ସାଉଥ୍‌ ସୁପରଷ୍ଟାର ଚନ୍ଦ୍ରକାନ୍ତଙ୍କର ସନ୍ଦେହଜନକ ମୃତ୍ୟୁ, ବନ୍ଦ ରୁମ୍‌ରୁ ମିଳିଲା…

ହାଇଦ୍ରାବାଦରେ କାର ଦୁର୍ଘଟଣାରେ ତାଙ୍କ ସୋ 'ତ୍ରିନୟାନୀ'ର କୋଷ୍ଟାର ପବିତ୍ରା ଜୟରାମ ପ୍ରାଣ ହରାଇବା ପରେ ଏହି ଖବର ସାମ୍ନାକୁ ଆସିଛି । ତେବେ ମାଣିକୋଣ୍ଡାସ୍ଥିତ ତାଙ୍କ ଘରେ ସନ୍ଦେହଜନକ ଅବସ୍ଥାରେ ସାଉଥ୍‌ ଅଭିନେତା ଚନ୍ଦୁଙ୍କ ମୃତଦେହ ମିଳିଥିଲା । ତେଲୁଗୁ ଅଭିନେତା ଚନ୍ଦୁଙ୍କ ହଠାତ୍ ଦେହାନ୍ତ ହେବା ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଧକ୍କା ଲାଗିଛି ।

ଟିଭି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ସାଉଥ୍‌ ଟିଭି ଇଣ୍ଡଷ୍ଟ୍ରୀରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଖବରଟି ହେଉଛି ଚନ୍ଦ୍ରକାନ୍ତଙ୍କ, ଯିଏକି ସାଉଥ୍‌ରେ ଚନ୍ଦୁ ବୋଲି ଜଣାଶୁଣା । ତେବେ ସେ ନିଜେ ନିଜର ଜୀବନ ହାରିଛନ୍ତି । ହାଇଦ୍ରାବାଦରେ କାର ଦୁର୍ଘଟଣାରେ ତାଙ୍କ ସୋ ‘ତ୍ରିନୟାନୀ’ର କୋଷ୍ଟାର ପବିତ୍ରା ଜୟରାମ ପ୍ରାଣ ହରାଇବା ପରେ ଏହି ଖବର ସାମ୍ନାକୁ ଆସିଛି । ତେବେ ମାଣିକୋଣ୍ଡାସ୍ଥିତ ତାଙ୍କ ଘରେ ସନ୍ଦେହଜନକ ଅବସ୍ଥାରେ ସାଉଥ୍‌ ଅଭିନେତା ଚନ୍ଦୁଙ୍କ ମୃତଦେହ ମିଳିଥିଲା । ତେଲୁଗୁ ଅଭିନେତା ଚନ୍ଦୁଙ୍କ ହଠାତ୍ ଦେହାନ୍ତ ହେବା ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଧକ୍କା ଲାଗିଛି ।

ଅଭିନେତା ଚନ୍ଦ୍ରକାନ୍ତ ଯିଏ ତାଙ୍କର ଚମତ୍କାର ଅଭିନୟ ଯୋଗୁ ଫେମସ୍‌ ଥିଲେ । ତେବେ ସାଉଥ୍‌ରେ ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ଯିଏ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ବହୁତ ଦୁଃଖରେ ଅଛନ୍ତି । ଏହି କିଛି ଦିନ ପୂର୍ବରୁ ଏକ କାର ଦୁର୍ଘଟଣାରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା କୋଷ୍ଟାର ପବିତ୍ରା ଜୟରାମଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଖବରର କିଛି ଦିନ ପରେ ଅଭିନେତା ଚନ୍ଦୁ ଜୀବନ ହାରିଛନ୍ତି । ଏହା ସହ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଦେହ ପୋଲିସକୁ ତାଙ୍କ ଅଲକାପୁର ଘରୁ ମିଳିଛିି ।

ସୂଚନା ମୁତାବକ, ଯେତେବେଳେ ଚନ୍ଦୁ ବାରମ୍ବାର ଫୋନ୍ କଲ ଉଠାଇଲେ ନାହିଁ । ସେତେବେଳେ ତାଙ୍କ ପରିବାର ସଦସ୍ୟ ତାଙ୍କ ରୁମ୍‌ର କବାଟ ଭାଙ୍ଗିଥିଲେ । କେବଳ ଏତିକି ନୁହେଁ ପୋଲିସ ଅଭିନେତାଙ୍କ ପାଖରୁ ଏକ ଚିଠି ମଧ୍ୟ ପାଇଛି । ବର୍ତ୍ତମାନ ଅଭିନେତାଙ୍କ ଆକସ୍ମିକ ଦେହାନ୍ତରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଏହା ସହ ତେଲୁଗୁ ସୋ ‘ତ୍ରିନାୟାନୀ’ରେ ପବିତ୍ରା ତିଲୋତମା ଭୂମିକାରେ ଅଭିନୟ କରିଥିଲେ । ଯେଉଁଠାରେ ଚନ୍ଦୁ ତାଙ୍କ ସ୍ୱାମୀ ବିଶାଲଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ‘ଜୋକାଲି’, ‘ନୀଲି’, ‘ରାଧା ରମଣ’ ଇତ୍ୟାଦି ସୋ’ରେ ମଧ୍ୟ କାମ କରିଛନ୍ତି ।

Leave A Reply

Your email address will not be published.