ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସାଉଥ୍ ଅଭିନେତା ପ୍ରଭାସ ! ବ୍ୟବସାୟୀଙ୍କ ଝିଅକୁ କରିବେ କି ବିବାହ ?

ଦକ୍ଷିଣ ସିନେମାର ପ୍ରସିଦ୍ଧ ଅଭିନେତା ହେଉଛନ୍ତି ପ୍ରଭାସ । ଦମଦାର ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଝିଅଙ୍କ ହୃଦୟକୁ ସେ ଚୋରି କରିଛନ୍ତି । ପ୍ରଭାସ ଏବେ ବିବାହ କରିବା ପାଇଁ ପ୍ରସ୍ତୁତ ହେଲେଣି । ଜଣେ ବ୍ୟବସାୟୀଙ୍କ ଝିଅ ସହିତ ତାଙ୍କର ବିବାହ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ପ୍ରଭାସ ୪୫ ବର୍ଷ ବୟସରେ ବର ହେବାକୁ ଯାଉଛନ୍ତି ।
ତାଙ୍କ ପ୍ରଶଂସକମାନେ ବହୁ ଦିନ ଧରି ଅଭିନେତାଙ୍କ ବିବାହ ପାଇଁ ଅପେକ୍ଷା କରିଥିଲେ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ପ୍ରଶଂସକମାନେ ଭାବୁଥିବେ ଯେ ପ୍ରଭାସ ବାହୁବଲୀର ଦେବସେନା ଅନୁଷ୍କା ସେଟ୍ଟୀଙ୍କୁ ବିବାହ କରିବେ ନାହିଁ ତାହେଲେ ସେ କାହାକୁ ବିବାହ କରିବେ । ପ୍ରଭାସ ଜଣେ ବ୍ୟବସାୟୀଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି । ପ୍ରଭାସଙ୍କ ପରିବାର ସୁପରଷ୍ଟାରଙ୍କ ପାଇଁ ଏକ କନ୍ୟା ଖୋଜିଛନ୍ତି । ଝିଅଟି କିଏ ଏବଂ ସେ କ’ଣ କରନ୍ତି ସେ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ । ଝିଅଟିର ବାପା ହାଇଦ୍ରାବାଦର ଜଣେ ବଡ଼ ବ୍ୟବସାୟୀ । ବର୍ତ୍ତମାନ ପ୍ରଭାସଙ୍କ ବିବାହ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଗୁପ୍ତ ରଖାଯାଇଛି ।
ଖୁବଶୀଘ୍ର ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବାକୁ ଯାଉଛନ୍ତି ପ୍ରଭାସ । ପରିବାର ପକ୍ଷରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ଶ୍ୟାମଳା ଦେବୀ ବିବାହ ପ୍ରସ୍ତୁତିର ଦେଖାଶୁଣା କରୁଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ମିଳିନାହିଁ । ପ୍ରଭାସ ୨୦୨୪ ମସିହାରେ କଳକି ୨୮୯୮ ଏଡି’ ଫିଲ୍ମ ପାଇଁ ଖୁବ ଚର୍ଚ୍ଚାରେ ଥିଲେ । ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦୀପିକା ପାଦୁକୋନଙ୍କ ପରି ବରିଷ୍ଠ ଅଭିନେତା ମଧ୍ୟ ଏହି ଫିଲ୍ମର ଏକ ଅଂଶ ଥିଲେ । ଏହି ଫିଲ୍ମଟି ୧୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା । ଏବେ ପ୍ରଭାସ ‘ଦ ରାଜା ସାବ’ ଏବଂ ‘ଫୌଜି’ ଫିଲ୍ମରେ ବ୍ୟସ୍ତ ଅଛନ୍ତି ।
ଖୁବ୍ଶୀଘ୍ର ପ୍ରଭାସ ‘ଆନିମଲ୍’ ଏବଂ ‘କବୀର ସିଂହ’ ଭଳି ବ୍ଲକବଷ୍ଟର ଫିଲ୍ମ ତିଆରି କରିଥିବା ସନ୍ଦୀପ ରେଡ୍ଡୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସ୍ପିରିଟ୍’ର ସୁଟିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । କିନ୍ତୁ ଏବେ ପ୍ରଭାସ ‘କନ୍ନପ୍ପା’ ମାଧ୍ୟମରେ ପ୍ରଶଂସକ ମାନଙ୍କୁ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି । ପ୍ରଭାସ ଅଭିନେତା ବିଷ୍ଣୁ ମାଞ୍ଚୁଙ୍କ ଫିଲ୍ମରେ ଏକ କ୍ୟାମିଓ ଅଭିନୟ କରୁଥିବାର ଦେଖାଯିବେ । ଯାହା ୨୫ ଏପ୍ରିଲରେ ମୁକ୍ତିଲାଭ କରିବ ।
Also read: ଶାହାରୁଖ୍, ଦୀପିକା ଏବଂ ପ୍ରଭାସ ସବୁ ରହିଗଲେ ପଛରେ, ନମ୍ବର ୧ରେ ରହିଲେ ଏହି ଅଭିନେତ୍ରୀ