କ୍ରିକେଟ ପରେ ବଲିଉଡରେ ଧୁମ୍‌ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି ଏସ୍‌ ଶ୍ରୀସନ୍ଥ, ଏହି ଫିଲ୍ମରେ କରିବେ ଲିଡ୍‌ ରୋଲ, ବ୍ଲକବଷ୍ଟର ହେବା ନେଇ ରହିଛି ଆଶା

ଭାରତୀୟ ଦ୍ରୁତ ବୋଲର ଏସ୍‌ ଶ୍ରୀସନ୍ଥ କ୍ରିକେଟ ପରେ ଏବେ ବଲିଉଡ୍‌ରେ ଧୁମ୍‌ ମଚାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏସ୍‌ ଶ୍ରୀସନ୍ଥ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୦୦୭ର ଟି-୨୦ ବିଶ୍ୱକପ୍‌ ଏବଂ ୨୦୧୧ର ଓ୍ଵାନ୍‌ ଡେ’ ବିଶ୍ୱକପ୍‌ ଖେଳିଥିଲେ। ସେ ଓ୍ଵାର୍ଲ୍ଡ ଚାମ୍ପିୟନ ଟିମ୍‌ର ସଦସ୍ୟ ରହିଥିଲେ।

କହି ରଖୁଛୁ, ୨୦୧୩ ଆଇପିଏଲ୍‌ ଫିକ୍ସିଂ ମାମଲାରେ ଫସିବା ପରେ ବିସିସିଆଇ ଶ୍ରୀସନ୍ଥଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା। ଶ୍ରୀସନ୍ଥ ଏବେ ସୁଦ୍ଧା ଆଇପିଏଲ୍‌ ଏବଂ ଆନ୍ତର୍ଜାତିକ କ୍ରିକେଟକୁ ଫେରିପାରୁ ନାହାନ୍ତି। ତାଙ୍କ ଉପରୁ ଗତବର୍ଷ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା ଏବଂ ତାଙ୍କୁ ସୟଦ ମୁଶ୍‌ତାକ ଅଲ୍ଲୀ ଟ୍ରଫି ଓ କେରଳ ପାଇଁ ବିଜୟ ହଜାରେ ଟ୍ରଫି ଖେଳିବା ପାଇଁ ଅନୁମତି ଦିଆଯାଇଥିଲା।

ତେବେ ନିକଟରେ ଏହି ବିବାଦୀୟ ଖେଳାଳି ‘ପଟ୍ଟା’ ନାମକ ବଲିଉଡ୍‌ ଫିଲ୍ମ ସାଇନ କରିଛନ୍ତି, ଯେଉଁଥିରେ ସେ ଲିଡ୍‌ ରୋଲରେ ନଜର ଆସିବେ। ଶ୍ରୀସନ୍ଥ ଫିଲ୍ମରେ ଜଣେ ସିବିଆଇ ଅଧିକାରୀଙ୍କ ଭୂମିକା ନିଭାଇବେ।

ଏନ୍‌ଏନ୍‌ଜୀ ବ୍ୟାନରରେ ଏହି ଫିଲ୍ମକୁ ନିରୂପ ଗୁପ୍ତା ନିର୍ମାଣ କରୁଥିବା ବେଳେ ସିନେମାଟୋଗ୍ରାଫର ରହିବେ ପ୍ରକାଶ କୁଟ୍ଟି। ଫିଲ୍ମର ସମ୍ପାଦନା ଦାୟିତ୍ୱରେ ରହିବେ ସୁରେଶ ଉର୍ସ। ଏହି ଫିଲ୍ମରେ ବହୁତ ଡ୍ୟାନ୍ସ ଏବଂ ସଙ୍ଗୀତ ଦେଖିବାକୁ ମିଳିବ। ଫିଲ୍ମଟି ବ୍ଲକବଷ୍ଟର ହେବା ନେଇ ପୂରା ଆଶା ରହିଛି।

ଏହି ପେସ୍‌ ବୋଲର୍‌ ପୂର୍ବରୁ ମଧ୍ୟ ସିନେମାରେ ଅଭିନୟ କରିଛନ୍ତି । ତେବେ ସେ ଡ୍ୟାନ୍ସରେ ଏକଦମ ମାହିର । ରିୟଲିଟି ସୋ’ରେ ମଧ୍ୟ ଭାଗ ନେଇଛନ୍ତି । ତେଣୁ ସିନେମାରେ ଅଭିନୟ ତାଙ୍କ ପାଇଁ ନୂଆ ନୁହେଁ ।

Leave A Reply

Your email address will not be published.