କ୍ଷୀର ନଷ୍ଟ କରୁଥିବାରୁ ଟ୍ରୋଲ ହୋଇଥିଲେ ସୋନୁ ସୁଦ, ଏବେ ଫ୍ୟାନଙ୍କୁ କହିଲେ-“ଏଭଳି କରନି”

କରୋନା କାଳରେ ଲୋକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କିଛି ଲୋକ ତାଙ୍କୁ ଭଗବାନଙ୍କ ସ୍ଥାନରେ ରଖି ପୂଜା ମଧ୍ୟ କରୁଛନ୍ତି। ନିକଟରେ ସୋନୁ ସୁଦଙ୍କର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଲୋକେ ତାଙ୍କ ଫଟୋରେ କ୍ଷୀର ଲାଗି କରୁଥିବା ଦେଖିବାକୁ ମିଳିଥିଲା। କ୍ଷୀର ନଷ୍ଟ କରୁଥିବାରୁ ସୋସିଆଲ ମିଡିଆରେ କିଛି ଲୋକ ଏହି ଫ୍ୟାନଙ୍କୁ ଟ୍ରୋଲ କରିଥିଲେ। ଏବେ ସୋନୁ ମଧ୍ୟ ଫ୍ୟାନଙ୍କୁ କ୍ଷୀର ନଷ୍ଟ ନ କରିବାକୁ ଅନୁରୋଧ କରିଛନ୍ତି।

ସୋନୁ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଆନ୍ଧ୍ରପ୍ରଦେଶର କିଛି ଲୋକ ତାଙ୍କ ଫଟୋରେ କ୍ଷୀର ଲାଗି କରୁଥିବା ଦେଖା ଯାଇଛି। ଭିଡିଓ ସେୟାର କରି ସୋନୁ ଲେଖିଛନ୍ତି- ଆପଣଙ୍କ ଭଲ ପାଇବା ପାଇଁ ମୁଁ ଋଣୀ। ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି କ୍ଷୀରକୁ କୌଣସି ଅସହାୟଙ୍କ ପାଇଁ ସୁରକ୍ଷିତ ରଖନ୍ତୁ।


ସୂଚନାଯୋଗ୍ୟ ଯେ ସୋନୁ ଆନ୍ଧ୍ରପ୍ରଦେଶର ଏହି ଅଞ୍ଚଳରେ ଅକ୍ସିଜେନ ପ୍ଲାଣ୍ଟ ଲଗାଇଥିଲେ। ଏଣୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଲୋକେ ତାଙ୍କ ଫଟୋରେ କ୍ଷୀର ଅର୍ପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.