏହି ଅର୍ଥ କାରବାରକୁ ନେଇ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ନାମ ଆସିବା ପରେ ତାଙ୍କୁ ଇଡି ପଚରା ଉଚରା କରିଥିଲା ।