ସୋନୁ ସୁଦ୍ ସିଲାଇ କରୁଥିବାର ଆସିଲେ ନଜର, କହିଲେ, ‘ଏଠି ମାଗଣା, କିନ୍ତୁ ପ୍ୟାଣ୍ଟ ଜାଗାରେ ନିକର ବନିଯିବ, ତା’ର ଗ୍ୟାରେଣ୍ଟ ନାହିଁ’
କରୋନା କାଳରେ କଲିଉଡ୍ ଆକ୍ଟର ସୋନୁ ସୁଦ୍ ହଜାର ହଜାର ଗରିବଙ୍କୁ ସାହାଯ୍ୟ କରିଥିଲେ। ସେ ନା କେବଳ ଆର୍ଥିକ, ବରଂ ଅଲଗା ଅଲଗା ଉପାୟରେ ଗରିବ, ଦିନ ମଜୁରିଆ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏଥିପାଇଁ ସୋନୁ କେତେବେଳେ ନଡ଼ିଆ ପାଣି ବିକୁଥିବାର ଦେଖାଯାଇଥିଲା ତ କେତେବେଳେ ଫୁଡ୍ ଷ୍ଟୋର୍ କୁକ୍ ବନିଥିବା ନଜର ଆସିଥିଲେ। ଏବେ ସୋନୁ ପୁଣି ଏକ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି।
ଏବେ ସେ ଦର୍ଜୀ ବନିଯାଇଛନ୍ତି। ଦର୍ଜୀ ହୋଇ ସିଲାଇ କରୁଥିବା ବେଳେ ସୋନୁଙ୍କର ଏକ ଭିଡିଓ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ସୋନୁ ନିଜେ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଏହାସହିତ ସୋନୁ ଏକ ମଜାଦାର କ୍ୟାପସନ ମଧ୍ୟ ଦେଇଛନ୍ତି, ଯାହାକୁ ପଢ଼ିବା ପରେ ଆପଣଙ୍କୁ ବି ହସ ଲାଗିବ। ସେ ଲେଖିଛନ୍ତି, ‘ଏଠାରେ ମାଗଣାରେ ସିଲାଇ କରାଯାଉଛି। କିନ୍ତୁ ପ୍ୟାଣ୍ଟ ଜାଗାରେ ନିକର ବନିଯିବ, ଏହାର ଗ୍ୟାରେଣ୍ଟି ନାହିଁ’। ମାତ୍ର ୨୦ ସେକେଣ୍ଟର ଏହି ଭିଡିଓରେ ସୋନୁ ଧ୍ୟାନର ସହ ସିଲାଇ କରୁଥିବା ଦେଖିବାକୁ ମିଳୁଛି।
Sonu Sood tailor shop.
यहां मुफ्त में सिलाई की जाती है।
पैंट की जगह निकर बन जाए, इसकी हमारी गारंटी नहीं 😂 pic.twitter.com/VCBocpUSum— sonu sood (@SonuSood) January 16, 2021