ମନୋରଂଜନ

ସଡ଼କ ଦୁର୍ଘଟଣାରେ ସାଉଥର ଲୋକପ୍ରିୟ ଟିଭି ଅଭିନେତ୍ରୀଙ୍କ ମୃତ୍ୟୁ, କାରକୁ ଧକ୍କା ଦେଲା ବସ୍‌

ଟିଭି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରବିବାର ଦିନ ଆନ୍ଧ୍ରପ୍ରଦେଶର ମେହେବୁବା ନଗର ନିକଟରେ ଏକ କାର୍ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି । ଟିଭି ସିରିଜ ’ତ୍ରିନୟନୀ’ରେ ତିଳୋତ୍ତମା ଭୂମିକାରେ ତାଙ୍କ ବେଶ୍‌ ଲୋକପ୍ରିୟତା ମିଳିଥିଲା ।

ଖବର ମୁତାବକ, ଆନ୍ଧ୍ରପ୍ରଦେଶ ମେହବୁବା ନଗର ପାଖରେ ଅଭିନେତ୍ରୀଙ୍କ କାରଟି ପ୍ରଥମେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିଲା । ପରେ ହାଇଦ୍ରାବାଦରୁ ଆସୁଥିବା ବସଟି ପବିତ୍ରାଙ୍କ କାରକୁ ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା । ଫଳରେ ପବିତ୍ରାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେ କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଦୁର୍ଘଟଣା ବେଳେ ତାଙ୍କ ସହିତ ସମ୍ପର୍କୀୟ ଭଉଣୀ ଉପେକ୍ଷା, ଡ୍ରାଇଭର ଓ ଅଭିନେତା ଚନ୍ଦ୍ରକାନ୍ତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଥାଉ କି, ଭୋଜପୁରୀ ଲୋକପ୍ରିୟ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ମୃତଦେହ ଜୋଗସର ଥାନା ଅଧୀନ ଆଦମପୁର ଜାହଜ ଘାଟରେ ଥିବା ଏକ ଆପାର୍ଟମେଣ୍ଟରୁ ପୋଲିସ ଉଦ୍ଧାର କରିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ପାଇଁ ପହଞ୍ଚିଥିଲା । ଘଟଣାସ୍ଥଳରୁ ଅଭିନେତ୍ରୀଙ୍କ ଶାଢି, ମୋବାଇଲ୍ ଫୋନ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ପରିବାର ଲୋକଙ୍କ ଅନୁସାରେ, ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ ହିନ୍ଦୀ ସମେତ ଅନେକ ଫିଲ୍ମ, ସିରିଏଲ, ୱେବ୍ ସିରିଜ୍ ଏବଂ ବିଜ୍ଞାପନରେ କାମ କରିଛନ୍ତି ।

ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଏବଂ ଭିଣେଇ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ପଙ୍କଜଙ୍କ ଭିଣେଇ ରାଜେଶ ତିୱାରୀଙ୍କର ମୃତ୍ୟୁ ହୋଇଥିବାବେଳେ ପଙ୍କଜଙ୍କ ଭଉଣୀ ସରିତା ଗୁରୁତର ଆହତ ହୋଇଛଥିଲେ।  ସେମାନେ ବିହାରର ଏକ ଗାଁରୁ ଫେରୁଥିଲେ । ଏହି ସମୟ ମଧ୍ୟରେ ସେ ଜିଟି ରୋଡରେ ଧନବାଡର ନିରସା ନିକଟରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତେବେ ଅଗଷ୍ଟ ୨୦୨୩ ରେ ପଙ୍କଜ କିଛି ମାସ ପୂର୍ବରୁ ତାଙ୍କ ପିତାଙ୍କୁ ହରାଇଥିଲେ ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

8 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

10 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

51 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago