ପୁଅ ବାୟୁର ପ୍ରଥମ ଝଲକ୍‌ ଦେଖାଇଲେ ସୋନମ୍‌ କପୁର, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନିକଟରେ ମା’ ହୋଇଛନ୍ତି ଅଭିନେତ୍ରୀ ସୋନମ୍‌ କପୁର। ଅନୀଲ ତନୟା ଅଗଷ୍ଟ ମାସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବିବାହ ପରେ ବଡ଼ ପରଦାରୁ ଦୂରେଇ ଯାଇଥିବା ସୋନମ୍‌ ସ୍ୱାମୀଙ୍କ ସହ ଲଣ୍ଡନରେ ରହୁଥିଲେ। କିନ୍ତୁ ସନ୍ତାନ ଜନ୍ମ ପାଇଁ ସେ ମୁମ୍ବାଇ ଫେରିଥିଲେ। ଏଠାରେ ହିଁ ସେ ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ସୋନମ୍‌ ତାଙ୍କ ପୁଅର ନାଁ ବାୟୁ କପୁର ଆହୁଜା ରଖିଛନ୍ତି। ମା’ ହେବାର ୩ ମାସ ପରେ ପୁଅ ସହ ସୋନମ୍‌ ଲଣ୍ଡନ ଫେରିଛନ୍ତି। ଇତି ମଧ୍ୟରେ ସୋନମ୍‌ ସ୍ୱାମୀ ଓ ପୁଅ ବାୟୁ ସହ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ତାଙ୍କ ପୁଅର ଏକ ଝଲକ୍‌ ଦେଖିବାକୁ ମିଳିଛି।

ସୋନମ୍‌ କପୁର ସେୟାର କରିଥିବା ଭିଡିଓରେ ସେ ସ୍ୱାମୀ ଆନନ୍ଦ ଆହୁଜା ଓ ପୁଅ ବାୟୁ ସହ ଛୁଟି କାଟୁଥିବା ଦେଖାଯାଇଛି। ଭିଡିଓରେ ସୋନମ୍‌ ଓ ଆନନ୍ଦ ଡ୍ରାଇଭିଂରେ ଯାଉଥିବାର ନଜର ଆସିଛି। ଏ ଅବସରରେ ଆନନ୍ଦ କାର ଡ୍ରାଇଭ୍‌ କରୁଛନ୍ତି। ଏହି ଭିଡିଓରେ ସୋନମ୍‌ କୋଳରେ ବାୟୁକୁ ଧରି ଗେହ୍ଲା କରୁଛନ୍ତି। କିନ୍ତୁ ବାୟୁର ମୁହଁ ଦେଖାଉନାହାନ୍ତି। ଭିଡିଓଟିରେ ବାୟୁ କ୍ୟାମେରା ଆଡ଼କୁ ପଛ କରିଛି। ମାତ୍ର ଏହାର ଥମ୍ବନେଲ୍‌ରେ ବାୟୁର ସାମାନ୍ୟ ଝଲକ ନଜର ଆସିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Sonam Kapoor Ahuja (@sonamkapoor)

ଭିଡିଓ ସେୟାର କରି ସୋନମ୍‌ କପୁର ଲେଖିଛନ୍ତି- ସ୍ୱିଟ୍‌ ନଥିଙ୍ଗ୍‌ସ। ଏହି ପୋଷ୍ଟରେ ସେ ସ୍ୱାମୀ ଆନନ୍ଦ ଆହୁଜା, ଅନୀଲ କପୁର ଓ ମା’ ସୁନୀତା କପୁରଙ୍କୁ ଟ୍ୟାଗ୍‌ କରିଛନ୍ତି।

ଭିଡିଓରେ ଆନନ୍ଦ ଆହୁଜା କମେଣ୍ଟ କରି ଲେଖିଛନ୍ତି- ମୋ ଦୁନିଆ ସହ ବୁଲୁଛି। ସେହିପରି ଆଲିଆ ଭଟ୍ଟ ଲେଖିଛନ୍ତି- ଖୁବ୍‌ ସୁନ୍ଦର।

ପ୍ରକାଶ ଯେ ବାୟୁ ଜନ୍ମ ହେବା ପରଠାରୁ ସୋନମ୍‌ କପୁର ଏବେ ଚର୍ଚ୍ଚାରେ ଅଛନ୍ତି। ଅନ୍ୟପଟେ ଫ୍ୟାନ୍‌ମାନେ ମଧ୍ୟ ବାୟୁକୁ ଦେଖିବାକୁ ଅପେକ୍ଷା କରିଥିଲେ। ଏଣୁ ଏବେ ସୋନମ୍‌ ପୁଅର ପ୍ରଥମ ଝଲକ୍‌ ଦେଖାଇବାରୁ ଫ୍ୟାନ୍‌ ବି ଖୁସି ଥିବା ଜଣାଯାଇଛି।

Also Read: ବେଲୁଚିସ୍ତାନରେ ବିଦ୍ରୋହକୁ ନିଜେ ପ୍ରତିହତ କରିପାରୁନି, ଚୀନ୍‌ ଡ୍ରୋନ୍‌ ବ୍ୟବହାର କରୁଛି ପାକିସ୍ତାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.