‘ପୁଷ୍ପା ୨’ରେ ଶ୍ରୀବଲ୍ଲୀଙ୍କୁ ହତ୍ୟା କରିବ ଭିଲେନ୍! ସାମ୍ନାକୁ ଆସିଲା ଅଲ୍ଲୁ ଅର୍ଜୁନ୍ଙ୍କ ଫିଲ୍ମର କାହାଣୀ

ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ପୁଷ୍ପା ସୁପରହିଟ୍ ହେବା ପରେ ଫ୍ୟାନ୍ମାନେ ଏବେ ‘ପୁଷ୍ପା ୨’ ଦେଖିବାକୁ ବେଶ୍ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ବି ହେଉଛି। କିନ୍ତୁ ଏବେ ଯାଏଁ ଫିଲ୍ମ ବିଷୟରେ ଏତେଟା ସୂଚନା ସାମ୍ନାକୁ ଆସି ନାହିଁ। ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ପୁଷ୍ପା ୨କୁ ନେଇ ଏବେ ଠୁ ଚର୍ଚ୍ଚା ଜୋର ଧରିଛି। ପୁଷ୍ପାର ଦ୍ୱିତୀୟ ଭାଗରେ ପୁଷ୍ପା ରାଜ- ଭଓ୍ଵର ସିଂହ ଶେଖାଓ୍ଵତ୍ଙ୍କ ପ୍ରକୃତି ବିଷୟରେ ଫ୍ୟାନ୍ ଅନୁମାନ କରୁଛନ୍ତି। ସେହିପରି ରଶ୍ମିକା ମନ୍ଦାନାଙ୍କ ଭୂମିକା ବିଷୟରେ ବି ଚର୍ଚ୍ଚା ହେଉଛି।
କୁହାଯାଉଛି ଯେ ରଶ୍ମିକା ମନ୍ଦାନାଙ୍କ ଭୂମିକା ଶ୍ରୀବଲ୍ଲୀକୁ ଖଳନାୟକ ହତ୍ୟା କରୁଛି। ଫଳରେ ଅଲ୍ଲୁ ଅର୍ଜୁନ୍ ରାଗିଯାଇ ସବୁ କିଛି ଧ୍ୱଂସ କରି ଦେଉଛନ୍ତି। ତା’ ପରେ ପ୍ରତିଶୋଧ ପରାୟଣ ହୋଇ ଭିଲେନ୍କୁ ମାରିଦେଉଛନ୍ତି। କିନ୍ତୁ ସେ ଚନ୍ଦନ କାଠ ତସ୍କରୀ କରିବା ଛାଡ଼ୁ ନାହାନ୍ତି। ଏଥିରୁ ମୋଟା ଅଙ୍କର ଲାଭ କରିବା ପରେ ପୁଷ୍ପାରାଜ କେମିତି ବଞ୍ଚୁଛନ୍ତି, ତାହା ଆଗାମୀ ଫିଲ୍ମର କାହାଣୀ ରହିପାରେ ବୋଲି ଚର୍ଚ୍ଚା ହେଉଛି।
Does #Srivalli character gets killedi in #Pushpa2??? Deets inside. #AlluArjun #RashmikaMandanna #Beast #Thalapathy66FLon21st https://t.co/y0vTj5eg9J
— TOI ETimes Telugu (@ETimesTelugu) June 19, 2022
ତେବେ ଏହି ଚର୍ଚ୍ଚା କେତେ ଦୂର ସତ ତାହା ଏବେ ଯାଏଁ ଜଣାପଡ଼ିନାହିଁ। ଟ୍ଵିଟରରେ ଲୋକମାନେ ଫିଲ୍ମର ଷ୍ଟୋରୀକୁ ନେଇ ବିଭିନ୍ନ କମେଣ୍ଟ କରୁଛନ୍ତି। ତେବେ ହିରୋକୁ ସହାନୁଭୂତି ଦେବା ଉଦ୍ଦେଶ୍ୟରେ ପୁଷ୍ପାର ପ୍ରଥମ ଭାଗରେ ପୁଷ୍ପା ରାଜକୁ ବିରୋଧୀମାନେ ଅପମାନିତ କରିଥିଲେ। ଏବେ ଯଦି ଦ୍ୱିତୀୟ ଭାଗରେ ହିରୋଇନ୍ଙ୍କ ମୃତ୍ୟୁ ହୁଏ ତେବେ ପୁଣିଥରେ ହିରେଙ୍କୁ ଦର୍ଶକଙ୍କ ସହାନୁଭୂତି ମିଳିବ।
ସୂଚନା ମୁତାବକ, ଆସନ୍ତା ଅଗଷ୍ଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ତେବେ ଫିଲ୍ମ ରିଲିଜ୍ ହେବା ପରେ ହିଁ ଏହାର ପ୍ରକୃତ କାହାଣୀ କ’ଣ ତାହା ଜଣାପଡ଼ିବ। ବର୍ତ୍ତମାନ ପୁଷ୍ପା ୨ର ସ୍କ୍ରିପ୍ଟ ଲେଖାଯାଉଥିବା ନେଇ ସୂଚନା ମିଳିଛି।
Also Read: ଏଥରକ ଗୁରୁ ପୂର୍ଣ୍ଣିମାରେ ପଡ଼ୁଛି ୪ଟି ଶୁଭ ଯୋଗ, ଜାଣନ୍ତୁ ତିଥି ଓ ପୂଜା ବିଧି