ଓ୍ଵାୟନାଡ ଭୂସ୍ଖଳନ ପୀଡିତଙ୍କ ପାଇଁ ସହାୟତା କଲେ ସାଉଥ ଇଣ୍ଡଷ୍ଟ୍ରୀର କଳାକାର, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କଲେ ଦାନ

କେରଳ ଓ୍ଵାୟନାଡରେ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୬୧ ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନରେ ୨୫୦ ରୁ ଅଧିକ ନିଖୋଜ ରହିଛନ୍ତି । କେରଳ ସରକାରଙ୍କ ସହିତ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କେରଳ ସରକାରଙ୍କ ଏଭଳି ପରିସ୍ଥିତିରେ ସହାୟତା ପାଇଁ ସାଉଥ ଇଣ୍ଡଷ୍ଟ୍ରୀର ଅନେକ ଷ୍ଟାର ଆଗେଇ ଆସିଛନ୍ତି । ସାଉଥ ଇଣ୍ଡଷ୍ଟ୍ରୀର ଅନେକ କଳାକାର କେରଳ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ବେଳେ ସାଉଥ ଇଣ୍ଡଷ୍ଟ୍ରୀ କେରଳ ସରକାରଙ୍କ ସହିତ ଠିଆ ହୋଇଛନ୍ତି । କରୋନା ସମୟରେ ଇଣ୍ଡଷ୍ଟ୍ରୀର କଳାକାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଥିଲେ । ଏବେ ପୁଣି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରି ସଚ୍ଚୋଟ ନାଗରିକ ହେବାର ପ୍ରମାଣ ଦେଇଛନ୍ତି ।

 

View this post on Instagram

 

A post shared by Allu Arjun (@alluarjunonline)

ସାଉଥ ସୁପରଷ୍ଟାର ଅଲ୍ଲ ଅର୍ଜୁନ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କେରଳ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି । ସେମାନେ ସୁରକ୍ଷିତ ରହନ୍ତୁ ଏବଂ ତାଙ୍କୁ ସାହସ ମିଳୁ । ଏହି ପୋଷ୍ଟ ସହିତ ଏକ ଫଟୋ ସେୟାର କରି ଦାନ ବିଷୟରେ କହିଛନ୍ତି ।
ପୋଷ୍ଟରେ ଲେଖିଛନ୍ତି, ନିକଟରେ ଓ୍ଵାୟନାଡରେ ହୋଇଥିବା ଭୂସ୍ଖଳନରେ ବହୁତ ଦୁଃଖି । କେରଳ ସବୁବେଳେ ମୋତେ ବହୁତ ଭଲପାଇବା ଦେଇଛି । କେରଳ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ଯୋଗାଇ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ସହାୟତା ରାଶି ପୀଡିତ ଲୋକଙ୍କୁ କିଛି ସହାୟତା ଯୋଗାଇ ପାରିବ । ଲୋକଙ୍କୁ ଶକ୍ତି ମିଳୁ ଏବଂ ନିରାପଦରେ ରୁହନ୍ତୁ, ଏହା ପ୍ରାର୍ଥନା କରୁଛି ।

ଅଲୁ ଅର୍ଜୁନ ଛଡା କିଛି ଅଭିନେତା ମଧ୍ୟ ଓ୍ଵାୟନାଡ ଭୂସ୍ଖଳନ ପାଇଁ ସହାୟତା କରିଛନ୍ତି । ଅଭିନେତା ବିକ୍ରମ ୨୦ ଲକ୍ଷ ଟଙ୍କା ସହାୟତା କରିଥିବା ବେଳେ ମାମୁଟ୍ଟୀ ଏବଂ ପୁଅ ଡଲକର ସଲମାନ ମିଶି ୩୫ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ଅଭିନେତା ଫହଦ ଫାସିଲ ଏବଂ ନଜାରିୟା ନାଜିମ ୨୫ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ସୂର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଜ୍ୟୋତିକା ୩୫ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ରଶ୍ମିକା ମନ୍ଦାନା ୧୦ ଲକ୍ଷ ଟଙ୍କା ସହାୟତା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.