Photo credit: Hindustan times
ନେଟଫ୍ଲିକ୍ସର ଅଧିକାଂଶ ୱେବ୍ ସିରିଜ୍ ଫ୍ୟାନ୍ସଙ୍କୁ ଦିୱାନା କରୁଛି। ଏହିସବୁ େଓ୍ଵବ ସିରିଜକୁ ଫ୍ୟାନ୍ସ ପ୍ରତୀକ୍ଷା କରି ରହିଥାନ୍ତି। ଗତବର୍ଷ ଆସିଥିବା େଓ୍ଵବ ସିରିଜ ସ୍କ୍ୱିଡ୍ ଗେମ୍ସ ଦେଖିବାକୁ ଫ୍ୟାନ୍ସ ପାଗଳ ହୋଇଥିଲେ। ଏହାର ପ୍ରଥମ ସିଜିନ୍ ଖୁବ୍ ହିଟ୍ ହୋଇଥିଲା। ସେବେଠାରୁ ଏହାର ସିଜିନ୍ ୨ କୁ ଅପେକ୍ଷା କରାଯାଇଥିଲା। ବର୍ତ୍ତମାନ ନେଟଫ୍ଲିକ୍ସ ୱେବ୍ ସିରିଜର ସିଜିନ୍ ୨ ଘୋଷଣା କରିଛି। ଫ୍ୟାନ୍ସ ଏହାର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନେଟଫ୍ଲିକ୍ସ ସ୍କ୍ୱିଡ୍ ଗେମର ନୂଆ ସିଜିନ ଘୋଷଣା କରିଛି। ନିର୍ଦ୍ଦେଶକ ଫ୍ୟାନ୍ସଙ୍କ ପାଇଁ ଏକ ଖାସ୍ ମେସେଜ ଦେଇଛନ୍ତି। ଭିଡିଓ ସେୟାର୍ କରି ନିର୍ଦ୍ଦେଶକ ଲେଖିଛନ୍ତି – ରେଡ୍ ଲାଇଟ୍… ଗ୍ରୀନ୍ ଲାଇଟ୍… ସ୍କ୍ୱିଡ୍ ଗେମ୍ ସିଜନ୍ ୨ ସହିତ ଫେରୁଛି।
ପରବର୍ତ୍ତୀ ଟ୍ୱିଟରେ ନେଟଫ୍ଲିକ୍ସ ଏକ ନୋଟ୍ ସେୟାର କରି ଲେଖିଛି, ଗତ ବର୍ଷ ସ୍କ୍ୱିଡ୍ ଗେମ୍ସର ପ୍ରଥମ ସିଜନ୍ ଆଣିବାକୁ ୧୨ ବର୍ଷ ଲାଗିଥିଲା, କିନ୍ତୁ ସ୍କ୍ୱିଡ୍ ଗେମ୍ସ ନେଟଫ୍ଲିକ୍ସରେ ପପୁଲାର୍ ସିରିଜ୍ ହେବାକୁ ମାତ୍ର ୧୨ ଦିନ ଲାଗିଥିଲା । ସ୍କ୍ୱିଡର ଲେଖକ, ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କୁ ସମଗ୍ର ବିଶ୍ୱରେ ଫ୍ୟାନ୍ସ ପ୍ରଶଂସା କରିଥିଲେ। ଆମ ଶୋ ଦେଖିବା ଏବଂ ପସନ୍ଦ କରିଥିବାରୁ ଧନ୍ୟବାଦ। ଏବେ ଜି-ହନ୍ ଫେରି ଆସୁଛି। ଫ୍ରଣ୍ଟ ମ୍ୟାନ୍ ଫେରି ଆସୁଛି, ସିଜିନ୍ ୨ ଆସୁଛି।
ସ୍କ୍ଵିଡ୍ ଗେମ୍ସ ସିଜିନ ୨ର ଘୋଷଣା ପରେ ଫ୍ୟାନ୍ସ ବହୁତ ଖୁସି ରହିଛନ୍ତି। ଏହି ପୋଷ୍ଟରେ ଫ୍ୟାନ୍ସ ଅନେକ କମେଣ୍ଟ କରୁଛନ୍ତି। ଜଣେ ଫ୍ୟାନ ଲେଖିଛନ୍ତି, ମୁଁ ଆଉ ଅପେକ୍ଷା କରିପାରୁନାହିଁ। ସେହିପରି ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି, ମୁଁ ଭାବୁଛି ଆକ୍ଟରର୍ସଙ୍କ ଫିସ୍ ବଢାଇଦେଇଛନ୍ତି।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…