ସୁଶାନ୍ତଙ୍କ ମୃତ୍ୟୁ ପରେ ସମବେଦନା ଜଣାଇବା ବଦଳରେ ମୁହଁ ଟାଣ ଦେଖାଉଛନ୍ତି ସୋନମ୍‌ କପୁର, ଟ୍ଵିଟ୍‌ କରି କହିଲେ…

ପିତୃ ଦିବସ ପ୍ରତି ପିତା ଓ ସନ୍ତାନ ପାଇଁ ଖାସ୍‌ ହୋଇଥାଏ। ଗତକାଲି ସମସ୍ତେ ଖୁବ୍‌ ଧୁମ୍‌ଧାମ୍‌ରେ ଫାଦର୍ସ ଡେ ପାଳନ କରିଛନ୍ତି। ଏଥିପାଇଁ ସମସ୍ତେ ସୋସିଆଲ ମିଡିଆରେ ବାପାଙ୍କ ଫଟୋ ପୋଷ୍ଟ କରିବା ସହ ନିଜ ମନର କଥା ଲେଖିଛନ୍ତି। କେବଳ ସାଧାରଣ ଲୋକ ନୁହେଁ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଫାଦର୍ସ ଡେ’ରେ ନିଜ ପିତାଙ୍କ ପାଇଁ କିଛି କିଛି ଲେଖିଛନ୍ତି। ତେବେ ବାପାଙ୍କ ପାଇଁ କେଇ ପଦ ଲେଖି ବିବାଦକୁ ଟାଣି ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର।

Sonam Kapoor On Nepotism on fathers day | यूजर्स के ...

ଫାଦର୍ସ ଡେ’ ଅବସରରେ ସୋନମ୍‌ ପିତା ଅନୀଲ କପୁରଙ୍କ ପାଇଁ ନିଜ ମନ କଥା ଲେଖି ଟ୍ରୋଲ ହୋଇଛନ୍ତି। ସୋନମ୍‌ ନିଜ ଟ୍ଵିଟର ଆକାଉଣ୍ଟ ପେଜ୍‌ରେ ଲେଖିଛନ୍ତି ଯେ ‘ଆଜି ପିତୃ ଦିବସ ଉପଲକ୍ଷେ ମୁଁ କିଛି କହିବାକୁ ଚାହୁଁଛି। ହଁ ମୁଁ ମୋ ପିତାଙ୍କ ଝିଅ ଆଉ ହଁ ମୁଁ ତାଙ୍କ ପାଇଁ ଏହି ସ୍ଥାନରେ ପହଞ୍ଚିଛି। ହଁ ମୋର କେତେକ ସ୍ୱତନ୍ତ୍ର ଅଧିକାର ଅଛି। ଏହା ଆଦୌ ବେଇଜ୍ଜତି ନୁହେଁ। ମୋ ବାପା ମତେ ଏସବୁ ଦେବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଆଉ ଏହା ମୋ କର୍ମ ଯେ ମୁଁ ଏଭଳି ଘରେ ଜନ୍ମ ହୋଇଛି। ମୁଁ ତାଙ୍କ ଝିଅ ବୋଲି ଗର୍ବିତ।’ କିଛି ଦିନ ହେବ ନେପୋଟିଜମ୍‌କୁ ନେଇ ଟ୍ରୋଲ ହୋଉଥିବା ସୋନମ୍‌ କପୁର ଲୋକଙ୍କୁ ଟ୍ଵିଟ୍‌ ମାଧ୍ୟମରେ ଜବାବ ଦେଇଥିବା କୁହାଯାଉଛି।

ଅନ୍ୟପଟେ ସୋନମ୍‌ଙ୍କ ଏହି ଟ୍ଵିଟ୍‌ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ୟୁଜର୍ସମାନେ ଖୁବ୍‌ ସମାଲୋଚନା କରିଛନ୍ତି। କିଛି ୟୁଜର୍ସ କହିଛନ୍ତି ଯେ କେବଳ ତୁମ ବାପା ନୁହେଁ ସମସ୍ତଙ୍କ ବାପା ନିଜ ଛୁଆ ପାଇଁ କଠିନ ପରିଶ୍ରମ କରିଥାନ୍ତି। ତୁମେ ଏଭଳି ମନ୍ତବ୍ୟ ଦେବା ଅନୁଚିତ। ଆଉ ଜଣେ ୟଜର କହିଛନ୍ତି ଯେ ଯାହା ହେଉ ତୁମେ ମାନିଲ ଯେ ତୁମେ ବାପାଙ୍କ ଯୋଗୁ ଏଠାରେ ଅଛ, ନିଜ ଟ୍ୟାଲେଣ୍ଟ ପାଇଁ ନୁହେଁ।

Vivek Agnihotri reveals he signed Sushant Singh Rajput for 'Hate ...

ସୂଚନାଯୋଗ୍ୟ ଯେ ବଲିଉଡ୍‌ ଅଭିନେତ୍ରୀ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ଚାଲିଥିବା ପରିବାରବାଦକୁ ନେଇ ବାରମ୍ବାର ସ୍ୱର ଉତ୍ତୋଳନ କରାଯାଉଛି। ନେପୋଟିଜମ୍‌କୁ ନେଇ ଅନ୍ୟ ଷ୍ଟାର କିଡ୍‌ସଙ୍କ ସମେତ ସୋନମ୍‌ କପୁର ବି ଟ୍ରୋଲ ହେଉଛନ୍ତି। ତେବେ ଏହି କାରଣରୁ ଫାଦର୍ସ ଡେ ଅବସରରେ ସୋନମ୍‌ ଏଭଳି ଟ୍ଵିଟ୍‌ କରିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.