ମିଳିତ ଜାତିସଂଘ ଦ୍ୱାରା ସମ୍ମାନିତ ହେଲେ ରିୟଲ ଲାଇଫ ହିରୋ ‘ସୋନୁ ସୁଦ’

କରୋନା ଲକଡାଉନ୍ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ରିଅଲ ଲାଇଫ ହିରୋ ଭାବରେ ଉଭା ହୋଇଥିଲେ । ସେ ତାଙ୍କ ଖର୍ଚ୍ଚରେ ହଜାର ହଜାର ଶ୍ରମିକଙ୍କୁ ନିରାପଦରେ ସେମାନଙ୍କ ଘରକୁ ଆଣିଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଜବ ପୋର୍ଟାଲ ମଧ୍ୟ ସ୍ଥାପନ କରିଥିଲେ । ବିଦେଶରେ ଫସି ରହିଥିବା ଛାତ୍ରମାନଙ୍କୁ ଫେରାଇ ଆଣି ସେ ଏକ ପ୍ରଶଂସନୀୟ କାର୍ଯ୍ୟ ମଧ୍ୟ କରିଥିଲେ । ଛାତ୍ରମାନଙ୍କ ଫିସ୍ ପୂରଣ କରିବାଠାରୁ ଆରମ୍ଭ କରି ଅପରେସନ୍ କରିବା ପର୍ଯ୍ୟନ୍ତ ଅଭିନେତା ଜଣକ ଟୁଇଟରରେ ସାହାଯ୍ୟ ମାଗୁଥିବା ପ୍ରତ୍ୟେକ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ସାରା ଦେଶରେ ପ୍ରଶଂସା କରାଯାଉଛି ।

ତେବେ ନିକଟରେ ମିଳିତ ଜାତିସଂଘ ମଧ୍ୟ ସୋନୁ ସୁଦଙ୍କ ନିଃସ୍ୱାର୍ଥପର କାର୍ଯ୍ୟକୁ ପ୍ରଶଂସା କରିଛି ଏବଂ ତାଙ୍କୁ ସମ୍ମାନଜନକ SDG (Special Humanitarian Action Award) ପ୍ରଦାନ କରିଛି । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ କମିଟି ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ଏକ ଭର୍ଚୁଆଲ୍ ସମାରୋହରେ ସୋନୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

Sonu_Sood

ଜାତିସଂଘ ଦ୍ୱାରା ସମ୍ମାନିତ ହୋଇ ସୋନୁ ସୁଦ ବହୁତ ଖୁସି ଅଛନ୍ତି । ଏହା ଏକ ବିଶେଷ ସମ୍ମାନ ବୋଲି ସୋନୁ କହିଛନ୍ତି । “ମୁଁ ଯାହାବି କରିଛି କୌଣସି ଆଶା ବିନା ମୋର ଦେଶବାସୀଙ୍କ ପାଇଁ କରିଛି । ତଥାପି, ସମ୍ମାନିତ ହେବା ଭଲ ଲାଗେ ।” ସୋନୁ ସୁଦଙ୍କ ବ୍ୟତୀତ ଏହି ପୁରସ୍କାର ଆଞ୍ଜେଲିନା ଜୋଲି, ଡେଭିଡ ବେକହମ, ଲିଓନାର୍ଡୋ ଡି କାପ୍ରିଓ, ଏମା ୱାଟସନ, ନିକୋଲ କିଡମ୍ୟାନ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.