ରଶ୍ମିକା ଏବଂ ବିଜୟଙ୍କର ବିବାହ ଶେଷ ହୋଇସାରିଛି । ସେମାନେ ୨୬ ଫେବୃଆରୀରେ ଉଦୟପୁରରେ ବିବାହ କରି ସାତ ଜନ୍ମର ସାଥୀ ହୋଇସାରିଛନ୍ତି । ବର୍ତ୍ତମାନ ସେମାନଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଉଭୟଙ୍କ ଲୁକ୍ ଚର୍ଚ୍ଚାର ବିଷୟ ପାଲଟିଛି । ଖାସ୍ କରି ସେମାନଙ୍କର ୱେଡିଂ କଷ୍ଟ୍ୟୁମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ରଶ୍ମିକା ତାଙ୍କ ବିବାହରେ ହାଲକା କମଳା ରଙ୍ଗ ଏବଂ ଗୋଲଡେନ୍ ରଙ୍ଗର ଶାଢୀ ପିନ୍ଧିଥିଲେ । ହେବି ଗୋଲ୍ଡ ଜ୍ବେଲାରୀ ସହିତ ରଶ୍ମିକା ତାଙ୍କ ବ୍ରାଇଡାଲ ଲୁକକୁ କମ୍ପ୍ଲିଟ୍ କରିଥିଲେ । ବ୍ରାଇଡାଲ ଲୁକରେ ରଶ୍ମିକା କୌଣସି ଅପସରାଠାରୁ କମ୍ ଦିଶୁନଥିଲେ । ତାଙ୍କର ୱେଡିଂ ଶାଢୀଙ୍କ ଡିଜାଇନ୍ ଫେମସ୍ ସେଲିବ୍ରିଟି ଡିଜାଇନର ଅନାମିକା ଖାନ୍ନାଙ୍କ ଦ୍ବାରା କରାଯାଇଥିଲା । ତାଙ୍କ ଶାଢୀ ସହିତ ରଶ୍ମିକା ଗୋଲ୍ଡେନ୍ ରଙ୍ଗର ନେଟ୍ ଦୁପଟା ପିନ୍ଧିଥିଲେ । ଯାହା ଦେଖିବାକୁ ଖୁବ୍ ଲମ୍ବା ଥିଲା । କମଳା ରଙ୍ଗର ଶାଢୀକୁ ଗୋଲ୍ଡେନ୍ ରଙ୍ଗର ଦୁପଟା ତାଙ୍କ ଲୁକକୁ ଆହୁରି ବଢାଇ ଦେଉଥିଲା । ଦୁପଟାର ବର୍ଡରରେ ଏମ୍ବ୍ରୋଡୋରୀ କାମ ହୋଇଥିଲା । ଯାହା ପୁରୁଣା ସଭ୍ୟତା ଏବଂ ଆକୃତିରେ ବନାଯାଇଥିଲା । ଶାଢୀ ସହିତ ସୁନ୍ଦର ଦୁପଟା ଅଭିନେତ୍ରୀ ରଶ୍ମିକାଙ୍କ ୱେଡିଂ ଗେଟଅପକୁ ଏକ ରାଜକୀୟ ଲୁକ ଦେଉଥିଲା ।
ଖାସ୍ କଥା ହେଉଛି ଯେ, ଏହି ଦୁପଟାର ଏମ୍ବ୍ରୋଡୋରୀରେ ବିଜୟ ଦେବରକୋଣ୍ଡାଙ୍କ ପାଇଁ ଏକ ସପ୍ରାଇଜ୍ ଥିଲା । ରଶ୍ମିକାଙ୍କ ଦୁପଟାରେ ବିଜୟଙ୍କ ପାଇଁ ଏକ ଲଭିଂ ମେସେଜ ଲେଖାଯାଇଥିଲା । ଯେଉଁଥିରେ ବିଜୟଙ୍କ ସହିତ ସେ ସାତ ଜନ୍ମ ପାଇଁ ରହିବାର ପ୍ରତିଶ୍ରୁତି ଦେଇଥିଲେ । ଏହା ମଧ୍ୟ ଲେଖାଯାଇଥିଲା ଯେ, “IN EVERY LIFETIME”।
ଅନ୍ୟପଟେ ବିବାହ ପରେ ନବଦମ୍ପତ୍ତି ରଶ୍ମିକା-ବିଜୟଙ୍କୁ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ନବଦମ୍ପତ୍ତି ଶଂସକମାନଙ୍କ ପାଇଁ ପୋଜ୍ ଦେଇଥିଲେ । ଲାଲ ପୋଷାକରେ ରଶ୍ମିକା ଖୁବ୍ ସୁନ୍ଦର ଦିଶୁଥିଲେ । ଏହି ବିବାହ ପରେ ଉଭୟଙ୍କ ରିସେପ୍ସନ ମାର୍ଚ୍ଚ ୪ରେ ଅନୁଷ୍ଠିତ ହେବ । ତାଙ୍କ ରିସେପ୍ସନରେ ଅନେକ ଜଣାଶୁଣା ବ୍ୟକ୍ତିତ୍ବ ସାମିଲ ହୋଇପାରନ୍ତି ।
Also Read : ବିବାହର ୨୭ ବର୍ଷ ପରେ ଭାଙ୍ଗିବାକୁ ଯାଉଛି ଥାଲପତି ବିଜୟଙ୍କ ଘର, ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ ସଙ୍ଗୀତା