ମନୋରଂଜନ

କ୍ରିସ୍‌ମାସ୍‌ରେ ଅଚାନକ ଫ୍ୟାନ୍‌ଙ୍କ ଫୁଡ୍‌ ଷ୍ଟଲରେ ପହଞ୍ଚିଲେ ସୋନୁ ସୁଦ୍‌, ଖାଇଲେ ଫ୍ରାଇଡ୍‌ ରାଇସ୍‌ ଓ ନିଜ ହାତରେ କଲେ ରୋଷେଇ; ଦେଖନ୍ତୁ ଭିଡିଓ

ଲକ୍‌ଡାଉନ୍‌ ବେଳେ ଦେଶର ବଡ଼ ବଡ଼ କଳାକାରମାନେ ଘରେ କବାଟ କିଳି ବସିଥିବା ବେଳେ ଅଭିନେତା ସୋନୁ ସୁଦ୍‌ କିନ୍ତୁ ଗରିବ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କରୋନା ମଧ୍ୟରେ ସେ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଏଣୁ ଏବେ ସମସ୍ତେ ତାଙ୍କୁ ଦେବୂଦତ ଭାବେ ପୂଜା କରୁଛନ୍ତି। ଲୋକମାନେ ସୋନୁଙ୍କୁ ବହୁତ ସମ୍ମାନ ମଧ୍ୟ ଦେଉଛନ୍ତି। କିଏ ତାଙ୍କ ନାଁରେ ଦୋକାନ ଖୋଲୁଛି ତ ଆଉ କିଏ ମନ୍ଦିର ସ୍ଥାପନ କରୁଛି। ଇତି ମଧ୍ୟରେ ସୋନୁଙ୍କ ନାଁରେ ଫୁଡ୍‌ ଷ୍ଟଲ ଖୋଲିଥିବା ଜଣେ ଫ୍ୟାନ୍‌ଙ୍କ ଦୋକାନକୁ ସରପ୍ରାଇଜ୍‌ ଭିଜିଟ୍‌ କରିଛନ୍ତି ଅଭିନେତା।

ହାଇଦ୍ରାବାଦର ଏହି ଫ୍ୟାନ୍‌ଙ୍କୁ ସୋନୁ କ୍ରିସମାସ୍‌ରେ ସରପ୍ରାଇଜ୍‌ ଦେଇଥିଲେ। ସୋନୁ ଯେଉଁ ଷ୍ଟଲ୍‌କୁ ଖାଇବାକୁ ଯାଇଥିଲେ ଉକ୍ତ ଷ୍ଟଲର ନାଁ ସୋନୁଙ୍କ ନାଁ ଅନୁସାରେ ‘ଲକ୍ଷ୍ମୀ ସୋନୁ ସୁଦ୍‌ ଫାଷ୍ଟଫୁଡ୍‌ ସେଣ୍ଟର’ ଦିଆଯାଇଛି। ଷ୍ଟଲର ମାଲିକ ଅନୀଲ ସୋନୁଙ୍କୁ ସାମ୍ନାରେ ଦେଖି ତାଙ୍କ ପାଦ ତଳେ ପଡ଼ିଯାଇଥିଲେ। ସେ ବିଶ୍ୱାସ ବି କରିପାରିନଥିଲେ ଯେ ସତରେ ସୋନୁ ସୁଦ୍‌ ତାଙ୍କ ଦୋକାନକୁ ଆସିଛନ୍ତି। ସୋନୁ ଦୋକାନରେ ଏଗ୍‌ ଫ୍ରାଏଡ୍‌ ରାଇସ୍‌ ଓ ମଞ୍ଚୁରିୟାନ୍‌ ଟେଷ୍ଟ କରିଥିଲେ ଓ ନିଜେ ରୋଷେଇ ମଧ୍ୟ କରିଥିଲେ।

ଲକ୍‌ଡାଉନ୍‌ ବେଳେ ସୋନୁ ସୁଦ୍‌ଙ୍କ କାମରେ ପ୍ରଭାବିତ ହୋଇ ଅନୀଲ ନିଜ ଦୋକାନର ନାଁ ସୋନ ସୁଦ୍‌ଙ୍କ ନାଁ ଅନୁସାରେ ରଖିଥିଲେ। ସୋସିଆଲ ମିଡିଆରେ ଏହି ଦୋକାନର ନାଁ ବେଶ୍‌ ଭାଇରାଲ ହୋଇଥିଲା। ଏନେଇ ସେପ୍ଟେମ୍ବରରେ ସୋନୁ ସୁଦ୍‌ ମଧ୍ୟ ଟ୍ଵିଟ୍‌ କରିଥିଲେ। ସୋନୁ ଟ୍ଵିଟ୍‌ କରି କହିଥିଲେ ‘ମୋତ ଖାଇବାକୁ ମିଳିବ କି?’

ପ୍ରକାଶ ଯେ ଅସହାୟଙ୍କୁ ସାହାଯ୍ୟ କରୁଥିବା ସୋନୁ ସୁଦ୍‌ଙ୍କୁ ନିକଟରେ ‘ଏଡିଜି ସ୍ପେଶାଲ ହ୍ୟୁମାନିଟାରିୟନ୍‌ ଆକ୍ସନ୍‌ ଆଓ୍ଵାର୍ଡ’ରେ ସମ୍ମାନିତ କରାଯାଇଥିଲା।

WCW 11

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

6 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

22 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

35 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

44 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

47 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago