ଦେବୀ ଲୁକରେ ବେବି ଵମ୍ପ ଦେଖାଇଲେ ସୋନମ କପୁର, ସାମ୍ନାକୁ ଆସିଲା ନୂଆ ଫଟୋ

ବଲିଉଡ ଆକ୍ଟ୍ରେସ ସୋନମ କପୁର ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଏହି ନିକଟରେ ଫ୍ୟାନ୍ସଙ୍କ ସହ ସୋନମ ଏହି ଖୁସି ଖବର ଟିକୁ ସେୟାର କରିଛନ୍ତି । ନିଜ ଗର୍ଭାବସ୍ଥା ବିଷୟରେ ଅନାଉନ୍ସ କରିବା ପରେ ସୋନମ ନିଜ ବେବି ବମ୍ପ ସହିତ ଫଟୋସୁଟ କରାଇଛନ୍ତି । ସୋନମଙ୍କ ଏହି ଫଟୋସୁଟ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି ।

ଏହି ଫଟୋରେ ସୋନମ କପୁର ଅଫ ହ୍ୱାଇଟ ରଙ୍ଗର ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି । ସୋନମଙ୍କୁ ଏହି ଲୁକ ଦେବାରେ ବିଶେଷ ଭୂମିକା ନିଭେଇଛନ୍ତି ତାଙ୍କ ସାନ ଭଉଣୀ ରିୟା କପୁର ।

 

View this post on Instagram

 

A post shared by Sonam Kapoor Ahuja (@sonamkapoor)

ସୋନମଙ୍କ ଏହି ନୂଆ ଲୁକକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଖୁବ ଅଧିକ ମାତ୍ରାରେ କମ୍ପ୍ଲିମେଣ୍ଟସ ଦେଉଛନ୍ତି । କହିରଖିବା ଉଚିତ ହେବକି ସୋନମଙ୍କ ବିବାହ ୨୦୧୮ ମସିହାରେ ଦିଲ୍ଲୀର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କ ସହିତ ହୋଇଥିଲା । ରିପୋର୍ଟ ମିଳିବା ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସରେ ସୋନମ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । କିନ୍ତୁ ତାଙ୍କ ସମ୍ଭାବିତ ଡେଲିଭରି ତାରିଖ ବାବଦରେ ଏଯାବତ କୌଣସି ଘୋଷଣା କରାଯାଇନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.