ବିବାହରେ ରଣବୀରଙ୍କୁ ଶାଶୁ ମା’ ଦେଲେ ୨.୫ କୋଟି ଟଙ୍କାର ଉପହାର, ଆଲିଆ ବାଣ୍ଟିଲେ ଶାଲ୍‌

ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହିଁଙ୍କ ବିବାହର ଫଟୋ ଇଣ୍ଟରନେଟରେ ଭାଇରଲ ହେଉଛି। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ରଣବୀର ଏବଂ ଆଲିଆ। ରଣବୀର ବାହାଘରରେ ଆଲିଆଙ୍କୁ ଦେବା ପାଇଁ ବିଦେଶରୁ ଉପହାର ମଗାଇଥିଲେ। ବିବାହରେ ଜ୍ୱାଇଁ ରଣବୀରଙ୍କୁ ଆଲିଆଙ୍କ ମା’ ସୋନୀ ରାଜଦାନଙ୍କ ଦାମୀ ଉପହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଆଲିଆଙ୍କ ମା’ ରଣବୀରଙ୍କୁ ୨.୫ କୋଟି ଟଙ୍କାର ଏକ ଘଣ୍ଟା ଉପହାର ଦେଇଛନ୍ତି। ରୀତିନୀତି ଅନୁଯାୟୀ ହୋଇଥିବା ବିବାହ ସରିବା ପରେ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କୁ କାଶ୍ମୀର ଶାଲ୍‌ ରିଟର୍ଣ୍ଣ ଉପହାର ଭାବେ ଦିଆଯାଇଛି। ଆଉ ଏହି ଶାଲ୍‌କୁ ଆଲିଆ ହିଁ ସମସ୍ତଙ୍କ ପାଇଁ ପସନ୍ଦ କରିଥିଲେ। ଏହି ଶାଲ୍‌ ପାଇ ବିବାହକୁ ଆସିଥିବା ସମସ୍ତ ଅତିଥି ବହୁତ ଖୁସି ରହିଛନ୍ତି।

ବଲିଉଡର ଏହି ବହୁ ଚର୍ଚ୍ଚିତ ବିବାହରେ ଜୋତା ଲୁଚାଇବା ପରମ୍ପରାକୁ ବହୁତ ଖାସ୍‌ କରାଯାଇଥିଲା। ଆଲିଆ ଭଟ୍ଟଙ୍କ ଗର୍ଲ ଗ୍ୟାଙ୍ଗ ରଣବୀରଙ୍କ ଜୋତା ଲୁଚାଇ ତାଙ୍କୁ ୧୧ କୋଟି ଟଙ୍କା ମାଗିଥିଲେ। କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଥଟ୍ଟାମଜା ଏବଂ ହସ ଚାଲିବା ପରେ ରଣବୀରଙ୍କ ତରଫରୁ ସେମାନଙ୍କୁ ୧ ଲକ୍ଷ ଟଙ୍କା ମିଳିଥିଲା।

ଖବର ମୁତାବକ, ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଟିମ୍‌ ମିଡିଆ ଲୋକଙ୍କୁ ମିଠା ବକ୍ସ ବାଣ୍ଟୁଥିବାର ବି ନଜର ଆସିଥିଲେ, ଯେଉଁମାନେ ବିବାହକୁ କଭର୍‌ କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ। ରଣବୀର ଓ ଆଲିଆଙ୍କ ବିବାହ ପରିବାର ଲୋକଙ୍କ ପାଇଁ ଏକ ବ୍ୟକ୍ତିଗତ ଉତ୍ସବ ଥିଲା। ଏହା ମଧ୍ୟ କୁହାଯାଉଛି ଯେ ପାଖାପାଖି ୫୦ ଜଣ ଅତିଥି ବିବାହରେ ଯୋଗ ଦେଇଥିଲେ। ତେବେ ରଣବୀର ଓ ଆଲିଆ ବଲିଉଡ୍‌ ଷ୍ଟାଇଲରେ ଏକ ଫାଇଭ୍‌ ଷ୍ଟାର ହୋଟେଲରେ ରିସେପ୍ସନ ପାର୍ଟି ଦେଇ ପାରନ୍ତି।

ସୂଚନାଯୋଗ୍ୟ, ବିବାହ ପରେ ଆଲିଆ ଖୁବଶୀଘ୍ର ପରଦାକୁ ଫେରିବେ। ବିବାହ ପରେ ପ୍ରଥମେ ହଲିଉଡ ଫିଲ୍ମରେ କାମ କରିବେ। ଆଲିଆଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.