ବଲିଉଡ୍ ଷ୍ଟାର ସୋନୁ ସୁଦ ଲକ୍ଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କ ସମେତ ଅନ୍ୟ ଅସହାୟଙ୍କୁ ତାଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ ସୋନୁ ଏବେ ଅନ୍ୟମାନଙ୍କୁ ବି ସାହାଯ୍ୟ କରୁଛନ୍ତି। ସୋନୁଙ୍କ ଏହି ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ତାଙ୍କ ପ୍ରଶଂସା। ଅନେକ ଥର ସୋନୁ ନିଜେ ବି କହିଛନ୍ତି ଯେ ଲୋକଙ୍କୁ ସାହାଯ୍ୟ କରିବାକୁ ସେ ନିଜ ମା’ଙ୍କ ଠାରୁ ପ୍ରେରଣା ପାଇଛନ୍ତି।
ଏବେ ମା’ଙ୍କ ପୁଣ୍ୟତିଥିରେ ସୋନୁ ତାଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ସେ ନିଜ ସୋସିଆଲ ମିଡିଆରେ ଏକ ବ୍ଲାକ ଆଣ୍ଡ ହ୍ଵାଇଟ୍ ଫଟୋ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ‘୧୩ ଅକ୍ଟୋବର, ୧୩ ବର୍ଷ ହୋଇଗଲା ମା’। ଏଠାରେ ସବୁ ଠିକ୍ ଚାଲିଛି। ତୁମେ ଥାଆନ୍ତ ଯଦି ଆଉ ଟିକେ ଭଲ ହୋଇଥାନ୍ତା। ମିସ୍ ୟୁ ମା’।’ ଏହା ସହ ସେ ଏକ ହାର୍ଟ ଇମୋଜି ବି ସେୟାର କରିଛନ୍ତି।
ସୋନୁ ସୁଦ୍ ନିଜ ମା’ଙ୍କ ୧୩ ତମ ଶ୍ରାଦ୍ଧ ବାର୍ଷିକୀରେ ଆଇଏଏସ୍ ପ୍ରସ୍ତୁତି ଚଳାଇଥିବା ଯୁବପିଢ଼ିଙ୍କ ପାଇଁ ଏକ ସ୍କଲାରସିପ୍ ସ୍କିମ୍ ଲଞ୍ଚ୍ କରିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି ଅକ୍ଟୋବର ୧୩, ମୋ ମା’ଙ୍କୁ ଯିବାର ୧୩ ବର୍ଷ ହୋଇଗଲାଣି। ଉତ୍ତରାଧିକାରୀଭାବେ ମୁଁ ତାଙ୍କ ଠାରୁ ସବୁ ଶିକ୍ଷା ପାଇଛି। ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଆଇଏଏସ୍ ପ୍ରସ୍ତୁତି କରୁଥିବା ପିଲାଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ପ୍ର.ସରୋଜ ସୁଦ୍ ସ୍କଲାରସିପ୍ ମାଧ୍ୟମରେ ସମର୍ଥନ କରିବାକୁ ସଙ୍କଳ୍ପ ନେଉଛି। ଆପଣଙ୍କ ଆଶୀର୍ବାଦ ଦରକାର। ମିସ୍ ୟୁ ମା’।
ସୋନୁଙ୍କର ଏହି ପଦକ୍ଷେପ ଶିକ୍ଷାରୁ ବଞ୍ଚିତ ହଜାର ହଜାର ପିଲାଙ୍କୁ ସାହାଯ୍ୟ କରିବ ଓ ସେମାନେ ଉପକୃତ ହେବେ। ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ସୋନୁ ପିଲାଙ୍କ ଶିକ୍ଷା ପାଇଁ ଏକ ସ୍କିମ୍ ସେୟାର କରିଥିଲେ।
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…