ସାଉଥ ଅଭିନେତା ବିଜୟଙ୍କ ୧.୩୦କୋଟିର ଅନୁଦାନ, ସାଜିଛନ୍ତି ଗରିବଙ୍କ ମଉଡମଣି

ଆଜି ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯିଏ କି ତାମିଲ୍ ଫିଲ୍ମରେ ଶ୍ରେଷ୍ଠତ୍ୱ ପଦ ଗ୍ରହଣ କରିଛନ୍ତି । ଯିଏ କି ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ । ତାଙ୍କର ଏକ ମହତ୍ କାମ ଆଜି ଲୋକଲୋଚନକୁ ଆସିଛି । ଏକ ବଡ ଅନୁଦାନ ହିଁ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଏହି ବ୍ୟକ୍ତି ବିଶେଷ ହେଉଛନ୍ତି ସାଉଥ୍ ଅଭିନେତା ବିଜୟ ସେତୁପତି । ଅଭିନୟ ଜଗତରେ ତାଙ୍କର ପ୍ରତିଭା କେବଳ ସୀମିତ ନୁହେଁ ବରଂ ସେ ଫିଲ୍ମ ନିର୍ମାଣରେ ମଧ୍ୟ ନିପୂଣ । ସେ ଅନେକ ପୁରସ୍କାର ପାଇଛନ୍ତି । ଫିଲ୍ମ ଆୱାର୍ଡ, ତାମିଲ ରାଜ୍ୟ ପୁରସ୍କାର ,ଫିଲ୍ମଫେୟାର ପୁରସ୍କାରର ହକଦାର ବିଜୟ ।

ତେବେ ସାଉଥ ଅଭିନେତା ବିଜୟ ସେତୁପତି ଚେନ୍ନାଇ ନିକଟରେ ଥିବା ଫିଲ୍ମ ଏପ୍ଲୋଇଜ୍ ଫେଡେରେସନ୍ ଅଫ୍ ସାଉଥ୍ ଇଣ୍ଡିଆରେ ଯୋଗଦାନ କରିଥିଲେ । ସେଠାରେ ପହଞ୍ଚି ୧.୩୦ କୋଟି ଟଙ୍କାର ସହଯୋଗର ହାତ ବଢାଇଛନ୍ତି । ଯାହାକି ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାନ କରିଛନ୍ତି ସେ । ଯାହାର ନାମ ଅଭିନେତାଙ୍କ ନାମରେ ହିଁ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଆଜିକାଲିର ସ୍ଵାର୍ଥପର ଦୁନିଆରେ ନିଃସ୍ଵାର୍ଥପର ଦାନ ଖୁବ୍ କମ୍ ଲୋକଙ୍କ ପାଖରେ ଦେଖିବାକୁ ମିଳେ । ଯାହା ଏବେ ବିଜୟଙ୍କୁ ଭଗବାନତୁଲ୍ୟ ମଣିଷରେ ପରିଗଣିତ କରିଛି ।

ସେହିଭଳି ଏକ ମହତ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବିଜୟ ସେତୁପତି । ଏଭଳି ଖୋଲା ଆଉ ନିଷ୍ପାପ ହୃଦୟର ମଣିଷ ଆଜିକା ଦୁନିଆରେ କମ୍ । ଟଙ୍କାକୁ ବିନର୍ମୟରେ ଖର୍ଚ୍ଚ ନକରି ସଦୁପଯୋଗ କରିବା ଉଚିତ, ତାହା ବିଜୟଙ୍କଠାରୁ ଶିଖିବାକୁ ମିଳିଛି । ସମସ୍ତଙ୍କ ପାଇଁ ଜ୍ଵଳନ୍ତ ଉଦାହରଣ ପାଲଟିଯାଇଛନ୍ତି ସେ । ଯାହାକି ହଜାରେ କି ଲକ୍ଷେ ଟଙ୍କାର ନୁହେଁ ବରଂ ୧ କୋଟିରୁ ଊର୍ଧ୍ୱ ଟଙ୍କାର ସାହାଯ୍ୟର ହାତ ବଢ଼ାଇଛନ୍ତି ଅଭିନେତା ବିଜୟ ।

ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ଉଦୟାନିଧି ଷ୍ଟାଲିନ ଫିଲ୍ମ ଏପ୍ଲୋଇଜ୍ ଫେଡରେସନ୍ ଅଫ୍ ସାଉଥ୍ ଇଣ୍ଡିଆରେ ଯୋଗ ଦେଇ ଛୋଟ ଓ ବଡ ପରଦାର କଳାକାର ସଂଘ ଏବଂ ଅନ୍ୟାନ୍ୟ ପରିଷଦର ଅଧିକାରୀମାନଙ୍କୁ ନୂତନ ଜମି ପାଇଁ ପଟ୍ଟା ପ୍ରଦାନ କରିଛନ୍ତି । ଟ୍ରେଡ୍ ଏନାଲିଷ୍ଟ ରମେଶ ବାଲା Xରେ କହିଛନ୍ତି ଯେ, ଆପାର୍ଟମେଣ୍ଟ୍ କମ୍ପ୍ଲେକ୍ସର ନିର୍ମାଣ ପାଇଁ ଅଭିନେତା ବିଜୟଙ୍କର ବିଶେଷ ଯୋଗଦାନ ରହିଛି । ଯାହାକି ତାଙ୍କ ନାମ ଅନୁସାରେ ରଖାଯିବାର ଘୋଷଣା ହୋଇଛି ।

ୱାରକର୍ସ ୟୁନିଅନଙ୍କ ପାଇଁ ଘର ବନାଇବାର ସାହାଯ୍ୟ ପାଇଁ ସମସ୍ତେ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଟାୱାରଟିର ନା ବିଜୟ ଟାୱାର ରଖାଯିବ ବୋଲି କହିଛନ୍ତି । ତାଙ୍କର ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି । ଏଭଳି ନିଃସ୍ଵାର୍ଥପର ପଦକ୍ଷେପ ପାଇଁ ବିଜୟ ପ୍ରସଂଶାର ପତ୍ର ପାଲଟିଛନ୍ତି । ବିଜୟଙ୍କର ଲମ୍ବା ଆୟୁ ପାଇଁ ମଙ୍ଗଳ କାମନା କରିଛନ୍ତି ।