ମନୋରଞ୍ଜନ ଦୁନିଆରେ ବର୍ତ୍ତମାନ ପ୍ରେଗ୍ନାନ୍ସି ଖବର ଲଗାତାର ଆସିବାରେ ଲାଗିଛି। ସୋନମ୍ କପୁର, ଆଲିଆ ଭଟ୍ଟ, ବିପାଶା ବସୁଙ୍କଠାରୁ ଆରମ୍ଭ କରି ଟିଭି ଷ୍ଟାର ଦେବିନା ବାନାର୍ଜୀଙ୍କ ପର୍ଯ୍ୟନ୍ତ, ଅନେକ ଅଭିନେତ୍ରୀ ଏବେ ଗର୍ଭବତୀ ଅଛନ୍ତି।
ନିକଟରେ Vogue India ସହ ଏକ ବାର୍ତ୍ତାଳାପରେ ସୋନମ୍ କହିଥିଲେ କି, ତାଙ୍କ ପ୍ରେଗ୍ନାନ୍ସି ସହଜ ରହି ନାହିଁ। ତାଙ୍କ ପ୍ରଥମ ଟ୍ରାଇମେଷ୍ଟର ବହୁତ କଷ୍ଟକର ଥିଲା ଏବଂ ସେ ଏଥିପାଇଁ ପ୍ରସ୍ତୁତ ବି ନ ଥିଲେ।
ଏହି ଇଣ୍ଟରଭ୍ୟୁରେ ସୋନମ୍ କହିଥିଲେ, ସେ ନିଜ ତ୍ୱଚା ଏବଂ ଶରୀରର ଖାସ୍ ଧ୍ୟାନ ରଖୁଛନ୍ତି। କାହିଁକି ନା, ଯଦି ତାଙ୍କୁ ଆଉ ଏକ ଜୀବନକୁ ପାଳିବାର ଅଛି, ତା’ ହେଲେ ପ୍ରଥମେ ତାଙ୍କୁ ନିଜର ହିଁ ଧ୍ୟାନ ରଖିବା ଉଚିତ୍।
କହି ରଖୁଛୁ ଯେ ଅଭିନେତ୍ରୀ ସୋନମ୍ କପୁର ବର୍ତ୍ତମାନ ତାଙ୍କ ବାପା, ମାଆଙ୍କ ଘରେ ମୁମ୍ବାଇରେ ଅଛନ୍ତି ଏବଂ ଖୁବ୍ ଜଲ୍ଦି ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଖବର ରହିଛି କି, ସୋନମ୍ଙ୍କ ଡ୍ୟୁ ଡେଟ୍ ଅଗଷ୍ଟ ୨୦୨୨ ବୋଲି କୁହାଯାଉଛି। ଆଉ ଯଦି ଏମିତି ହୁଏ, ତା’ ହେଲେ ଆସନ୍ତା କିଛି ଦିନ ଭିତରେ ସୋନମ୍ ଓ ତାଙ୍କ ସ୍ୱାମୀ ଆନନ୍ଦ ଖୁସି ଖବର ଶୁଣାଇ ପାରନ୍ତି।
ସୋନମ୍ ନିଜ ପ୍ରେଗ୍ନାନ୍ସିର ଘୋଷଣା ମାର୍ଚ୍ଚ, ୨୦୨୨ରେ କରିଥିଲେ ଏବଂ ଏକ ଇନ୍ଷ୍ଟାଗ୍ରାମ ପୋଷ୍ଟ୍ ଜରିଆରେ ନିଜ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବାର ନଜର ଆସିଥିଲେ। ପ୍ରେଗ୍ନାନ୍ସିର ପ୍ରଥମାବସ୍ଥାରେ ସେ ନିଜ ସ୍ୱାମୀଙ୍କ ସହ ଲଣ୍ଡନରେ ଥିଲେ। ଏବେ କିନ୍ତୁ ସୋନମ୍ ନିଜ ପରିବାର ପାଖକୁ ଚାଲି ଆସିଛନ୍ତି।