ନୂଆ ଘର ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ କଲେ ସାଉଥ୍ ସୁପରଷ୍ଟାର ଧନୁଷ!

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କୁ କିଏ ବା ନ ଜାଣେ। ତାଙ୍କ ଲୋକପ୍ରିୟତା କାହିଁରେ କେତେ। ଟଙ୍କା ପଇସା ମାମଲାରେ ବି ସେ ଖୁବ୍ ଧନୀ। ସାଉଥ୍ ଇଣ୍ଡଷ୍ଟ୍ରୀର ସବୁଠୁ ଧନୀ ସେଲିବ୍ରିଟିଙ୍କ ମଧ୍ୟରେ ସେ ଜଣେ। ତାଙ୍କ ଲାଇଫ୍ଷ୍ଟାଇଲ୍ ବି ବେଶ୍ ରୟାଲ। ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ୱାଇଁ ହେଉଛନ୍ତି ସେ। ନିକଟରେ ଧନୁଷ ଏକ ନୂଆ ଘର କିଣିଛନ୍ତି। ଏହାର ଭୂମିପୂଜନରେ ନିଜେ ରଜନୀକାନ୍ତ ମଧ୍ୟ ଉପସ୍ଥିତ ଥିଲେ। ଏହି ଘଟଣା ୨୦୨୧ ମସିହା ଫେବ୍ରୁଆରୀ ମାସର। ଏବେ ଏହି ଘରକୁ ନେଇ କେତେକ ନୂଆ କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଧନୁଷ ଏ ଘର ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛନ୍ତି।
ରିପୋର୍ଟ ମୁତାବକ, ଧନୁଷଙ୍କର ଏହି ନୂଆ ଘରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚେନ୍ନାଇର ପୋଏଜ୍ ଗାର୍ଡେନ୍ ସ୍ଥିତ ଧନୁଷଙ୍କର ଏହି ନୂଆ ବଙ୍ଗଳା ୧୯୦୦୦ ସ୍କୋୟାର ଫିଟ୍ ଅଞ୍ଚଳ ପରିବ୍ୟାପ୍ତ। ତେବେ ଏହି ମାମଲାରେ ଧନୁଷ ନିଜେ କିଛି ସୂଚନା ଦେଇନଥିବା ବେଳେ ସେ ଯେଭଳି ରାଜକୀୟ ଜୀବନ ଜୀଅଁନ୍ତି ସେ ସତରେ ଏଥିପାଇଁ ଦେଢ଼ ଶହ କୋଟି ଖର୍ଚ୍ଚ କରିଥିବେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ଧନୁଷ ଏବେ ୟୁଏସ୍ରେ ନିଜ ଅପକମିଂ ଫିଲ୍ମ ଦ ଗ୍ରେ ମ୍ୟାନ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ୟୁକେରୁ ଫେରିବା ପରେ ସେ ଆଉ ଏକ ଅନ୍ଟାଇଟଲଡ୍ ଫିଲ୍ମର ସୁଟିଂ କରିବେ ବୋଲି ଜଣାଯାଇଛି।