ମନୋରଂଜନ

ବାହାନଗା ଟ୍ରେନ୍ ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ ମାସିକିଆ ପେନସନ୍ ଦାବି କଲେ ସୋନୁ ସୁଦ

ଗତ ଜୁନ୍ ୨ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍‌ ଧକ୍କା ସମସ୍ତଙ୍କୁ ଚକିତ କରିଦେଇଥିଲା  । ଏହି ଦୁର୍ଘଟଣାରେ ଉଭୟ ଟ୍ରେନର ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ବାହାନଗାଠାରେ ଘଟିଥିବା ଏହି ଟ୍ରେନ୍ ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ପୂରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଶୋକବାର୍ତ୍ତା ।

ଏଥିରେ ପ୍ରଭାବିତ ପରିବାର ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହୃଦୟରୁ ସମସ୍ତେ ସମବେଦନା ଜଣାଇଛନ୍ତି। ତାଙ୍କର ଭାବନା ଏହି ଭୟଙ୍କର ଘଟଣା ଦ୍ୱାରା ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ରହିଥିବା ନେଇ ଆଶ୍ୱାସନା ଦେଉଛନ୍ତି । ଏହି କଠିନ ସମୟରେ ସମସ୍ତଙ୍କୁ ଶକ୍ତି ଏବଂ ସାମର୍ଥ୍ୟ ଦେବାକୁ ସବୁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ହେଲେ କେତେଦିନ? ସମୟ ପରିସ୍ଥିତିରେ ସଭିଏଁ ସମସ୍ତଙ୍କ କାମରେ ଲାଗିପଡିବେ । ଏଦିନ ବି ଗଡିଯିବ । ଧିରେ ଧିରେ ସବୁ ଏ ଘଟଣାକୁ ଭୁଲିଯିବେ । ହେଲେ ଯାହା ଉପରେ ବିତିଛି, ଯିଏ ନିଜର ଲୋକକୁ ହରାଇଛି ତା କ୍ଷତିପୂରଣ କଣ କିଏ କରିବ?

 

ତେବେ ନିକଟରେ ସୋନୁ ସୁଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଥିବା ସହିତ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ହୃଦୟରୁ ସମବେଦନା ଜଣାଇଛନ୍ତି। ଭିଡିଓରେ ଅଭିନେତା କହିଛନ୍ତି ଯେ ମୃତକଙ୍କ ପରିବାର ଏବଂ ଏହିପରି ଦୁଃଖଦ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ଆୟ ଯେପରିକି  ପେନ୍‌ସନ୍‌, କିଛି ଫିକ୍ସଡ୍ ଅର୍ଥ ରାଶି ଦେବାକୁ ଦାବି କରିଛନ୍ତି।

ଭିଡିଓ ସେୟାର କରି ସୋନୁ ଲେଖିଛନ୍ତି, ‘ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ଖବର ଶୁଣି ହୃଦୟ ଭାଙ୍ଗିଯାଇଛି। ହୃଦୟରୁ ଗଭୀର ସମବେଦନା । ତେବେ ଏହିଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିରେ କେବଳ ସମର୍ଥନ ଏବଂ ଏକତା ଦେଖାଇବାର ସମୟ। ତେବେ ଏହା ସହ ସେ କହିଛନ୍ତି କି, ସୋସିଆଲ ମିଡ଼ିଆରେ ଏମିତି ନେତା, ମନ୍ତ୍ରୀ ଓ ଅଧିକାରୀଙ୍କ ସମେତ ବହୁଲୋକ ସମବେଦନା ଜଣାଉଛନ୍ତି। କିନ୍ତୁ ସେଥିରୁ ପୀଡ଼ିତଙ୍କ ପରିବାରକୁ କି ଲାଭ ମିଳିବ?

ତେଣୁ ସେ କେନ୍ଦ୍ର ଓ ରାଜ୍ୟ ସରକାର ମୃତକ ଓ ଗୁରୁତର ଆହତଙ୍କ ପରିବାର ପାଇଁ ସ୍ଥାୟୀ ମାସିକ ଆୟର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ମଧ୍ୟ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଅଭିନେତା ଅନୁରୋଧ କରିଛନ୍ତି।

 

 

Sonalisa

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

12 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

31 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

47 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

56 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago