‘ଅପରେସନ୍‌ ନ ହେଲେ ହାତ କଟାହେବ’ କହି ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଲେ ଯୁବକ, ଅଭିନେତା କହିଲେ- ‘୭ ଦିନ…’

ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସୁଛନ୍ତି ସୋନୁ ସୁଦ୍‌। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କେବଳ ସାମାଜିକ କାମରେ ଭରି ରହିଛି। ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ସାହାଯ୍ୟ ମାଗୁଛନ୍ତି। ନିକଟରେ ସୋନୁ ପୁଣିଥରେ ଜଣେ ଯୁବକଙ୍କ ହାତ ଅପରେସନ୍‌ ପାଇଁ ସାହାଯ୍ୟ କରିଛନ୍ତି। ଜଣେ ଯୁବକ ସୋନୁଙ୍କୁ ଟ୍ୟାଗ୍‌ କରି ନିଜ ପଡ଼ୋଶୀଙ୍କ ପାଇଁ ସାହାଯ୍ୟ ମାଗିଥିଲେ। ସୋନୁ ଏହାର ରିପ୍ଲାଏ ଦେଇ ସାହାଯ୍ୟ କରିବାକୁ ହଁ ଭରିଛନ୍ତି।


କୁନାଲ ସିଂହ ରାଜପୁତ ନାମକ ଜଣେ ଯୁବକ ସୋନୁ ସୁଦ ଓ ନୀତି ଗୋୟଲଙ୍କୁ ଟ୍ୟାଗ୍‌ କରି ଟ୍ଵିଟ୍‌ କରି କହିଛନ୍ତି, ‘ଏକ ଆକ୍ସିଡେଣ୍ଟରେ ମୋ ପଡ଼ୋଶୀଙ୍କ ହାତ ଖରାପ ହୋଇଯାଇଛି। ୬ ମାସର ଚିକିତ୍ସା ପରେ ବି ସେ ସୁସ୍ଥ ହୋଇନାହାନ୍ତି। କାରଣ ତାଙ୍କୁ ଠିକ୍‌ ଭାବେ ଚିକିତ୍ସା କରାଯାଉନାହିଁ। ସେ ଅଟୋ ଚଳାଇ ପେଟ ପୋଷୁଥିଲେ। ଖୁବ୍‌ଶୀଘ୍ର ଚିକିତ୍ସା ନ ହେଲେ ହାତ କାଟିବାକୁ ପଡ଼ିବ। ତାଙ୍କୁ ସାହାଯ୍ୟ କରନ୍ତୁ’।

ଏହାର ଜବାବରେ ସୋନୁ ସୁଦ୍‌ ଲେଖିଛନ୍ତି ‘ହାତ କେମିତି କାଟିବାକୁ ଦେବା ଭାଇ? ଆପଣଙ୍କ ସର୍ଜରୀ ୧୨ ଅକ୍ଟୋବରରେ ଫିକ୍ସ ହେଲା। ନିଜ ଅଟୋରେ କେବେ ବୁଲାଇ ଦେବେ।’ ସୋନୁ ସୁଦ୍‌ଙ୍କ ଏହି ସାହାଯ୍ୟ ପରେ ଯୁବକ ଜଣକ ପୁଣିଥରେ ଅଟୋ ଚଲାଇପାରିବେ। ଏହି ରିପ୍ଲାଏ ପରେ ଲୋକମାନେ ସୋନୁଙ୍କୁ ଭଗବାନ ଭାବି ପୂଜା କରୁଛନ୍ତି। ସବୁଆଡ଼େ ଏବେ କେବଳ ତାଙ୍କର ହିଁ ଚର୍ଚ୍ଚା ଚାଲିଛି।