ମନୋରଂଜନ

ରିଲିଜ୍‌ ହେଉଣୁ ଅନେକ ପ୍ଲାଟଫର୍ମରେ ଲିକ୍‌ ହୋଇଗଲା ଫିଲ୍ମ ‘ସୂର୍ଯ୍ୟବଂଶୀ’, ନିର୍ମାତାଙ୍କୁ ହୋଇପାରେ କୋଟି କୋଟି ଟଙ୍କାର କ୍ଷତି

ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସାରା ଦେଶର ସିନେମା ଘରେ ରିଲିଜ୍‌ ହୋଇ ଯାଇଛି। ବିଗତ ୨ ବର୍ଷ ଧରି ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଥିଲେ। ଏଥିପାଇଁ ଏହି ଫିଲ୍ମର ଜଲଓ୍ଵା ପ୍ରଥମ ଦିନରୁ ହିଁ ନଜର ଆସିବାରେ ଲାଗିଛି। ରୋହିତ ସେଟ୍ଟି ଫିଲ୍ମ ରିଲିଜ୍‌ ପୂର୍ବରୁ ହିଁ ଆଗୁଆ ବୁକିଂ ଦ୍ୱାରା ନିଜର ଦମ୍‌ ଦେଖେଇ ଦେଇଛନ୍ତି। କିନ୍ତୁ ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଲାଗିଛି ବଡ଼ ଝଟକା।

ବଢ଼ି ଯାଇଛି ରୋହିତ ସେଟ୍ଟିଙ୍କ ଚିନ୍ତା

‘ସୂର୍ଯ୍ୟବଂଶୀ’ ଫିଲ୍ମ ରିଲିଜ୍‌ ହେଉଣୁ ରୋହିତ ସେଟ୍ଟିଙ୍କ ଚିନ୍ତା ବଢ଼ି ଯାଇଛି। କାହିଁକିନା, ଖବର ରହିଛି କି, ଫିଲ୍ମ ଏବେ ଅନଲାଇନ ଲିକ୍‌ ହୋଇ ଯାଇଛି। ସୂର୍ଯ୍ୟବଂଶୀ ରୋହିତ ସେଟ୍ଟିଙ୍କ କପ୍‌ ୟୁନିଭର୍ସର ତୃତୀୟ ଫିଲ୍ମ। ଯେଉଁ ସମୟରେ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଥିଲା, ସେହି ସମୟରେ ରୋହିତ ଭାବିଥିଲେ କି, ସେ ଫିଲ୍ମକୁ ସାରା ବିଶ୍ୱର ସିନେମା ଘରେ ରିଲିଜ୍‌ କରିବେ।

ଗୋଟିଏ ନୁହେଁ, ଅନେକ ପ୍ଲାଟଫର୍ମରେ ହୋଇଛି ଲିକ୍‌

ସୂର୍ଯ୍ୟବଂଶୀ ଅନେକ ପ୍ଲାଟଫର୍ମରେ ଲିକ୍‌ ହୋଇ ଯାଇଛି। ଏହି ମାମଲାରେ ସବୁଥର ଭଳି ଏଥର ମଧ୍ୟ ସବୁଠାରୁ ପ୍ରଥମ ନାମ ଏକ ତାମିଲ ସାଇଟ୍‌ର ହିଁ ଆସୁଛି। ଏହା ବ୍ୟତୀତ ଫିଲ୍ମ ଟେଲିଗ୍ରାମର କେତେକ ଚ୍ୟାନେଲ ଏବଂ ଏକ େଓ୍ଵବ୍‌ସାଇଟରେ ବି ରିଲିଜ୍‌ ହୋଇ ଯାଇଛି। ଏ ସମସ୍ତ ସାଇଟ୍‌ରେ ଫିଲ୍ମ ଏଚ୍‌ଡି ଫ୍ରିଣ୍ଟରେ ଉପଲବ୍ଧ ହେଉଛି।

ହୋଇପାରେ କୋଟି କୋଟି ଟଙ୍କାର କ୍ଷତି

ଫିଲ୍ମ ଲିକ୍‌ ହେବାର ଖବର ସାମ୍ନାକୁ ଆସିବା କ୍ଷଣି ଫିଲ୍ମ ନିର୍ମାତା ଚିନ୍ତିତ ହୋଇ ପଡ଼ିଛନ୍ତି। ଫିଲ୍ମ ଲିକ୍‌ ହୋଇଯିବା କାରଣରୁ ନିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ଏମିତିରେ ଏହି ଫିଲ୍ମକୁ ବନାଇବାରେ ୨୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଅକ୍ଷୟ କୁମାରଙ୍କୁ ପୋଲିସ ଅଫିସର ରୂପରେ ଦେଖିବା ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂଙ୍କ କେମିଓ ମଧ୍ୟ ଫ୍ୟାନ୍‌ମାନଙ୍କୁ ଖାସ୍‌ ଲାଗୁଛି। ଏଥିରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳୁଛି। ଏହି ଦୁଇ କଳାକାର ମଧ୍ୟ ବର୍ଷେ ପରେ ଏକାଠି ନଜର ଆସିଛନ୍ତି, ଯେଉଁ କାରଣରୁ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। କହି ରଖୁଛୁ, ପ୍ରଥମେ ସୂର୍ଯ୍ୟବଂଶୀ ଗତବର୍ଷ ମାର୍ଚ୍ଚ ୨୪ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଫିଲ୍ମର ରିଲିଜ୍‌ ପୋଷ୍ଟପୋନ୍‌ କରାଯାଇଥିଲା। ଏହା ପରେ ଜୁନ୍‌ରେ ଫିଲ୍ମ ରିଲିଜ୍‌ ହେବାର ଥିଲା। ତା’ ପରେ ଖବର ଆସିଥିଲା ଯେ ଦୀପାବଳିରେ ଫିଲ୍ମ ପରଦାକୁ ଆସିବ।

Roshni

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

4 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

4 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

22 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

22 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

26 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

49 mins ago