ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସମ୍ପତ୍ତି ୮୦୦କୋଟିରୁ ଅଧିକ, କୋଠାର ଦାମ୍ ରହିଛି ୪୨କୋଟି ଟଙ୍କା

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ଅଭିନୟର ଦର୍ଶକ ଦିୱାନା ।ଅଭିନେତା , ପ୍ରଡ୍ୟୁସର ଓ ସୁପରଷ୍ଟାର ନାଗାର୍ଜୁନ କେବଳ ସାଉଥର ନୁହେଁ ବରଂ ହିନ୍ଦୀ ସିନେମାରେ ମଧ୍ୟ ତାଙ୍କର ରହିଛି ବଡ଼ ନାମ । ନାଗାର୍ଜୁନ ଆଜି ତାଙ୍କର ୬୨ବର୍ଷ ହେବାର ଜନ୍ମ ଦିନ ପାଳନ କରୁଛନ୍ତି । ଅଭିନେତା ଜଣକ କେବଳ ନିଜ ଫିଲ୍ମ ମାଧ୍ୟମରେ ନୁହେଁ ବରଂ ନିଜର ହାଇଫାଇ ଲାଇଫଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ନାଗାର୍ଜୁନଙ୍କ ମୋଟ ସମ୍ପତ୍ତିର ଦାମ ହେଉଛି ୮୦୦ କୋଟି ଟଙ୍କା । ତାଙ୍କର ବାର୍ଷିକ ରୋଜଗାର ୪୮ କୋଟି ଟଙ୍କା ହେଉଥିବାର ସୂଚନା ମିଳିଛି । ତାଙ୍କର ନିଜସ୍ୱ ଷ୍ଟୁଡିଓ ରହିଛି । ତାହାର ନାମ ଅନ୍ନପୂର୍ଣ୍ଣା । ଯାହାର ଦାମ ୭ କୋଟି ଟଙ୍କା । ଫିଲ୍ମ ପ୍ରଡକ୍ସନ ସହିତ ଫିଲ୍ମ ଡିଷ୍ଟ୍ରିବ୍ୟୁସନରେ ମଧ୍ୟ ତାଙ୍କର ଅନେକ ଭାଗ ରହିଛି । ତାଙ୍କ କୋଠାର ଦାମ ୪୨ କୋଟି ରୁ ଅଧିକ ଟଙ୍କା ।

ଅଭିନେତାଙ୍କ ଅଧିକ ରୋଜଗାର ତାଙ୍କ ର ଫିଲ୍ମ ଏବଂ ବିଜ୍ଞାପନରୁ ହୋଇଥାଏ । ଅର୍ଥାତ ମୋଟ ରୂପେ ସୁପରଷ୍ଟାର ଭାବେ ତାଙ୍କ ଡିମାଣ୍ଡ ରହିଛି ଅଧିକ । ମାସକୁ ୪ କୋଟି କମାନ୍ତି ଏହି ସାଉଥ ସୁପରଷ୍ଟାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.