ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ନାଗାର୍ଜୁନଙ୍କ ବଡିଗାର୍ଡ, ଅଭିନେତା ମାଗିଲେ କ୍ଷମା

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ଦବଦବା ସମଗ୍ର ବିଶ୍ୱରେ ରହିଛି । ତାଙ୍କ ଫିଲ୍ମକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଥିବା ବେଳେ ତାଙ୍କ ଷ୍ଟାଇଲର ଦିଓ୍ଵାନା । ଅଭିନେତାଙ୍କ ଫ୍ୟାନ୍ସ ଚାରିଆଡେ ରହିଛନ୍ତି । ତେବେ ନାଗାର୍ଜୁନ ଏୟାରପୋର୍ଟରୁ ତାଙ୍କ ବଡିଗାର୍ଡଙ୍କ ସହିତ ବାହାରୁଥିବା ବେଳେ ଜଣେ ଫ୍ୟାନ୍ ତାଙ୍କୁ ଦେଖା କରିବାକୁ ଚେଷ୍ଟା କରିଥିଲେ । ଯାହାକୁ ଧ୍ୟାନ ଦେଇନଥିଲେ ନାଗାର୍ଜୁନ । ହେଲେ ଏହି ସମୟରେ ନାଗାର୍ଜୁନଙ୍କ ବଡିଗାର୍ଡ ଫ୍ୟାନଙ୍କୁ ଧକ୍କା ଦେଇଥିଲେ । ଫଳରେ ଫ୍ୟାନଙ୍କ ସନ୍ତୁଳନ ବିଗିଡି ଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହାକୁ ଦେଖି ନାଗାର୍ଜୁନ ଏବଂ ତାଙ୍କ ବଡିଗାର୍ଡଙ୍କୁ ଟ୍ରୋଲ କରୁଛନ୍ତି ଫ୍ୟାନ୍ସ । ଏହି ବିଷୟରେ ନାଗାର୍ଜୁନ ଜାଣିବା ପରେ କ୍ଷମା ମାଗିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, କୌଣସି ଜଣେ ଫ୍ୟାନ୍ ନାଗାର୍ଜୁନଙ୍କୁ ସାକ୍ଷାତ କରିବା ପାଇଁ ଯାଉଥିବା ବେଳେ ନାଗାର୍ଜୁନଙ୍କ ବଡିଗାର୍ଡ ଧକ୍କା ଦେଇଥିଲେ । ଯାହା ଭିଡିଓରେ ଦେଖିବାକୁ ମିଳିଛି । ନାଗାର୍ଜୁନଙ୍କ ବଡିଗାର୍ଡ ଫ୍ୟାନ୍ଙ୍କୁ ଧକ୍କା ଦେଇଥିଲେ । ଫଳରେ ବ୍ୟକ୍ତିଙ୍କ ବାଲାନ୍ସ ବିଗିଡି ଯାଇଥିଲା ଏବଂ ସେ ତଳେ ପଡିଯାଇଥିଲେ । ଏହା କିନ୍ତୁ ନାଗାର୍ଜୁନ ଜାଣିପାରିନଥିଲେ । ଏହି ଭିଡିଓ ଭାଇରଲ ହେବା ପରେ ନାଗାର୍ଜୁନଙ୍କୁ ଫ୍ୟାନ୍ସ ଟ୍ରୋଲ କରୁଛନ୍ତି ।
ଲୋକମାନେ ଏହି ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ଏହା ବିଷୟରେ ନାଗାର୍ଜୁନ ଜାଣିବା ପରେ କ୍ଷମା ମାଗିଛନ୍ତି । ସେ ଏକ ଭିଡିଓ ସେୟାର କରି କହିଛନ୍ତି, ନିକଟରେ ମୋତେ ଏହା ବିଷୟରେ ଜଣାପଡିଥିଲା । ଏହା ବିଲ୍କୁଲ ହେବାର ନଥିଲା । ମୁଁ ସେହି ଭଦ୍ରବ୍ୟକ୍ତିଙ୍କୁ କ୍ଷମା ମାଗୁଛି । ଏହାସହିତ ମାମଲାରେ ଜରୁରୀ ଆକ୍ସନ ନେବି । ଏମିତି ଯେପରି ଆଗକୁ ନ ହୁଏ ।