ମନୋରଂଜନ

କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରିବାକୁ ନିବେଦନ କଲେ ସୋନୁ ସୁଡ଼, ଭିଡିଓ ଜରିଆରେ କହିଲେ ଏମିତି କିଛି

ବଲିଉଡ ଅଭିନେତା ସୋନୁ ସୁଦ ଲକଡାଉନ ସମୟରେ ଲୋକଙ୍କ ସାହାଯ୍ୟ କରି ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲେ । ନିଜର ଏହି ପରୋପକାରୀ କାମ ଲକଡାଉନ ପରେ ବି ଜାରି ରଖିଛନ୍ତି ସୋନୁ । ଏବେ କିନ୍ତୁ ସୋନୁ ଗରିବ ଓ ବେସାହାରା ମାନଙ୍କ ପାଇଁ ଏକ ଦେବଦୂତ ଭଳି ଛିଡ଼ା ହୋଇଛନ୍ତି । ଯିଏ ଯେଉଁ ପ୍ରକାର ବିପଦରେ ପଡିଥାଉ ନା କାହିଁକି ସୋନୁଙ୍କୁ ଏବିଷୟରେ ଜଣାଇଲେ ତୁରନ୍ତ ପହଞ୍ଚି ଯାଆନ୍ତି ସୋନୁ । ନଚେତ କେଉଁ ପ୍ରକାରରେ ବି ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି ।

ଏଥର ସୋନୁ କ୍ୟାନ୍ସର ରୋଗୀଙ୍କ ସାହାଯ୍ୟ କରିବେ ବୋଲି ଜଣାଯାଇଛି । ଏହି ନିକଟରେ ସୋନୁ DKMS-BMST ନାମକ ଏକ ଫାଉଣ୍ଡେସନ ସହ ଯୋଡି ହୋଇଛନ୍ତି । ପ୍ରକୃତରେ ଏହା ହେଉଛି ଏକ ଏନଜିଓ ସଂସ୍ଥା, ଯାହା ବ୍ଲଡ଼ କ୍ୟାନ୍ସର, ଥାଲାସେମିଆ, ଅପଲାଷ୍ଟିକ ଆନିମିୟା ପରି ବ୍ଲଡ଼ ଡିସୋରଡ଼ର ରୋଗୀଙ୍କ ପାଇଁ କାମ କରିଥାଏ । ତେଣୁ ସୋନୁ ବ୍ଲଡ଼ ସ୍ଟେମ ସେଲ ଡୋନେଟ କରିବା ନେଇ ଲୋକ ମାନଙ୍କୁ ସଚେତନ କରିଥାନ୍ତି । ଏନେଇ ସୋନୁ ଏକ ଭିଡିଓ ବି ସେୟାର କରିଛନ୍ତି ।

ଏହି ଭିଡିଓଟିରେ ସୋନୁ କହିଛନ୍ତିକି, “ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମ ପରିବାର । ମୁଁ ନିଜ ପରିବାରର ଖୁସି ପାଇଁ କିଛି ବି କରିପାରେ । ମୁଁ ଦେଶବାସୀଙ୍କୁ ଅପିଲ କରୁଛିକି ବ୍ଲଡ଼ କ୍ୟାନ୍ସର ପରି ମାରାତ୍ମକ ରୋଗ ସହ ଲଢ଼େଉ କରୁଥିବା ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ | ଯଥାଚିତ ସେମାନଙ୍କୁ ସାହାଯ୍ୟ କରନ୍ତୁ । ବ୍ଲଡ଼ ସେଲ ଡୋନେସନ ପାଇଁ ରେଜିଷ୍ଟ୍ରେସନ କରନ୍ତୁ ।”

ଭିଡିଓ ଟିରେ ସୋନୁ ଏହା ମଧ୍ୟ କହିଛନ୍ତିକି, ଆମ ଦେଶରେ ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ କ୍ୟାନ୍ସର ଓ ବ୍ଲଡ଼ ଡିସୋରଡ଼ର ରୋଗୀ ଅଛନ୍ତି | ଏହି ରୋଗୀ ମାନଙ୍କୁ ଆମ ସାହାଯ୍ୟ ଦରକାର ଅଛି । ଏମାନଙ୍କ ଜୀବନରେ ଆମେ ଏକ ଉତ୍ସାହ ନେଇ ଆସିବୁ । ଆଉ ଏହା କେବଳ ବ୍ଲଡ଼ ସ୍ଟେମ ଦାନ ଦ୍ୱାରା ହିଁ ସମ୍ଭବ । ମୁଁ ଏହାକୁ ଏକ କର୍ତ୍ତବ୍ୟ ହିସାବରେ ନେଇ 10 ହଜାର ସ୍ଟେମ ସେଲ ଡୋନରଙ୍କ ସହ ଯୋଡି ହୋଇ ଏହି ଧାରାକୁ ବଢ଼ାଇବା ପାଇଁ ସଂକଳ୍ପ ନେଇଛି । ଆଉ ଏହି କାମ ପାଇଁ ଆଗେଇ ଆସିଥିବା ଏହି ଏନଜିଓ ସଂସ୍ଥାକୁ ଧ୍ୟନ୍ୟବାଦ ଜଣାଉଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago