ମନୋରଂଜନ

ଓଡ଼ିଆ ଚଳଚ୍ଚିତ୍ରର ବର୍ଷୀୟାନ୍ ପ୍ରଯୋଜକ ଶ୍ରୀନିବାସ ରାଉତରାୟଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ରର ବର୍ଷୀୟାନ୍ ପ୍ରଯୋଜକ ଓ ଅଭିନେତା ଶ୍ରୀନିବାସ ରାଉତରାୟଙ୍କର ପରଲୋକ ହୋଇଛି । ଷାଠିଏ ଦଶକର ପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ପଞ୍ଚସଖା ପିକଚର୍ସର ପ୍ରଥମ ସଖା ଭାବେ ପରିଚିତ ଥିଲେ ଦିବଂଗତ ଶ୍ରୀନିବାସ।

ଚାରି ସଖା ଧୀର ବିଶ୍ୱାଳ, ରାମକୃଷ୍ଣ ତ୍ରିପାଠୀ, କୈଳାଶ ଚନ୍ଦ୍ର କରଣ ଓ ଦିନମଣି ଖୁଣ୍ଟିଆଙ୍କ ପରେ ‌ଶେଷରେ ଆଖି ବୁଜିଛନ୍ତି ପ୍ରଥମ ସଖା ଶ୍ରୀନିବାସ । ତାଙ୍କ ବିୟୋଗରେ ପଞ୍ଚସଖା ପିକଚର୍ସର ଶେଷ ଦୀପ ଲିଭିଯାଇଛି। କଳାପ୍ରାଣ ଶ୍ରୀନିବାସଙ୍କର ଅଭିନୟ ପ୍ରତି ଥିଲା ଅତୁଟ ଆକର୍ଷଣ। ‘ମାଣିକଯୋଡ଼ି’ ଛବିରେ ଏକ ଗୀତିଦୃଶ୍ୟରେ ସେ ଅଭିନୟ ବି କରିଥିଲେ। ଏଥିସହ ଦେବାଶିଷ ପିକଚର୍ସ ନାମକ ପ୍ରଯୋଜନା ସଂସ୍ଥା ଗଢି ‘ଜୀବନ ସାଥୀ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ସେ। ‘ଜୀବନ ସାଥୀ’ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲା ଏବଂ ଏଥିରେ ସେ ପାଣୁଆ ଚରିତ୍ରରେ ଅଭିନୟ କରିଥିଲେ।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

6 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

14 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

30 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago