ଏବେ ଏହି ଫିଲ୍ମରେ ନଜର ଆସିବେ ସୋନୁ ସୁଦ, ଟୁଇଟ କରି ଅମିତାଭ ବଚ୍ଚନ ଦେଲେ ସୂଚନା

ଗତ ବର୍ଷ କରୋନା କାଳରେ ପ୍ରବାସୀ ଶ୍ରମିକ, ଦିନ ମଜୁରିଆ, ଅସହାୟ ଲୋକଙ୍କ ପାଇଁ ଭଗବାନ ସଦୃଶ ଛିଡ଼ା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅଭିନେତା ଏବେ ଆଗାମୀ ସମୟରେ ଫିଲ୍ମ ‘କିଷାନ’ରେ ନଜର ଆସିବେ।
ଏ ନେଇ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଅମିତାଭ ଟୁଇଟ ଜରିଆରେ ସୋନୁ ସୁଦଙ୍କ ଫିଲ୍ମ ‘କିଷାନ’ ବିଷୟରେ ସୂଚନା ଦେବାକୁ ଯାଇ ତାଙ୍କୁ ଶୁଭକାମନା ଜଣାଇଛନ୍ତି।
T 3773 – All good wishes to film #Kisaan , directed by #ENiwas and acted by @SonuSood ..
— Amitabh Bachchan (@SrBachchan) January 4, 2021
ଇ ନିବାସ ଦ୍ୱାରା ନିର୍ଦ୍ଦେଶିତ ତଥା ସୋନୁ ସୁଦଙ୍କ ଦ୍ୱାରା ଅଭିନୀତ ଏହି ଫିଲ୍ମ ବିଷୟରେ ଅମିତାଭ ବଚ୍ଚନ ଅଧିକ କିଛି ସୂଚନା ଦେଇ ନାହାନ୍ତି। ବାସ ସେ କେବଳ ଟୁଇଟ କରି ଲେଖିଛନ୍ତି, ‘ଫିଲ୍ମ କିଷାନ ପାଇଁ ଶୁଭକାମନା’।