ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ସାଉଥ ଫିଲ୍ମ , ‘L2 ଏମିପୁରାନ’ ଫିଲ୍ମ ଦୁଇ ଦିନରେ ୧୦୦ କୋଟି ଟଙ୍କା ଆୟ

‘L2 ଏମିପୁରାନ ’ ସାଉଥ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ଦୁଇ ଦିନ ମଧ୍ୟରେ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଅର୍ଜନ କରି ରେକର୍ଡ ଭାଙ୍ଗିଛି । ଏହି ସିନେମାଟି ଆକ୍ସନରେ ଭରପୁର । ଯାହା ଦର୍ଶକଙ୍କ ମନକୁ ବେଶ୍ ଭଲ ଭାବରେ ଛୁଇଁପାରିଛି । ପ୍ରଥମ ଦିନରେ ୬୮କୋଟି ଟଙ୍କା କମାଇ ବଡ କଲେକ୍ସନ କରିବାରେ ସଫଳ ହୋଇଛି । ଦ୍ବିତୀୟ ଦିନରେ ୨୧ କୋଟି ଟଙ୍କା କମାଇ ବଲିଉଡ ଫିଲ୍ମର ବକ୍ସ ଅଫିସର ରେକର୍ଡକୁ ଭାଙ୍ଗିପାରିଛି । ପୁରା ୧୦୦ କୋଟି ଟଙ୍କା ବକ୍ସ ଅଫିସରେ କଲେକ୍ସନ କରିଛି ।
ଫିଲ୍ମଟି ୨୭ ତାରିଖରେ ସିନେମା ହଲରେ ରିଲିଜ ହୋଇଛି । ଅନ୍ୟ ଫିଲ୍ମ ସହ ବର୍ତ୍ତମାନ କଡ୍ଡା ଟକ୍କର ଦେଇ ଆଗକୁ ବଢ଼ିବାରେ ସଫଳ ହୋଇଛି ।‘ଗଦର ୨’ ଏବଂ ’ସ୍ତ୍ରୀ ୨’ ଫିଲ୍ମ ତିନି ଦିନରେ ୧୦୦ କୋଟି ଟଙ୍କା ବକ୍ସ ଅଫିସରେ କରିଥିବା ବେଳେ ‘L2 ଏମିପୁରାନ ’ ଫିଲ୍ମ ଦୁଇ ଦିନରେ ୧୦୦କୋଟି ଟଙ୍କା ବକ୍ସ ଅଫିସରେ କରି ସାରା ବିଶ୍ବରେ ରେକର୍ଡ ଭାଙ୍ଗିଛି ।
ପୃଥ୍ୱୀରାଜ ସୁକୁମାରନ ଏବଂ ମୋହନଲାଲଙ୍କ ଫିଲ୍ମ ସଫଳତାର ଶୀର୍ଷକତାରେ ପହଞ୍ଚିପାରିଛି । ୪୮ ଘଣ୍ଟାରେ ‘L2 ଏମିପୁରାନ ’ ଫିଲ୍ମଟି ବଡ ସଫଳତାକୁ ହାସଲ କରି ସାରା ବିଶ୍ବରେ ସିନେମା ହଲରେ ଇତିହାସ ସୃଷ୍ଟି କରିପାରିଛି । ଯାହାର ଏକ କ୍ୟାପସନ ଦେଇ ଫିଲ୍ମର ପୋଷ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମଟିକୁ ଅଧିକ ମାତ୍ରାରେ ଭଲପାଇବା ଦେଇଥିବାରୁ ଦର୍ଶକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।
ବକ୍ସ ଅଫିସରେ ଦୁଇ ଦିନ ମଧ୍ୟରେ ୧୦୦ କୋଟି ଟଙ୍କା ଆୟ କରି ‘ଗଦର ୨’ ଏବଂ ’ସ୍ତ୍ରୀ ୨’ ଭଳି ଫିଲ୍ମକୁ ଟକ୍କର ଦେଇ ଫିଲ୍ମ ଜଗତରେ ଇତିହାସ ସୃଷ୍ଟି କରିପାରିଛି ‘L2 ଏମିପୁରାନ ’ । ୨୦୧୯ ରେ ଘୋଷଣା କରାଯାଇଥିବା, ଏମ୍ପୁରାନ୍ ମହାମାରୀ ଯୋଗୁଁ ବିଳମ୍ବ ହୋଇଥିଲା । ଏହି ଫିଲ୍ମଟିକୁ ଭାରତ, ୟୁକେ, ଆମେରିକା ଏବଂ ୟୁଏଇରେ ସୁଟିଂ କରାଯାଇଥିଲା।
Also Read : ଆସନ୍ତାକାଲି ରିଲିଜ ହେବ ସିକନ୍ଦର ଫିଲ୍ମ, ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଆଡଭାନ୍ସ ବୁକିଂ