ରିଲିଜ୍ ହେଲା ସୁଶାନ୍ତ ଏବଂ ଭୂମିଙ୍କ ଫିଲ୍ମ ‘ସୋନେଚିଡ଼ିଆ’ର ଟ୍ରେଲର୍

ମୁମ୍ବାଇ : ଆଜି ରିଲିଜ୍ ହୋଇଛି ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ଭୂମି ପେଡ଼ନେକରଙ୍କ ଫିଲ୍ମ ସୋନେଚିଡ଼ିଆର ଟ୍ରେଲର। ଟ୍ରେଲର ଆରମ୍ଭରେ ଏମରଜେନ୍ସି ଘୋଷଣା ହେବା ଦେଖାଯିବା ସହ ପରେ ଚମ୍ବଲ ସହରର କାହାଣୀକୁ ଦେଖାଯାଇଛି। ଏଥିରେ ପ୍ରଥମଥର ପାଇଁ ଏକାସାଙ୍ଗରେ ନଜର ଆସିଛନ୍ତି ସୁଶାନ୍ତ ଏବଂ ଭୂମି।

ଟ୍ରେଲରରେ ଏହି ଦୁଇ କଳାକରଙ୍କ ଛଡ଼ା ଆଶୁତୋଷ ରାଣାଙ୍କର ମଧ୍ୟ ଦମଦାର ଚରିତ୍ର ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମର ନିର୍ଦ୍ଧେଶନା ଦାୟିତ୍ବରେ ଅଭିଷେକ ଚୈବେ ରହିଥିବା ବେଳେ ଏହା RSVP ପ୍ରୋଡ଼କ୍ଟସନରେ ନିର୍ମିତ ହୋଇଛି। ଏହାର ଟିଜର ୬ଡିସେମ୍ବରରେ ଆସିଥିବା ବେଳେ ଫିଲ୍ମଟି ୮ ଫେବୃଆରୀରେ ରିଲିଜ୍ ହେବାକୁ ଯାଉଛି।

ଦେଖନ୍ତୁ ଟ୍ରେଲର୍