ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ କ୍ୟାନସର !

Sonali-cancerମୁମ୍ବାଇ: ମାରାତ୍କମ କ୍ୟାନସର ପୀଡ଼ିତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। ଚିକିତ୍ସା ପାଇଁ ଏବେ ସେ ନ୍ୟୁୟର୍କରେ ଅଛନ୍ତି। ଟ୍ଵିଟ୍ ଯୋଗେ ଏହି ଦୁଃଖଦ ଖବର ଦେଇଛନ୍ତି ସୋନାଲି। ଆବେଗପୂର୍ଣ୍ଣ ଭାବରେ କ୍ୟାନସର ସହ ଲଢ଼େଇ ସମ୍ପର୍କରେ ଲେଖିଛନ୍ତି ସୋନାଲି। ସେ କହିଛନ୍ତି, ପ୍ରଥମରୁ ସେ କିଛି ଜାଣି ପାରି ନଥିଲେ ।

ଅଧିକ କଷ୍ଟ ଅନୁଭବ କରିବାରୁ ପରୀକ୍ଷା ନିରୀକ୍ଷାରେ ସେ କ୍ୟାନସରରେ ପୀଡ଼ିତ ହୋଇଥିବା ଜାଣିବାକୁ ପାଇଥିବା ଟ୍ଵିଟ୍ କରି ଲେଖିଛନ୍ତି ସୋନାଲି। ପରିବାର, ନିକଟ ସମ୍ପର୍କୀୟ ଓ ବନ୍ଧୁଙ୍କ ସହଯୋଗ ତାଙ୍କୁ ଶକ୍ତି ଦେଉଥିବା କହିଛନ୍ତି । ସୋନାଲିଙ୍କ ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି। ସମସ୍ତେ ସୋନାଲିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.