ଏସଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆର(RRR) ବିଷୟରେ ଘୋଷଣା ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। ଫ୍ୟାନ୍ସ ଫିଲ୍ମର ରିଲିଜ ତାରିଖକୁ ଚାହିଁ ରହିଛନ୍ତି। ଫ୍ୟାନ୍ସଙ୍କ ଉତ୍ସୁକତା ବଢିବା ଦେଖି ଫିଲ୍ମ ମେକର୍ସ ଅପକମିଂ ଗୀତର ଟିଜର ସେୟାର କରିଛି। ଏହି ଗୀତ ଆରଆରଆର ର ସେଲିବ୍ରେସନ ଆନ୍ଥେମ ରହିଛି। ଯେଉଁଥିରେ ଜୁନିଅର ଏନଟିଆର, ରାମଚରଣ ଏବଂ ଆଲିଆ ଭଟ୍ଟ ନଜର ଆସିଛନ୍ତି। ଗୀତରେ ଜୁନିଅର ଏନଟିଆର ଏବଂ ରାମଚରଣ କୁର୍ତ୍ତା ପାଇଜାମାରେ ମସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଆଲିଆ ଭଟ୍ଟ ସାଉଥ ଇଣ୍ଡିଆନ ଷ୍ଟାଇଲରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଟିଜର ଦେଖିବାକୁ ବହୁତ ଭଲ ହୋଇଛି। ଗୀତ ମଧ୍ୟ ଭଲ ହୋଇଥିବା ବୋଲି ଫ୍ୟାନ୍ସ ଆଶା କରୁଛନ୍ତି।
ମେକର୍ସ ଗୀତର ଟିଜର ସେୟାର କରି ଲେଖାଯାଇଛି, ଏହା ଆରଆରଆର ସେଲିବ୍ରେସନ ଆନ୍ଥେମର ପ୍ରଥମ ପ୍ରମୋ। ଆସନ୍ତାକାଲି ସନ୍ଧ୍ୟା ୪ଟାରେ ଗୀତର ସଂପୂର୍ଣ୍ଣ ରିଲିଜ ହେବ। ପ୍ରେମାମୋରେ ଦୁହେଁ ପତାକା ଉଡାଉଥିବା ନଜର ଆସିଛନ୍ତି, ଯେଉଁଥିରେ ବନ୍ଦେ ମାତରମ୍ ଲେଖାଯାଇଛି। ଆଲିଆ ପିଙ୍କ ଏବଂ ରେଡ କଲରର ଆଉଟଫିଟ୍ ପିନ୍ଧିଛନ୍ତି। ତିନି ଜଣ ଷ୍ଟାର ଦେଶଭକ୍ତିରେ ବୁଡିଥିବା ଦେଖିବାକୁ ମିଳିଛନ୍ତି।
View this post on Instagram
ଫିଲ୍ମଟି ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ରିଲିଜ ହେବ। ଫିଲ୍ମରେ ଜୁନିଅର ଏନଟିଆର, ରାମଚରଣ ଏବଂ ଆଲିଆଙ୍କ ଛଡା ଅଜୟ ଦେବଗନ ମଧ୍ୟ ସ୍ପେଶାଲ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଆଲିଆ ତେଲୁଗୁ ସିନେମାରେ ପାଦ ରଖିଛନ୍ତି।