ଲଲିତାଙ୍କ ସୌନ୍ଦର୍ଯ୍ୟରେ ଦାଗ ଲଗାଇଦେଇଥିଲା ଗୋଟିଏ ଥପଡ, ସବୁଦିନ ପାଇଁ ଛୋଟ ହୋଇଗଲା ଡାହାଣ ଆଖି

୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଲଲିତା ପାଓ୍ଵାରଙ୍କୁ କିଏ ବା ନଜାଣେ । ଫିଲ୍ମରେ ମା’ ଏବଂ ଶାଶୁଙ୍କ ଚରିତ୍ରରେ ଅଭିନୟ କରି ଫେମସ୍ ହୋଇଥିବା ଲଲିତା ୨୪ ଫେବ୍ରୁଆରୀ ୧୯୯୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ନିଜ କ୍ୟାରିୟରରେ ଅନେକ ଫିଲ୍ମ ଏବଂ ଟିଭି ସିରିୟଲରେ କାମ କରିଥିଲେ ଲଲିତା । ତେବେ ଲଲିତାଙ୍କ ସବୁଠାରୁ ଲୋକପ୍ରିୟ ଚରିତ୍ର ଥିଲା ରାମାୟଣରେ ମନ୍ଥରା ।
ଲଲିତାଙ୍କ ପକୃତ ନାମ ଥିଲା ଅମ୍ବା । ଜାଣି ଆଶ୍ଚଯ୍ୟ ହେବେ କେବେ ସ୍କୁଲ ଯାଇନାହାଁନ୍ତି ଲଲିତା । କାରଣ ସେ ସମୟରେ ଝିଅ ମାନେ ପାଠ ପଢିବାକୁ ଠିକ୍ ନଜରରେ ଦେଖାଯାଉନଥିଲା । ଜଣେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ଲଲିତା । ପ୍ରଥମ ଥର ପାଇଁ ଏକ ମୂକ ଫିଲ୍ମରେ ଅଭିନୟ କରି ମାତ୍ର ୧୮ ଟଙ୍କା ପାଇଥିଲେ ଲଲିତା ।

କେବଳ ଜଣେ ଭଲ ଅଭିନେତ୍ରୀ ନଥିଲେ ବରଂ ଜଣେ ଭଲ ଗାୟିକା ମଧ୍ୟ ଥିଲେ ଲଲିତା । ତେବେ ଲଲିତାଙ୍କ ଚେହେରା ଆରମ୍ଭରୁ ଏମିତି ନଥିଲା । କେବଳ ଗୋଟିଏ ଥାପଡ ପାଇଁ ଲଲିତାଙ୍କ ଚେହେରା ଏପରି ହୋଇଯାଇଥିଲା । ଯେତେବେଳେ ଲଲିତାଙ୍କ ସଫଳତାର ଯାତ୍ରା ଜାରି ରହିଥିଲା ସେତେବେଳେ ଦିନେ ତାଙ୍କ ସୌନ୍ଦର୍ଯ୍ୟରେ ଯେମିତି କାହାର ନଜର ଲାଗିଯାଇଥିଲା । ଘଟଣାଟି ହେଉଛି ୧୯୪୨ ମସିହାର, ଯେତେବେଳେ ଫିଲ୍ମ ଜଙ୍ଗ ଏ ଆଜାଦିର ଏକ ସିନ୍ ସୁଟିଂ କରୁଥିଲେ ଲଲିତା ।

lalita  pawarଏହି ସିନରେ ଲଲିତାଙ୍କୁ ଅଭିନେତା ଭଗବାନ୍ ଦାଦା ଏକ ଥାପଡ୍ ମାରିବାର ଥିଲା । ସେ ଏତେ ଜୋରରେ ଥପଡ ମାରିଲେ ଯେ ଲଲିତା ତଳେ ପଡିଯିବା ସହ ତାଙ୍କ କାନରୁ ରକ୍ତ ବାହାରିବାକୁ ଲାଗିଥିଲା । ଆଉ ଏହାର ଚିକିତ୍ସା ପାଇଁ ଭୁଲ୍ ଔଷଧ ଦେଇଥିଲେ ଡାକ୍ତର । ଯାହା ଫଳରେ ଲଲିତାଙ୍କ ଶରୀରର ଡାହାଣ ପଟ ନଷ୍ଟ ହୋଇଗଲା । ଏହା ପରେ ତାଙ୍କର ଡାହାଣ ଆଖି ସମ୍ପୂର୍ଣ୍ଣ ଭାବରେ ଛୋଟ ହୋଇ ଚେହେରା ଖରାପ ହୋଇଗଲା । ଏହି ଘଟଣା ପରେ ଲଲିତାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇଗଲା । ତେବେ ଦୀର୍ଘ ଦିନର ପରିଶ୍ରମ ପରେ ୧୯୪୮ରେ ତାଙ୍କ ଫିଲ୍ମ ଗୃହସ୍ଥିରେ କାମ ମିଳିଥିଲା । ଏବେ ଲଳିତାଙ୍କୁ ଜାଲିମ ଶାଶୁର ଚରିତ୍ର ମିଳିବାକୁ ଲାଗିଲା । ଧୀରେ ଧୀରେ ପୁଣି ଥରେ ସଫଳତାର ସିଡି ଚଢିବାକୁ ଲାଗିଲେ ଲଲିତା ।

ଲଲିତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । ଲଲିତାଙ୍କ ପ୍ରଥମ ସ୍ବାମୀ ଗଣପତ ତାଙ୍କୁ ଧୋକା ଦେଇଥିଲେ । କାରଣ ସେ ଲଲିତାଙ୍କ ସାନ ଭଉଣୀକୁ ଭଲ ପାଇବସିଥିଲେ । ଏହା ପରେ ଲଲିତା ନିର୍ମାତା ରାଜପ୍ରକାଶ ଗୁପ୍ତାଙ୍କୁ ବିବାହ କରିଥିଲେ । ପ୍ରାୟ ୭୦୦ ରୁ ଅଧିକ ଫିଲ୍ମରେ କାମ କରି ନିଜର ଅଭିନୟର ଦକ୍ଷତା ଦେଖାଇଥିବା ଲଲିତା ନିଜର ଛୋଟ ବଙ୍ଗଳା ଆରୋହୀରେ ଏକା ପଡି ପଡି ଶେଷ ନିଶ୍ବସ ତ୍ୟାଗ କରିଥିଲେ । କାରଣ ସେ ସମୟରେ ସ୍ବାମୀ ଡାକ୍ତରଖାନାରେ ଭର୍ତ୍ତି ଥିଲେ ଆଉ ପୁଅ ନିଜ ପରିବାର ସହ ମୁମ୍ବାଇରେ ଥିଲେ । ଘରର କବାଟ ଭାଙ୍ଗି ପୋଲିସ୍ ତିନି ଦିନ ତଳର ଲଲିତାଙ୍କ ମୃତ ଦେହ ଜବତ କରିଥିଲା । ଯେତେବେଳେ ଲଲିତାଙ୍କ ମୃତ୍ୟୁର ଖବର ଦେବା ପାଇଁ ତାଙ୍କ ପୁଅକୁ ଫୋନ୍ କରାଗଲା ସେତେବେଳେ ସେ ରିସିଭ୍ କରିନଥିଲେ ।