“ପୁଷ୍ପା”ର ଶ୍ରୀବଲ୍ଲୀ ନିଜକୁ ଫିଟ ରଖିବା ପାଇଁ ଜିମରେ ବିତାନ୍ତି ଘଣ୍ଟା ଘଣ୍ଟା, ଥରେ ଦେଖିନିଅନ୍ତୁ ଭିଡିଓ

ସାଉଥ ସିନେ ଇଣ୍ଡଷ୍ଟ୍ରି ତଥା ଟଲିଉଡ଼ର ବ୍ୟୁଟି କୁଇନ ରଶ୍ମିକା ମନ୍ଦନାଙ୍କ କ୍ୟାରିୟର ଏବେ ପିକରେ ରହିଛି । “ପୁଷ୍ପା”ରେ ଏକଦମ ସାଧାସିଧା ଚରିତ୍ରରେ ନଜର ଆସିଥିବା ରଶ୍ମିକା ପ୍ରକୃତରେ ରିୟଲ ଲାଇଫରେ ଖୁବ ହଟ, ଗ୍ଲାମରସ ଓ ସେକ୍ସି ଦେଖାଯାନ୍ତି । ଏହା ବ୍ୟତୀତ ନିଜ ଆକ୍ଟିଙ୍ଗ ସ୍କିଲ ସମେତ ବିଉଟି କାରଣରୁ ଯେମିତି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଏହା ବାଦ ନିଜ ଫିଟନେସକୁ ନେଇ ସତର୍କ ଥାନ୍ତି । ନିଜକୁ ଗ୍ଲାମର୍ସ ରଖିବା ପାଇଁ ଓ ନିଜ ଫିଗରକୁ ଟୋନଡ ବନେଇବା ପାଇଁ ଜିମ ଯାଇ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଝାଳ ବୁହାଇବା ପାଇଁ ପଛାନ୍ତି ନାହିଁ । ଏହି ନିକଟରେ ହିଁ ଜିମରେ ଅଜସ୍ର ଝାଳ ବୁହାଉଥିବାର ନଜର ଆସିଛନ୍ତି ପୁଷ୍ପାର ଶ୍ରୀବଲ୍ଲି । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

A post shared by Voompla (@voompla)

ନିକଟ ଅତୀତରେ ଏକ ଜିମର ଇନସାଇଡ ଭିଡିଓ ସେୟାର କରାଯାଇଥିବା ବେଳେ ସେଥିରେ ଆକ୍ଟ୍ରେସ ଏକ୍ସରସାଇଜ କରୁଥିବା ଦେଖାଦେଉଛନ୍ତି । ଅନ୍ୟ ଦୃଷ୍ଟିରୁ ଦେଖିଲେ ରଶ୍ମିକାଙ୍କୁ ନ୍ୟାସନାଲ କ୍ରସର ଦରଜା ଦିଆଯାଇଛି । ଆଉ ଏହି କାରଣରୁ ବୋଧହୁଏ ତାଙ୍କର ଏକ ଜିମ ବେଳର ଭିଡିଓ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ରଶ୍ମିକା ଜିମରେ ଏକସରସାଇଜ କରୁଥବା ନଜର ଆସିଛନ୍ତି । ଭିଡିଓରେ ରଶ୍ମିକା ଏକ ହଳଦିଆ ରଙ୍ଗର ସର୍ଟ୍ସ ଓ ଗ୍ରେ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖାଦେଇଛନ୍ତି । ଆଉ ଏହା ସହିତ ଏକ ହାଇ ପୋନିରେ ନିଜ କେଶକୁ ବି ବାନ୍ଧିଛନ୍ତି । ଭିଡିଓରେ ଆକ୍ଟ୍ରେସ ଏକସଶାଇଜରେ ବୁଡିଥିବା ଦେଖାଦେଉଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ରଶ୍ମୀକାଙ୍କ ସହିତ ଆଉ ଜଣେ ବ୍ୟକ୍ତି ବି ନଜର ଆସୁଛନ୍ତି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରଶ୍ମିକାଙ୍କର ଟ୍ରେନର । ବ୍ୟାକ ଗ୍ରାଉଣ୍ଡରେ ଟ୍ରେନରଙ୍କ କଣ୍ଠ ସ୍ୱର ବି ଶୁଣାଯାଉଛି । ଆଉ ଏପଟେ ରଶ୍ମୀକା ବି ଟ୍ରେନରଙ୍କ କଥା ଶୁଣି ନିଜେ ବି ସେହି ଅନୁସାରେ ଏକସରସାଇଜ କରିବାକୁ ଚେଷ୍ଟା କରୁଛନ୍ତି ଆଉ ଖୁବ ଜୋରରେ ଝାଳ ବୁହାଉଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତିକି- “ମଣ୍ଡେ ମୋଟିଭେସନ ବ୍ବିଥ ରଶ୍ମିକା” । କହିରଖିବା ଉଚିତ ହେବକି ରଶ୍ମୀକା ଖୁବ ପରିଶ୍ରମ କରି ଫ୍ୟାନ୍ସ ମାନଙ୍କ ହୃଦୟ ଜିଣି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.