Categories: ମନୋରଂଜନ

ସୁଜିତଙ୍କ ମୃତ୍ୟୁରେ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ଦକ୍ଷିଣ ଭାରତର ଫିଲ୍ମ ଦୁନିଆରେ ଆଜି ଶୋକ ଦିବସ ପାଳନ ହେଉଛି । ରଜନୀକାନ୍ତ ଓ ତାଙ୍କ ଝିଅଙ୍କ ବ୍ୟତୀତ ଅନ୍ୟ ଫିଲ୍ମ ଷ୍ଟାର ମାନେ ନିଜ ନିଜ ସୋସିଆଲ ଆକାଉଣ୍ଟରେ ଶୋକ ବାର୍ତ୍ତା ଦେଇଛନ୍ତି । ଏମାନଙ୍କର ଏହି ଶୋକ ପାଳନ ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି । ଗାତ କାଲି ତାମିଲନାଡୁର ତିରୁଚିରାପଲ୍ଲୀ ଠାରେ ଥିବା ନାଡୁକଟ୍ୱପଟି ନାମକ ଏକ ସ୍ଥାନରେ ଦୁଇ ବର୍ଷର ଶିଶୁ ସୁଜିତ ବଲସନଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ଶିଶୁଟିର ମୃତ୍ୟୁ ପଛର କାରଣ ବେଶ ଦୁଃଖଭରା ଥିଲା । ସୂଚନା ଅନୁଯାୟୀ ଏହି ଶିଶୁଟି ଗତ ଶୁକ୍ରବାର ଠାରୁ ଏକ ବୋରୱେଲ ଗାତରେ ପଡି ଯାଇଥିଲା ।

ପ୍ରାୟ ୭୨ ଘଣ୍ଟାର ସଂଘର୍ଷ ପରେ ଶିଶୁ ଟିର ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ଜାଣିବା ପରେ ଉଦ୍ଧରକାରୀ ଦଳ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । କିନ୍ତୁ ଭାରି ବର୍ଷା ଓ ପଥୁରିଆ ମାଟି ଯୋଗୁଁ ଶିଶୁ ଟିକୁ ବଞ୍ଚାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । ଦକ୍ଷିଣ ଭାରତର ବହୁ ଫିଲ୍ମ ଷ୍ଟାର ମାନେ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ଶିଶୁଟିକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦକ୍ଷିଣ ଭାରତର ସୁପର ଷ୍ଟାର ରଜନୀ କାନ୍ତ ଓ ତାଙ୍କ ଝିଅ ସୌନ୍ଦର୍ୟ ମଧ୍ୟ ନିଜ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଶିଶୁଟିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଫିଲ୍ମ ନିର୍ମାତା ଧନଞ୍ଜୟ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ଶିଶୁ ଟିକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହା ସହ ପଢନ୍ତୁ: ଏଥର ସ୍ବାମୀ ଏବଂ ଝିଅଙ୍କ ସହ ଏଠାରେ ଜନ୍ମଦିନ ପାଳିବେ ଐଶ୍ୱର୍ଯ୍ୟା

ସେ ଆହୁରି ମଧ୍ୟ କହିଛନ୍ତିକି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ କି ଏପରି ଘଟଣା ଦେଶରେ ଶେଷ ଥର ପାଇଁ ହିଁ ଘଟୁ । ଏପରି ଘଟଣାର ପୁନରାବୃତ୍ତି ବାରମ୍ବାର ନ ହେଉ । ସରକାର ଏଣିକି ବେଶୀ ସତର୍କ ରହିବା ଉଚିତ । ଏମାନଙ୍କ ବ୍ୟତୀତ ଅନ୍ୟ ବଡ ବଡ ହସ୍ତି ମାନେ ମଧ୍ୟ ନିଜ ନିଜ ଶୋକ ଜାହିର କରିଛନ୍ତି । କିଛି ସିନେମା ନିର୍ମାତା ମାନେ ମଧ୍ୟ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କୁ ଏଥିପାଇଁ ଦୋଷ ଦେଇଛନ୍ତି । ଶିଶୁ ଟିର ଏକ ଲମ୍ବା ସମୟ ବଞ୍ଚିବାର ଯଥେଷ୍ଟ ଅଧିକାର ଥିଲେ ମଧ୍ୟ ଅକାଳରେ ତାର ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି ।

KNews Bureau

Recent Posts

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

1 hour ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

2 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago