ସାନ ଭଉଣୀ ସହ ଥ୍ରୋ-ବ୍ୟାକ ଫଟୋ ସେୟାର କଲେ ଏହି ଅଭିନେତ୍ରୀ, ଚିହ୍ନନ୍ତୁ କିଏ ?

ଦେଶ ବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ଫିଲ୍ମ ଷ୍ଟାର ମାନଙ୍କ ଥ୍ରୋ-ବ୍ୟାକ ଫଟୋ ସେୟାର କରିବା ଘଟଣା ବଢିଯାଇଛି । କେବେ ଷ୍ଟାର ମାନେ ନିଜେ ନିଜର ପୁରୁଣା ଫଟୋ ଗୁଡିକୁ ସେୟାର କରୁଛନ୍ତି ତ କେବେ ସେମାନଙ୍କ ଫ୍ୟାନ୍ସ ମାନେ ପୋଜ ସହ ନିଜ ପ୍ରିୟ ସେଲିବ୍ରିଟି ମାନଙ୍କ ଫଟୋ ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିବା ନଜର ଆସୁଛନ୍ତି । ଠିକ ସେମିତି ହିଁ ଜଣେ ବଲିଉଡ ଅଭିନେତ୍ରୀ ନିଜ ଭଉଣୀଙ୍କ ସହ ନିଜ ଛୋଟ ବେଳର କିଛି ଫଟୋ ସେୟାର କରିଛନ୍ତି । ଫଟୋ ଦେଖି ଆପଣ ଅନୁମାନ କରିପାରୁଥିବେ ଏହି ଫଟୋ ଗୁଡିକ ହେଉଛି ଶ୍ରୀଦେବୀ ତନୟା ଜାନ୍ହବୀ କାପୁରଙ୍କର ।

sridebi

ଭଉଣୀ ଖୁସି ସହିତ ଥିବା କିଛି ଛୋଟ ବେଳର ଫଟୋ ସୋସିଆଲ ମିଡିଆରେ ସେୟାର କରି ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି ଜାନ୍ହବୀ । ଛୋଟ ଭଉଣୀର ଗାଲରେ କିସ କରୁଥିବା ନଜର ଆସିଛନ୍ତି କୁନି ଜାହ୍ନବୀ । କହିରଖିବା ଉଚିତ ହେବକି, ବୋନି କାପୁର ଓ ଶ୍ରୀଦେବୀଙ୍କ ବଡ ଝିଅ ଜାନ୍ହବୀ ଫିଲ୍ମ “ଧଡ଼କ” ଜରିଆରେ ହିଁ ବଲିଉଡରେ ପ୍ରଥମେ ଡେବ୍ୟୁ କରିଥିଲେ । ରାତାରାତି ହିଁ ଏହି ସିନେମା ଜରିଆରେ ଲୋକପ୍ରିୟତା ହାସଲ କରିପାରିଥିଲେ । ୨୦୧୮ ମସିହାରେ ଫିଲ୍ମ ଧଡକ ପରେ ଏହି ଅଭିନେତ୍ରୀ ଗତ ଦୁଇ ବର୍ଷ ହେବ କୌଣସି ଦ୍ଵିତୀୟ ଫିଲରେ ନଜର ଆସିନାହାନ୍ତି । କିନ୍ତୁ ତାଙ୍କ ପାଖରେ ବର୍ତ୍ତମାନ ସମୟରେ ଅନେକ ପ୍ରୋଜେକ୍ଟ ରହିଥିବା ଜଣାଯାଇଛି । ଜାହ୍ନବୀ ଓ ଖୁସି ଦୁଇ ଭଉଣୀଙ୍କ ମଧ୍ୟର ସମ୍ପର୍କ ଖୁବ ମଜବୁତ ।
ଅଧିକାଂଶ ସମୟରେ ଦୁହେଁ ଏକାଠି ନଜର ଆସନ୍ତି । ତାଙ୍କ ଭିତରର ଏହି ନିବିଡ଼ତା ଓ ଭଲପାଇବା ଛୋଟ ବେଳରୁ ହିଁ ରହି ଆସିଛି | ମା’ ଙ୍କ ମୃତ୍ୟୁ ପରେ ଦୁହେଁ ହିଁ ପରସ୍ପରକୁ ସାହାରା ଦେଇଥିଲେ । ନିକଟରେ ହିଁ ସେ ନେଟଫ୍ଲିକ୍ସର “ଘୋଷ୍ଟ ଷ୍ଟରିଜ”ରେ ନଜର ଆସିଥିଲେ । ଅନ୍ୟ ବଲିଉଡ କଳାକାରଙ୍କ ପରି ଲକଡାଉନ କାରଣରୁ ଘରେ ହିଁ ସମୟ କାଟୁଛନ୍ତି । ଏହି କାରଣରୁ ନିଜର ଏକ ପୋଷ୍ଟରେ ସେ କହିଥିଲେକି, ସୁଟିଂ ସେଟକୁ ଖୁବ ମିସ କରୁଛନ୍ତି । ଏବେକା ସମୟରେ ଘରେ ରହି ପେଣ୍ଟିଙ୍ଗ କରି ହିଁ ସମୟ କାଟୁଛନ୍ତି । ଏନେଇ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଖୁବ ଭାଇରାଲ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.