ହସପିଟାଲରେ ଭର୍ତ୍ତି ହେଲେ ସାଉଥ୍‌ ସୁପରଷ୍ଟାର ମୋହନଳାଲ, ସୁଟିଂ ସମୟରେ ବିଗିଡିଲା ସ୍ୱାସ୍ଥ୍ୟ

ସାଉଥ୍‌ ସୁପରଷ୍ଟାର ମୋହନଲାଲଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ଯୋଗୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୋହନଳାଲଙ୍କୁ ଜ୍ୱର, ନିଶ୍ୱାସ ନେବାରେ ଅସୁବିଧା ଏବଂ ମାଂସପେଶୀ ଯନ୍ତ୍ରଣା ହେବା ପାରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଛି । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଏହି ଅଭିନେତା ଭାଇରାଲ ଫିବର ଇନ୍‌ଫେକ୍ସନ୍‌ ହୋଇଥିବା ସନ୍ଦେହ କରାଯାଉଛି । ଏହି ଖବର ପରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ଏବଂ ସେମାନେ ଅଭିନେତା ମୋହନଲାଲଙ୍କ ଶୀଘ୍ର ଆରୋଗ୍ୟ ହେବା ପାଇଁ ପ୍ରାର୍ଥନା କରୁଛନ୍ତି । ଏଥିସହ ଅଭିନେତାଙ୍କୁ ପାଞ୍ଚ ଦିନ ସର୍ବସାଧାରଣ ସ୍ଥାନକୁ ନ ଯିବାକୁ ଡାକ୍ତର ମୋହନଲାଲଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ହସପିଟାଲର ବିବୃତ୍ତି ପରେ ସାଉଥ୍‌ର ପ୍ରସିଦ୍ଧ ଫିଲ୍ମ ଲେଖକ ଅର୍ଥାତ ଶ୍ରୀଧର ପିଲ୍ଲାଇ ମଧ୍ୟ ସୁପରଷ୍ଟାର ମୋହନଲାଲଙ୍କୁ ତାଙ୍କ X ଆକାଉଣ୍ଟରେ ହସପିଟାଲରେ ଭର୍ତ୍ତି କରାଯିବା ଖବର ସେୟାର କରିଛନ୍ତି । ସେ ଏହି ପୋଷ୍ଟ ସେୟାର କରି ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ତେବେ ଏପରି ମଧ୍ୟ ସୂଚନା ରହିଛି ଯେ ଡାକ୍ତରମାନେ ସୁପରଷ୍ଟାର ମୋହନଲାଲଙ୍କୁ ୫ ଦିନ ସମ୍ପୂର୍ଣ୍ଣ ବେଡ୍‌ ରେଷ୍ଟ ନେବାକୁ ପରାମର୍ଶ ଦେଇଛନ୍ତି ।

ହସପିଟାଲର ସୂଚନା ଅନୁଯାୟୀ, ୬୪ ବର୍ଷିୟ ମୋହନଲାଲଙ୍କୁ ଜ୍ୱର ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ପରେ ଅଗଷ୍ଟ ୧୬ ରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ୫ ଦିନ ବିଶ୍ରାମ ନେବାକୁ କୁହାଯାଇଛି । ନିକଟରେ ମୋହନଲାଲ ଗୁଜୁରାଟରୁ ଫେରିଛନ୍ତି । ସେ ସେଠାରେ ତାଙ୍କର ଅପ୍‌କମିଂ ଫିଲ୍ମ L2 Empuraan ପାଇଁ ସୁଟିଂ କରୁଥିଲେ । ଏହା ବ୍ୟତୀତ ତାଙ୍କ ନିର୍ଦ୍ଦେଶକ ଡେବ୍ୟୁ ଫିଲ୍ମ ‘ବରୋଜ’ର ପୋଷ୍ଟ ପ୍ରଡକ୍ସନ୍ କାମ ମଧ୍ୟ କରାଯାଇଛି । ଅଭିନେତାଙ୍କର ଆକସ୍ମିକ ଅସୁସ୍ଥତା ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି । ଏଥିସହ ସୂଚନା ଅନୁଯାୟୀ, ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ସେଥିପାଇଁ ଡାକ୍ତରତାଙ୍କୁ ବେଡ୍‌ ରେଷ୍ଟ କରିବାକୁ କହିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସାଉଥ୍‌ର ଭେଟେରାନ ଅଭିନେତା ମୋହନଲାଲ ଖୁବ ଶୀଘ୍ର ଫିଲ୍ମ ‘ବରୋଜ’ରେ ଦେଖିବାକୁ ପ୍ରସ୍ତୁତ ଅଛନ୍ତି । ଯାହାକି ନିର୍ଦ୍ଦେଶକ ଭାବରେ ତାଙ୍କର ପ୍ରଥମ ଫିଲ୍ମ ହେବ । ସେପ୍ଟେମ୍ବର ୧୨ ରେ ବଡ ପରଦାରେ ଆସିବାକୁ ଥିବା ଏହି ଫିଲ୍ମଟି ଅକ୍ଟୋବର ୩, ୨୦୨୪ କୁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଗିଡିବା ଯୋଗୁ ତାଙ୍କ ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like